ଉଛୁଳା ଜୀବନ ଯମୁନା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜୀବନ ଯମୁନା ଉଜାଣି ଉଠିଲେ ଉଛୁଳି ଉଠଇ ମନ ଦେହ ଆକାଶରେ ଉଦିତ ହୁଅଇ ଯଉବନ ରୂପା ଜହ୍ନ ।। ହୃଦୟ ତନ୍ତ୍ରୀ ରେ ଝଙ୍କାରିତ ହୁଏ ମଧୂର ରାଗିଣୀ ସ୍ବର ସ୍ଥିରିଭୁତ ଚକ୍ଷୁ ଚଳଚଞ୍ଚଳ ସଦା ହୁଏ ଢଳ ଢଳ ।। ଚପଳଛନ୍ଦା ପାଦ ସ୍ଥିରହୁଏ କୃଶ ହୋଇଥାଏ କଟୀ ବକ୍ଷ ଉର୍ଦ୍ଧ ମୁଖି ବିସ୍ତାରିତ ହୁଏ ଯଥା ଯମଜ ଧୃଜଟି ।। ମନ ଛନଛନ ଆଖି ଚଞ୍ଚଳ ସତେକି ବନର ଏଣୀ ମୁଖ ମାଧୁରୀମା ଶୋଭା ଦିଶେ

ତୋ ପାଦେ ସଅଁପି ଦେବି – ବାମନ ଚନ୍ଦ୍ର ଦୀକ୍ଷିତ

କାଗଜ ଉପରେ କି କଥା ଲେଖିବି ଭାବି ମୁଁ..... ପାରୁନି ଆଜି, ଯଦି ହୋଇ ଯାଏ କବିତା କି ଗୀତ ତୋ ପାଦେ......ସଅଁପି ଦେବି। ଜାଣେନା କାହିଁକି ମନ ମୋ କହୁଛି ଲେଖୁଥିବି ବସି ତୋ ଗୁଣ ହେଜି। ସଜ ସକାଳ ର କଅଁଳ ଖରା ତୁ ସୁଲୁ ସୁଲୁ ବାଆ ଥଣ୍ଡା ପରଶ ଶବୁଜ ଘାସ ର କୋମଳ ପତରେ କାକର ବିନ୍ଦୁ ତୁ କଳା ମାଣିକ ଝଲସାଇ ଦେଇ କରୁଣା କିରଣେ ଅଜାଡ଼ି ଦେଇଛୁ କୃପା ବାରିଧି।। କୋଇଲି ଗାଉଛି କୁହୁକୁହୁ ଗୀତ ପିପଳ ପତର ଝୁଲି

ଫେରିଆସ ତୁମେ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ମୌସୁମୀ ଗୋ ବଡ଼ ବେଦରଦି ତୁମେ ନିଦାଘ ସୁଝାଏ ରାଗ ଜ୍ୟେଷ୍ଠ ରେ ବହୁଛି ବୈଶାଖୀ ପବନ ବଦଳି ଯାଉଛି ପାଗ ।। କେବେ ଦେଖାଉଛ କମନୀୟ ରୂପ ଶୀତଳ ପରସ ଦେଇ ପୁଣି ଲୁଚିଯାଅ ଦିଗବଳୟ ପଛେ ସୁନ୍ଦର ମୁହଁ ଲୁଚାଇ ।। କଥା ଦେଇଥିଲ ଆସିବ ବୋଲି ହେ ହସ୍ତେ ବାରି ଧାରା ଧରି ହୃଦୟ ତୁମର ସତେକି ନିର୍ଦ୍ଦୟ ଚାଲିଗଲ ପଛ କରି ।। ଚାଲିଗଲ କିବା ଘନ ତିମିର କୁ ଛାଡି ମୋତେ ନିଦାଘରେ ଝୁରୁଛି ଧରିତ୍ରୀ ସଢ଼ୁଛି ପ୍ରକୃତି ଚଷା ପୁଅ ତୋତେ ଝୁରେ

କ୍ଷୁଦ୍ରଗଳ୍ପ – କରୁଣ ପ୍ରଣୟ – ପ୍ରଦ୍ୟୁମ୍ନ ରଞ୍ଜନ ସାହୁ

ମୁକୁଳିତ କେଶରାଜି ଲୋଟିପଡିଛି ବିକ୍ଷିପ୍ତ ଭାବେ ଶଯ୍ୟା ଉପରେ । ଅବୟବର ଠାଏ ଠାଏ ଫୁଙ୍ଗୁଳା ପଡିଛି । ଅଲକ୍ଷ୍ୟ, ଅଚେତନ ତାର ମନ । ଜ୍ଞାନାଶୁନ୍ୟା କାଠଗଡ଼ି ପରି ଶୋଇରହିଛି ସେ ନିର୍ବିକାର ଭାବରେ । ଅନୁଶୋଚନା ନାହିଁ ତାର ବାହାର ଦୁନିଆରେ ଘଟିଯାଉଥିବା ଘଟଣା ସମ୍ପର୍କରେ । ମନରେ ନିକଟ ଅତୀତର ବିଷାଦ ଭରା ପୃଷ୍ଠା ଗୁଡ଼ାକ ସ୍ୱତଃପ୍ରବୃତ୍ତଭାବେ ଓଲଟେଇ ହୋଇ ଯାଉଛି । ଦୁଃଖଦ ଘଟଣାଟି

ଆଖିଠାର ମାରେ ଜହ୍ନ – ତ୍ରିଲୋଚନ ଦାସ

ବଇଶାଖୀ ଖରା ଜାଳି ଦିଏ ମନ ମରୀଚିକା ତୋଳେ ଭ୍ରମ, ଅଧା ସପନରେ ଭାଙ୍ଗିଯାଏ ନିଦ ପ୍ରିୟା ରାଗି ତମ ତମ ॥୦॥ ଘୋର ବନସ୍ତରେ ନିଆଁ ଲାଗେ ଯେବେ ମନ ତଳେ ଉଠେ ଧାସ, କିଆ ଗୋହିରୀରେ କିଆ ଫୁଲ ଫୁଟି ଚହଟି ଯାଏ ଲୋ ବାସ । ପରଦେଶୀ ମେଘ କେବେ ଆସିବ ଲୋ ବୁଝିବ ଚାତକୀ ପ୍ରାଣ, ବଇଶାଖୀ ଖରା ଜାଳିଦିଏ ମନ ମରୀଚିକା ତୋଳେ ଭ୍ରମ ॥୧॥ ସହକାରେ କୁଞ୍ଜେ କୋଇଲିର କୁହୁ ଅନ୍ତରକୁ ଯାଏ ଭେଦି, ଆଶାର ଆକାଶ ଛୁଇଁତ ପାରେନା ଆଖିଲୁହେ ପଣବନ୍ଦୀ

ହଜି ଯାଇଛି ମୋ ପ୍ରୀତିର ଠିକଣା – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଥିଲ ମୋ ପ୍ରେମର ଫୁଲ ବଗିଚାରେ ହୋଇ ପ୍ରୀତି ଫୁଲଟିଏ ମହକାଉ ଥିଲ ତୁମ ବାସନାରେ ଦେଇ ପ୍ରେମ ମୂଲଟିଏ ଶ୍ରାବଣରେ ଆମେ ଦୁହେଁ ଭିଜୁଥିଲେ ବରଷାର ଧାରା ହୋଇ ଫଗୁଣର ବାସ୍ନା ଚହଟାଉ ଥିଲା ନେଉଥିଲା ମନ ମୋହି କାଳ ବଇଶାଖୀ ତୁମେ ପାଲଟିବ ଏକଥା ନଥିଲି ଜାଣି କି ଲାଭ ପାଇଲ ନିଃସ୍ଵ କରି ମତେ ଆଉ କାହା ମନ ଜିଣି ପ୍ରୀତି ଉପବନ କେବେଠୁ ମଉନ ଶୁଭୁନାହିଁ ସେ ରାଗିଣୀ ହଜି ଯାଇଛି ମୋ ପ୍ରୀତିର ଠିକଣା ନିଜକୁ ଶବ ଟେ ମଣି ପ୍ରତୀକ୍ଷା ଯେ ମୋର ଜନ୍ମ

ବାପା – ହୃଷିକେଶ ଜାଲି

ଅଚଳ ମହାମେରୁ ଅତଳ ସାଗର ସ୍ରୋତସ୍ୱିନୀ ଧାର କରୁଣାର ମୂର୍ତ୍ତିମନ୍ତ ବିଶ୍ୱାସର ଅମୃତଧାରା ମୋ ବାପା ସ୍ୱର୍ଗ ଠାରୁ ଅତୀବ ମହାନ ଜନ୍ମ ଜନ୍ମ କଳ୍ପଜନ୍ମ ପରେ ବି ସୁଝି ହୁଏ ନାହିଁ ପିତୃତ୍ୱ ଋଣ । ମୁନିଗୁଡା, ରାୟଗଡ, ଓଡ଼ିଶା ଦୂରଭାଷ: ୯୪୩୭୭୪୮୪୫୬

ନ ଭାଵ ତାଙ୍କୁ କେ ଭୁଲ – ଜିତେନ୍ଦ୍ର ସାହୁ

ବୋଉର ସେନେହ ବାପାଙ୍କର ଗାଳି ଲାଗେ ଖଟାମିଠା ପରି, ଗୋଟେ ଲାଗେ ଭଲ ଆଉ ଗୋଟେ ଭେଲ ଅଛି କିନ୍ତୁ ପ୍ରେମଭରି,,।। ବୋଉର ସେନେହ ଖୋଲିଦିଏ ମୁହଁ ସନ୍ତାନ କରନ୍ତି ଯୁକ୍ତି, ବାପା ସେତେବେଳେ ପଥ ଦେଖାଅନ୍ତି ଅଜ୍ଞାନରୁ କରି ମୁକ୍ତି,,।। ବାପା ଦେଲେ ଗାଳି ଲୁହଯାଏ ଢଳି ଦେଖି ବୋଉ କରେ ଗେହ୍ଲ, ବାପାଙ୍କ ପାଇଁ ଯେ ପାଉଛ ସେ ପ୍ରେମ ନ'ଭାବ ତାଙ୍କୁ କେ ଭୁଲ,,।। ଆମେ ବଗିଚାର ନାନା ଫୁଲ ହେଲେ ସେମାନେ ଆମର ମାଳି, ଦୁହିଁଙ୍କର ସ୍ନେହ,ପ୍ରେମ ଓ ଗାଳିରେ ସୁଖ ସୌଧ ହୁଏ ତୋଳି,,।। ଜୀବନରେ

ପିତା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପିତା ଦେହପାଇଁ ହିତା ଏ ଶବ୍ଦର ଅନେକ ଅର୍ଥ, ପାଟିକୁ ପିତା ଲାଗୁ ଥିବା କଲରା, ଲିମ୍ବ, ଚିରେଇତା, ଏସବୁ ପାଟିକୁ ପିତା ଦେହପାଈଁ କିନ୍ତୁ ‌‌ହିତା ।। ପିତା ଅନ୍ୟ ଏକ ଶବ୍ଦ ତାହାର ଅର୍ଥ ଦେବତା ଙ୍କ ଠାରୁ ଉର୍ଦ୍ଧ ସମାନ ନୁହଇଁ ସ୍ବର୍ଗ, ଧର୍ମ ତାର ଅନ୍ୟ ଏକ ଅର୍ଥ ପରମ ତପ ର ଅର୍ଥ ପିତା ।। ଜନ୍ମଦାତା ବାପା ଙ୍କୁ କୁହାଯାଏ ପିତା ସଂସାର ସମୁଦ୍ର ଜୀବନ ତରୀ ର କାତ ମୁଣ୍ଡ ଉପରେ ଥିବା ଆଶିର୍ବାଦ