ରମ୍ୟ ରଚନାରୁ – ଜଣାଣ ଭର୍ସେସ ଜନନ – ସୁଵଳ ମହାପାତ୍ର

କଲେଜ ସମୟର ଘଟଣାଟିଏ । ସମୟ ପାଖାପାଖି ଦିନ ତିନିଟା । କଲେଜ ରେ କାଉ କୋଇଲି ବି ଉଡୁ ନଥାନ୍ତି । ହାତ ଗଣତି କେତୋଟି ପିଲା ପ୍ରାକ୍ଟିକାଲ ସାରି ଫେରୁଥାନ୍ତି। କିଛି ଶିକ୍ଷକ, କ୍ଲର୍କ, ପିଅନ ସବୁ ବାହାର ବଗିଚା ରେ ଗାନ୍ଧୀଙ୍କ ମୂର୍ତି ପାଖରେ ଠିଆ ହୋଇ କଥାବାର୍ତା ହେଉଥାନ୍ତି, ପିଲାମାନେ ନିଜ ନିଜ ଭିତରେ କଥାବାର୍ତା ହୋଇ ଖୁସି ମନରେ ଚାଲି ଗଲେଣି ପ୍ରାୟ

ଦଗାଦିଆ ମୌସୁମୀ – ମହାଗାଲୁଆ ସନୁ

ଭଲ ଦଗା ଦେଲ ମୌସୁମୀ, ନା ମୁଁ ଭଲ ରେ ପିଇ ପାରୁଛି ବିୟର କୁ ରମ, ଖରା ରେ ଝାଳ ରେ ଭିଜୁଛି ମୋ ଶରୀର , ପ୍ରେମ ହେଲାଣି ଦୁର୍ବଳ ବର୍ଷା ର, କେତେ ଆଶା କରିଥିଲୁ ଭିଜିବାକୁ, ହେଲେ ଭିଜେଇଲା ଝାଳ ରେ ସକାଳ ବେଳକୁ ତୁମେ ଆସୁଛ ଆସୁଛ ପାଣିପାଗ କହୁଛି ଏପଟ ମୋ ଇଲେକ୍ଟ୍ରି ବିଲ ବହି ଜଳୁଛି, ୧୧ ବେଳେ ଅଣ୍ଡା ଭିତରେ ଅମଲେଟ ହଉଛି, ମୌସୁମୀ ଗୋ ତୁମ କୁ ଭୋଟ ପରି

ଗାଡି ଧୀରେ ଚଲାଅ ଜୀବନ ବଞ୍ଚାଅ – ଶୁଭ ରଞ୍ଜନ ପୃଷ୍ଟି

କିଛି ଟୋକା ଏନ୍ତା ଚଲାନ୍ତି ଗାଡିକୁ ସତେକି ଜିତିବେ ବାଜି ବାଜି ଜିତନ୍ତିନି ଜୀବନ ହରାନ୍ତି ଧରାରୁ ଯାଆନ୍ତି ହଜି କିଛି ଟୋକା ଏନ୍ତା ଗାଡିକୁ ଚଲାନ୍ତି ସତେକି ବାପାର ରାସ୍ତା ରାସ୍ତା ନ ସରୁଣୁ ସିଏ ସରିଯାନ୍ତି ଅବସ୍ଥା ପୁରା ହୀନସ୍ତା କିଛି ଟୋକା ଏନ୍ତା ଗାଡିକୁ ଚଲାନ୍ତି ହାତକୁ ଦିଅନ୍ତି ଛାଡି ହାତ ଛାଡିଦେଲେ ଗାଡି ଛାଡିଯାଏ ଧରନ୍ତି ବାଁକୁଲି ବାଡ଼ି କିଛି ଟୋକା ଏନ୍ତା ଗାଡିକୁ ଚଲାନ୍ତି ସତେକି ଫଟ ସ୍ଟୁଡ଼ିଓ ଫଟ ନଉନଉ ଫଟ ହେଇଯାନ୍ତି ଭାଇରାଲ ତାଙ୍କ ଭିଡ଼ିଓ କିଛି

ହେ ମର୍ତ୍ତ୍ୟପୁର ସାବିତ୍ରୀ – ନିରଞ୍ଜନ ପଣ୍ଡା

ହେ ହେ............ ମର୍ତ୍ତ୍ୟପୁର ର ସାବିତ୍ରୀ..... ଦୁଃଖ ତୁମ ଜାତକେ ହୋଇନାହିଁ ଲେଖା ଚିତ୍ରଗୁପ୍ତ ଦିଏ ନାହିଁ ମରଣର ବାର୍ତା ଭୟକରେ ଜନ୍ତୁପତି ହୋଇଗଲେ ଦେଖା ତୁମକୁ ନକହି କହେ ସେ ସତ୍ୟବାନକୁ ଆବଶ୍ୟକ ହେବନାହିଁ ମୋ ପାଞ୍ଜି ଲେଖା ଆପେ ଆପେ ଅନତିରେ ତୋ ସହ.. ହୋଇଯିବ ଦେଖା,ହୋଇଯିବ ଦେଖା || ହେ ହେ............. ମର୍ତ୍ତ୍ୟପୁର ର ସାବିତ୍ରୀ,........ ଜନ୍ତୁରାଣ ମାଡ଼େନାହିଁ ତୁମରି ପରଷ ସତ୍ୟବାନର ଦୁଃଖ କେ ଦେଖିବ ଆସ ଘରେ ଘରେ ତାଡ଼ନା ତା ସହ ପୀଡ଼ନା ସକାଳୁ ସଞ୍ଜ ଯାଏ ନରକ ଜାତନା ବଞ୍ଚି ଥାଉ

ପରମାଣୁ ଗଳ୍ପ – ଆନ୍ଦୋଳନ – ତପନ ପ୍ରଧାନ

ମଦ ବିରୋଧୀ ଆନ୍ଦୋଳନ ପାଇଁ ଖୁବ ଜୋରରେ ପ୍ରସ୍ତୁତି ଚାଲିଛି । ଛକରେ ଜମା ହୋଇଥିବା ପୁରୁଷ ଓ ସ୍ତ୍ରୀ ଲୋକମାନେ ନିଶାଗ୍ରସ୍ଥ ଭାବେ ଅଧିକ ମଦ ନ ଦେଲେ, ଆନ୍ଦୋଳନ ପାଇଁ ଯିବେ ନାହିଁ ବୋଲି ଜିଦ ଧରି ବସିଛନ୍ତି । ତପନପ୍ରଧାନ, ବିଳାଶୁଣି, କଟକ ଫୋନ ନମ୍ବର- ୭୦୦୮୬୯୨୩୨୮

ଖରାବେଳ ବସ ରେ – ମହାଗାଲୁଆ ସନୁ

ଧୁ ଧୁ ଖରା ବେଳେ ଧରି ବସ, ସିଟତ ନଥିଲା ଫୁଲ ରସ, ବହୁତ କଷ୍ଟ ରେ କିଛି ବାଟରେ ପାଇଲି ସିଟ ।। ସୁନ୍ଦରୀବାଳା ର ନିକଟେ, ଅତର ଗନ୍ଧ କୁ ଆହା ତା ରୂପ, ସତରେ ସିଏ କି ୨୦୦୦ କଡ଼ାକ ନୋଟ ।। ଭୁବନେଶ୍ୱର ରୁ ଯିବାର ଥିଲା ଭଦ୍ରକ, ୩ ଘଣ୍ଟା ର ବାଟ ନୁହେଁ ଜମା ପାଖ, ପାଖରେ ପାଇକି ଝିଅ କି, ଭାବିଲି ଯାତ୍ରା ମୋର ହେଇଯିବ ଶୋର୍ଟ ।। ଏସି ବସ ରେ ବି

ପେଷ୍ଟ କଣ୍ଟ୍ରୋଲ! – ନରେଶ କୁମାର ବେହେରା

ପିଲାଦିନର କଥା । ସେତେବେଳେ ମୁଁ ଦଶମ ଶ୍ରେଣୀ ପାସ୍ କରିଥାଏ ଏବଂ ପ୍ରଥମ ଥର ଭୁବନେଶ୍ଵର ଆସିଥାଏ ମୋର ବଡଭାଇଙ୍କ ପାଖକୁ । ଭାଇ ମୋର ଥାନ୍ତି ଓଡିଶା ପୁଲିସ ରେ; ଆଉ ନୂଆ ନୂଆ ପୋଷ୍ଟିଂ ହୋଇଥାଏ ସେଠି । ସେ ଦିନର କଥା, ତାଙ୍କର ଡିଉଟି ଥାଏ ବିଧାନସଭାରେ । ମୋତେ କହିଲେ ମୋ ସହ ବିଧାନସଭା ଚାଲ, ସେଠି ଆମ ରାଜ୍ୟର ସବୁ ମନ୍ତ୍ରୀମାନଙ୍କୁ

ମୋବାଇଲ୍ – ଶୁଭକାନ୍ତ ସାହୁ

ତୁମ ମନ ମୋ ମନ ଦୁଇଟି ହ୍ୟାଣ୍ଡସେଟ୍ ସିମ୍ କାର୍ଡ ପ୍ରେମ ନେଟ୍ୱ।ର୍କ ମୋ କଥା ଭାବିଲେ ତୁମ ମନ ହ୍ୟାଣ୍ଡସେଟ୍ ରେ ଡାଏଲ୍ ହୋଇଯାଉଥିଲା ମୋ ସିମ୍ ର ନମ୍ବର୍ । ହୃଦୟ ସ୍ପନ୍ଦନ ରିଙ୍ଗ୍ଟୋନ୍ ବାଜୁଥିଲା ମୋ ମନ ହ୍ୟାଣ୍ଡସେଟ୍ ରେ ମୁଭାବିଲେ ତୁମ କଥା ଶଭୁଥିଲା ତୁମ କଣ୍ଠୁ ସିଙ୍ଗ୍ଟୋନ୍ ଗୀତର ଗୁଞ୍ଜନ ଆଜିକାଲି ନେଟ୍ୱ।ର୍କ ଏତେ ବିଜି ଯେତେ ଥର ଡାଏଲ୍ କଲେ ଶୁଣେ ଦିସ୍ ନମ୍ବର ଇଜ୍ ବିଜି କିମ୍ବା ଅଉଟ୍ ଅଫ୍ ରେଞ୍ଜ କେତେ ଦିନ ବିଜି ଥବ ମୋ ପ୍ରେମ ନେଟ୍ୱ ।ର୍କ ବାହାରେ ଆଉ

ଡାକିଲେ ମଲି ନ ଡାକିଲେ ମଲି – ପ୍ରୀତିପ୍ରିୟା ମହାନ୍ତି

ଲୋକଙ୍କ କଥାକୁ ଧରି ବସିବଯେ ପାରିବନି କରି କିଛି, ଲୋକ କଥା ଶୁଣି କି ଅବସ୍ଥା ହୁଏ ବିସ୍ତୃତରେ ଜଣାଉଛି । ହେଇଟି ଶୁଣୁଛ ସମ୍ବୋଧନ କରି ସ୍ୱାମୀଙ୍କୁ ଥିଲି ମୁଁ ଡାକି ରାଗିକରି ସେ ଜଣାଇଲେ ତୁମେ କୋଉ ଯୁଗେ ଅଛ କହିବକି । ନାଁ ଧରି ମୋର ଆଜିଠୁ ଡାକିବ ଛାଡ଼ ସେ କାଳିଆ କଥା ସାଙ୍ଗସାଥି ମୋର ପାଖେ ଥିଲାବେଳେ ଲାଜେ ନଇଁଯାଏ ମଥା । ପତିଦେବ କଥା ଅମାନ୍ୟ ନ କରି ଡାକିଲି ତାଙ୍କ ନିର୍ଦ୍ଦେଶେ ଡର ଥିଲା ଯେଉଁ କଥାକୁ ମୋହର ଘଟିଲା ବି