ଜଗନ୍ନାଥ ହେ ତୁମ ଦେଶରେ – ସନ୍ତୋଷ କୁମାର ମହାନ୍ତି

ଜଗନ୍ନାଥ ହେ ତୁମ ଦେଶ ରେ, ନେତା ଏଠି ଲୋକ ପୂଜନ୍ତି କେବେ ଫୁଲ ମାଳରେ, ମୁଖିଆ ଙ୍କୁ ପୂଜନ୍ତି ପୁଣି ଜୋତା ରେ,।। ଜଗନ୍ନାଥ ହେ ତୁମ ଦେଶ ରେ, ପ୍ରେମ ଏଠି ରାସ୍ତା ଘାଟରେ, ମିଳୁଛି ପଇସା ରେ ଶସ୍ତା ରେ ।। ଜଗନ୍ନାଥ ତୁମ ଦେଶ ରେ, ସବୁ ଏଠି କବି ସମ୍ରାଟ, ନଗ୍ନ ତା ପଶିଗଲାଣି କବିତା ରେ ।। ଜଗନ୍ନାଥ ହେ ତୁମ ଦେଶ ରେ ଲଙ୍ଗଳା ଏଠି ଲଙ୍ଗଳା ହେଲାଣି, ଧନୀ ବିଦେଶେ ମଉଜରେ ।। ଜଗନ୍ନାଥ ତୁମ ଦେଶରେ ଏଠି

ଆଈ ର ମାଛ ଭଜା – ରଶ୍ମି ରଞ୍ଜିତା ମିଶ୍ର

ଆଈ ଦିନେ ବସି ଭାଜୁଥିଲା ମାଛ ଗୋଳେଇ ହଳଦୀ ଲୁଣ ଭଜା ମାଛ ବାସ୍ନା କଲା ଅସମ୍ଭାଳ ପାଟିରୁ ଗଡ଼ିଲା ଲାଳ ।। ବିଲେଇ ନାଁ ରେ ଚାଖିଦେବି ଖଣ୍ଡେ ପାରିବେନି କେହି ଜାଣି ଖଣ୍ଡେ ଚାଖୁ ଚାଖୁ ସରିଲାଣି ସବୁ ଆଈ ନପାରଇ ଜାଣି ।। ନତିଆ ଟୋକାଟା ଦେଖୁଥିଲା ଲୁଚି ରୋଷେଇ ଝରକା ଦେଇ ବୋଇଲା ଆଈଲୋ ମତେ ଖଣ୍ଡେ ଦିଏ ନ ହେଲେ ଦେବି ମୁଁ କହି ।। ଅଜା ପରା ତୋର ଚଳନ୍ତି ଠାକୁର କହୁଥିଲୁ ମୋର ଆଗେ ଆଜି କିଆଁ ଆଈ ଆଗ

ବ୍ୟଙ୍ଗ କବିତା – ଭାଲେନଣ୍ଟାଇନ ସ୍ଵାହା – ସୁଶାନ୍ତ କୁମାର ଜେନା

ସୁଶାନ୍ତ କୁମାର ଜେନା ଆରଡା, କଟକ, ଓଡିଶା ରୋଜ ରୋଜ ରୋଜ (Rose) ଦେଲି ଡେ ବାଇ ଡେ ଡିଉଟି କଲି, ପ୍ରେମ ଖେଳରେ ସେ ଗୋଲ୍ଡ ମେଡାଲ ବାଲା ପ୍ରପୋଜ ଟାକୁ ମୋର କ୍ୟାଚ୍ କଲା, ଚକିଲଟ ଖାଇ କଣ୍ଢେଇ ନେଲା କୁଣ୍ଢେଇ ଧରି ପ୍ରୋମିସ୍ କଲା, କିସ ଡେ ରେ ଚକମା ଦେଲା ଚଉଦ ରେ ଦେଖାହେବ ଫୋନ୍ କଲା, ସକାଳୁ ଉଠି ସଜେଇ ହେଲି ଅତର ମାରି ପାର୍କ ଗଲି, ଯାହା ଦେଖିଲି... କାନମୁଣ୍ଡା ଆଉଁସି ଘରକୁ ଫେରଲି ।

ରମ୍ୟଗଳ୍ପ – ଫଟାରସିକ ନଣ୍ଡା ନାୟକ – ଇଂ ବିଦ୍ୟାଧର ପଣ୍ଡା

ଇଂ ବିଦ୍ୟାଧର ପଣ୍ଡା ଏଲ-୧୭/୧୫ - ପଞ୍ଚସଖା ନଗର ଖଣ୍ଡଗିରି, ବୁବନେଶ୍ଵର - ୭୫୧୦୧୯ ନଣ୍ଡା ନାୟକ ମୁଣ୍ଡରେ ବୋଝେ ଚୁଟି । ଜନ୍ମବେଳେ ଦେହ ମୁଣ୍ଡରେ ରୁମଟିଏ ନଥିବାରୁ ଧାଇ ପ୍ରଥମେ ତାକୁ ନଣ୍ଡା ନଣ୍ଡା ଡାକିଲା । ପରେ ସେହି ନାଁ’ରେ ସିଏ ବିଖ୍ୟାତ ହୋଇଗଲା । ନଣ୍ଡାର ଦୁଇ ଭାଇ ଓ ତିନି ଭଉଣୀ । ଇଏ ମଝିଆଁ । ବଡ ଭାଇ ଗାଣ୍ଡୁ ଓ ସାନ ଭାଇ ଛୋଟୁ,

ପୁଅ ଚାହିଁଲାନି ମୁହଁ – ଅମ୍ଳାନ ପ୍ରହରାଜ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ ନିରାକାରପୁର, ଖୋରଧା ସମ୍ପତ୍ତି ପେଇଁକି ବୋପାକୁ ବାଡେଇ ଘରୁ ତଡିଦେଲା ପୁଅ ଏ ଖବର ଦେଖି ଟିଭି ମିଡିଆରୁ ନିଆଁ ନାଗିଯାଏ ଦିହ ପୁଅ ନା ସେ ଗଳଗ୍ରହ ? ଜନମ ନକରି ଏମିତି ପୁଅକୁ ବାଞ୍ଝ ହବା ବରଂ ଶ୍ରେୟ ॥ ବୁଢା ବୟସରେ ବାପା ମା ମାନଙ୍କୁ ଦହଗଞ୍ଜ କରେ ଯିଏ ତାଆଠଉଁ ଶିଖି ତାଆରି ପିଲାଏ ତାକୁ ଦେବେ ଠାଏ ଠାଏ ବୁଝିଲ ନା ନାଇଁ କିଏ ? ପ୍ରତ୍ୟେକ କ୍ରିୟାର ସମ ପ୍ରତିକ୍ରିୟା ବିଧାତା ନିୟମ ଇଏ ॥

ନୂଆ ବରଷଟା ମାଟି ହୋଇଗଲା – ଅମ୍ଳାନ ପ୍ରହରାଜ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ ନିରାକାରପୁର, ଖୋରଧା ନୂଆ ବରଷଟା ମାଟି ହୋଇଗଲା ସୋମବାର ଦେଲା କଷ୍ଟ ଆଇଁଷ ଟୋପାଏ ପାଟିରେ ବାଜିଲେ ମହାଦେବ ହେବେ ରୁଷ୍ଟ ଖାଇଲେ ହୋଇବ ଭ୍ରଷ୍ଟ ତାଗିଦା କରିଲା ଘରଣୀ ମୋଅର ସାଦା ଖିଆ ଆଡଜଷ୍ଟ ॥ କୁକୁଡା ଅଣ୍ଡାଟା ନିରାଇଁଷ ବୋଲି ଦେଖି ଜାଣିଥେଲି ଟିଭି ଡିମ୍ବ ତରକାରୀ କରୁନା ସେଦିନ କହିଦେଲି କି ମୋ ବିବି ବେଲଣାରେ ଦେଇ ଖୋବି ଗୋଟେ ଘରେ ମତେ ବାହାର ପଟରୁ ପକେଇ ଦେଇଚି ଚାବି ॥

ବସଯାତ୍ରା – ମହା ଗାଲୁଆ ସନୁ

ବସ ସେଦିନ ଭିଡ ଥିଲା ଏମିତି, ଗୁଡ଼ ଖଣ୍ଡକୁ ଜନ୍ଦା ଲାଗନ୍ତି ଯେମିତି, ୬୦ ସିଟିଙ୍ଗକୁ ୧୨୦ ଷ୍ଟାଣ୍ଡିଙ୍ଗ ଭର୍ତ୍ତି, ତଥାପି ଡାକୁଥିଲି ଯାତ୍ରୀ, ବସ ଭିତରେ ଅଛି ବାରବାଟୀ ଷ୍ଟାଡିୟମ, କିନ୍ତୁ ସୋରିଷ ବୁଣିବାକୁ ଜାଗା ଥିଲା କମ, ପାନଖିଆ ବାବୁ ଜଣେ ବୋଳି ଦେଲେ ହାତେ, ପୁଣି ଗୁଣ୍ଡି ଖଇର କୁ ଚୂନ ତା ସାଥେ, ଭାରି ହନ୍ତସନ୍ତ ହେଲି ମନେ ମନେ, ଶପଥ କରିଲି ଆଉ ଯିବିନି ଜୀବନେ ॥ ବ୍ୟଙ୍ଗକାର - ମହା ଗାଲୁଆ ସନୁ ରାୟଗଡା, ଗୁଣପୁର

ପରିବା ଖେଳ

ମହାଗାଲୁଆ ସନୁ, ରାୟଗଡା, ଗୁଣପୁର (କାର୍ତ୍ତିକ ମାସରେ ପନିପରିବାର ଆକାଶଛୁଆଁ ବଜାର ଦରକୁ ନେଇ ରଚିତ ବ୍ୟଙ୍ଗ କବିତା) ଶହେ ଶହେ ରେ ଖେଳ, ବଜାରରେ ପରିବା ଦେଖି ବହୁଛି ଝାଳ, ପୋଟଳ ନାନୀ ର ହଉନି ଝୋଳ, କାଙ୍କଡ଼ ନନା ର ହେଇଛି ବେଳ, ଟମାଟୋ ପାଇଁ ପକେଟ ଦୁର୍ବଳ, କାର୍ତ୍ତିକ ମାସ ରେ ହବିଷ, ଭାବୁଛି କୁକୁଡ଼ା ଝୋଳ କରି କରିବି ଆସ, ନହେଉ ପ୍ରସନ୍ନ ହର ଆଉ ହରି, ଆମିଷ ଖାଇକି ହବିଷ ଯିବି ପୁରୀ ।

ଦିଦି ହେଲେଣି ଘାଇଲା

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ ନିରାକାରପୁର, ଖୋରଧା ମାସେ ଚାରିଦିନ ଅଙ୍ଗନବାଡିରେ ଝୁଳୁଛି ମୋବାଜ ତାଲା ଧାରଣାରେ ବସି ଗାନ୍ଧୀ ମାରଗରେ ଦିଦି ହେଲେଣି ଘାଇଲା ସର୍କାର କାନଟା କାଲା ଦଶରା, କୁଆଁର ପୁନେଇଁ ପାଳିଲେ ଆଉଚି ଦିବାଲି ଭଲା ॥ ନକ୍ଷେ ଟଙ୍କା ପାଇ ଅଣ୍ଡର ମାଟ୍ରିକ ବିଧାୟକ ଶୁଏ ସଭାରେ ଆଏ, ବିଏ ପାଶ ଦିଦି ମାନଙ୍କର ମାସକୁ ଦରମା ହଜାରେ ରଙ୍ଗୀ ଆଈ କହେ ମଜାରେ ୱର୍କର ମଜୁରୀ କାଇଁକି ଦେଉନା ଯେତିକି ଚାଲିଚି ବଜାରେ ??