ଜଗନ୍ନାଥ – ଇଂ ଦୀପ୍ତି ରଞ୍ଜନ ପଣ୍ଡା

ସ୍ଵର୍ଗପୁରେ ବାସ ତାଙ୍କ ନାମ ତା ବୈକୁଣ୍ଠ ମର୍ତ୍ତ୍ୟରେ ବାସ ତାଙ୍କର ଅଟଇ ଶ୍ରୀକ୍ଷେତ୍ର ମହାପ୍ରସାଦରେ ଯିଏ ହୋଇଥାନ୍ତି ତୃପ୍ତ ନୁହଁନ୍ତି ସେ ଅନ୍ୟ କେହି ସେହି ଜଗନ୍ନାଥ ॥୧॥ ଯାହାଙ୍କର କିଛି ନାହିଁ ଆଦି ଆଉ ଅନ୍ତ ସୃଷ୍ଟି, ସ୍ଥିତି, ବିଲୟର ଜାଣନ୍ତି ସେ ସୂତ୍ର କୋଳେଇ ଥାଆନ୍ତି ଯିଏ ଆପଣା ଭକତ ନୁହଁନ୍ତି ସେ ଅନ୍ୟ କେହି ସେହି ଜଗନ୍ନାଥ ॥୨॥ ତାଙ୍କ ବିନା ହଲେ ନାହିଁ ଦୁବ ଅବା ପତ୍ର କରୁଥାନ୍ତି ସିଏ ଦିନ କରନ୍ତି ବି ରାତ୍ର ତାଙ୍କରି

ଲୁଣିଆଁ ହସ – ବାମନ ଚନ୍ଦ୍ର ଦୀକ୍ଷିତ

ଆଖି ଲୁହ ସବୁ ଶୁଖି ଗଲା ପରେ ତୁ ହସିବାକୁ ଚେଷ୍ଟା କରୁଥିଲୁ । ପାଣିଆଁ କୋହ ସବୁୁ ବହି ଯିବା ପରେ ତୁ ହସିବାକୁ ଚେଷ୍ଟା କରୁ ଥିଲୁ । ମୁହଁ ଧୋଇ ସାରିଲା ପରେ ବି ଆଖି କିଛି ଲୁଚେଇ ପାରୁ ନ ଥିଲେ । ଶୁଖିଲା ଲୁହର ଦାଗ ସିନା ଧୋଇ ଦେଲୁ ଆଖି ଭିତର ର ଲୋତକ ଗ୍ରନ୍ଥି କୁ ବୁଝେଇ ପାରିଲୁନି ଜମା । ଜକେଇ ଆସେ ଯେବେ ଆଖି କୋଣ ଦେଇ ପୋଛିବାର ବାହାନା ଖୋଜୁଥିଲୁ

ଅଗ୍ନି ବଳୟ – ପ୍ରଶାନ୍ତ କୁମାର ସାହୁ

ଝୁଲିଝୁଲି ବାଟ ଖୋଜନାହିଁ ସବୁଠି ତ ନିଆଁ ... ଆଗପଛ ଚାରିପାଖ ଦେଖିନିଅ ଅଗ୍ନି ବଳୟ ! ଛଳନାହୀନ ହୃଦୟଟା ଥିଲେ ଶୀତଳତାର କବଚ଼ ପିନ୍ଧି ହୋଇଥାନ୍ତା ଜଳପତି ! ପଞ୍ଚବାଣ ବିଦ୍ଧ ହୃଦୟ କି ବୁଝେ ନିୟତିର ବଦ୍ଧାଞ୍ଜଳି ... ଘୁରିଯାଅ କିଛି ବର୍ଷ ଏକାଏକା, ରାସ୍ତା ଆପେଆପେ ଫିଟିଯିବ! ଫେରିଯିବ ନା ଆଗେଇବ ? ପାଉଁଶ ବୋଳି ହୋଇ ଶୋଇଯିବ ନା ପାଣି ଚିକେ ଢଞାଳି ମଥାରେ ଟୀକା ଲଗାଇବ ! ତୁମ ପାରଖୀର ଅନ୍ତ କାହିଁ ... ଓହ୍ଲେଇବାକୁ ହେବ ନିୟତିର ଘେରାମାରିବାକୁ ! ଅକୀର୍ତ୍ତିର ଘଣ୍ଟନାଦ ଶୁଣିବାକୁ, ବୁଝିପାରିବ ବିଫଳତା ବି କେଉଁ

ତୁମେ – ସିଦ୍ଧେଶ୍ଵର ତ୍ରିପାଠୀ

ତୁମେ ମହକିତ ଅତି ମନୋଲୋଭା ପ୍ରୀତିର ଚନ୍ଦନ ବନ ମୁଁ ତ ଅର୍ଦ୍ଧ ଦଗ୍ଧ ଗୋଟେ କାଠ ଗଣ୍ଡି ଉଆଁସ ରାତି ମୋ ମନ । ତୁମେ ସଭିଙ୍କର ଅତି ଆପଣାର କେତେ ମନ କଲ ଚୋରି ମୋ ମନକୁ ତୁମ ପାଶେ ମୁଁ ହଜାଇ ନିତି ମରେ ଝୁରି ଝୁରି । ତୁମ ବିନା ଜଳି ଜଳି ବିତାଉଛି ପ୍ରତି ରାତି ପ୍ରତି ଦିନ ତୁମେ ମହକିତ ଅତି ମନଲୋଭା ପ୍ରୀତିର ଚନ୍ଦନ ବନ - - - - ତୁମେ ବାଟ ଭାଙ୍ଗି କେବେଠୁ

ଭୃଣ – ସନ୍ତୋଷ ପଟ୍ଟନାୟକ

ସୃଷ୍ଟିକର୍ତ୍ତାଙ୍କର କୃପାର ଆଶିଷେ ସନ୍ତାନ ହୁଅଇ ପ୍ରାପ୍ତ ଭୃଣଟିଏ ହୋଇ ନାରୀର ଗରଭେ ବହୁକଷ୍ଟେ ହୁଏ ଜାତ ଭୃଣହତ୍ୟା କରି ପାପେ ଭାଗିଦାରୀ ହୁଅନାହିଁ ପ୍ରିୟ ଜନ ନବଜାତ ଶିଶୁ ଦୁନିଆଁକୁ ଆସୁ ସର୍ବେଘେନ ନିବେଦନ ବିଶ୍ବନିୟନ୍ତାଙ୍କ ଅପୂର୍ବ ଦାନ ସେ ଶତୃ ତ’ କାହାରି ନୂହେଁ ମାଆବି ଦିନେ ଭୃଣ ଟିଏ ଥିଲା ତାକୁ ତ’ ମାରିନି କିଏ ସ୍ବାର୍ଥକୁ ତଜିକି ନିଷ୍ପତ୍ତି ଟାଳିକି କଥାଟିକୁ ଟିକେ ଭାଳ ଜନ୍ମିତ ଶିଶୁଟି କାଲିର ଭବିଷ୍ୟ ଭୃଣଟି ସୃଷ୍ଟିର ମୂଳ….. ବେଗୁନିଆପଡା଼ ବ୍ଳକ, ତିରିଡା, ଗଞ୍ଜାମ

ତୁମେ ଗଲାପରେ – ହୃଷୀକେଶ ଜାଲି

ଥରେ ଦେଖିିଛକି ଆମେ କେମିତି ଅଛୁ ଜାଣିଛକି ଆମ ଅବସ୍ଥା ପଚାରିନ, ଜାଣିବାକୁ ଚାହିଁନ କେତେ ଡହଳ ବିକଳ ଗାଁ, ସାହି, ସହରର ଲୋକ । ଭଲ କଲ ପଳାଇଲା ଲେଉଟାଣି ହୋଇ । ଆମେ କୋଉ ଭଲ ଲୋକ ଯେ ତୁମେ ରହିଥାନ୍ତ ଆମ ଦୁଃଖ ସୁଖ ପାଇଁ । ଆମେ ସବୁ ଅକାଳ କୁଷ୍ମାଣ୍ଡ ବଂଶ ବୁଡ଼ିଗଲା ବେଳେ ଜନ୍ମ ଲଗ୍ନ ଆମ । ଭଲକଲ ପଳେଇଲ ନହେଲେ କେତେ ରୋଳ କରିଥାନ୍ତୁ, ବରଷାରେ ଭିଜି ଭିଜି । ମିନିଗୁଡା, ରାୟଗଡା, ଓଡିଶା, ଦୂରଭାଷ: ୯୪୩୭୭୪୮୪୫୬

ଉଛୁଳା ଜୀବନ ଯମୁନା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜୀବନ ଯମୁନା ଉଜାଣି ଉଠିଲେ ଉଛୁଳି ଉଠଇ ମନ ଦେହ ଆକାଶରେ ଉଦିତ ହୁଅଇ ଯଉବନ ରୂପା ଜହ୍ନ ।। ହୃଦୟ ତନ୍ତ୍ରୀ ରେ ଝଙ୍କାରିତ ହୁଏ ମଧୂର ରାଗିଣୀ ସ୍ବର ସ୍ଥିରିଭୁତ ଚକ୍ଷୁ ଚଳଚଞ୍ଚଳ ସଦା ହୁଏ ଢଳ ଢଳ ।। ଚପଳଛନ୍ଦା ପାଦ ସ୍ଥିରହୁଏ କୃଶ ହୋଇଥାଏ କଟୀ ବକ୍ଷ ଉର୍ଦ୍ଧ ମୁଖି ବିସ୍ତାରିତ ହୁଏ ଯଥା ଯମଜ ଧୃଜଟି ।। ମନ ଛନଛନ ଆଖି ଚଞ୍ଚଳ ସତେକି ବନର ଏଣୀ ମୁଖ ମାଧୁରୀମା ଶୋଭା ଦିଶେ

ତୋ ପାଦେ ସଅଁପି ଦେବି – ବାମନ ଚନ୍ଦ୍ର ଦୀକ୍ଷିତ

କାଗଜ ଉପରେ କି କଥା ଲେଖିବି ଭାବି ମୁଁ..... ପାରୁନି ଆଜି, ଯଦି ହୋଇ ଯାଏ କବିତା କି ଗୀତ ତୋ ପାଦେ......ସଅଁପି ଦେବି। ଜାଣେନା କାହିଁକି ମନ ମୋ କହୁଛି ଲେଖୁଥିବି ବସି ତୋ ଗୁଣ ହେଜି। ସଜ ସକାଳ ର କଅଁଳ ଖରା ତୁ ସୁଲୁ ସୁଲୁ ବାଆ ଥଣ୍ଡା ପରଶ ଶବୁଜ ଘାସ ର କୋମଳ ପତରେ କାକର ବିନ୍ଦୁ ତୁ କଳା ମାଣିକ ଝଲସାଇ ଦେଇ କରୁଣା କିରଣେ ଅଜାଡ଼ି ଦେଇଛୁ କୃପା ବାରିଧି।। କୋଇଲି ଗାଉଛି କୁହୁକୁହୁ ଗୀତ ପିପଳ ପତର ଝୁଲି

ଫେରିଆସ ତୁମେ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ମୌସୁମୀ ଗୋ ବଡ଼ ବେଦରଦି ତୁମେ ନିଦାଘ ସୁଝାଏ ରାଗ ଜ୍ୟେଷ୍ଠ ରେ ବହୁଛି ବୈଶାଖୀ ପବନ ବଦଳି ଯାଉଛି ପାଗ ।। କେବେ ଦେଖାଉଛ କମନୀୟ ରୂପ ଶୀତଳ ପରସ ଦେଇ ପୁଣି ଲୁଚିଯାଅ ଦିଗବଳୟ ପଛେ ସୁନ୍ଦର ମୁହଁ ଲୁଚାଇ ।। କଥା ଦେଇଥିଲ ଆସିବ ବୋଲି ହେ ହସ୍ତେ ବାରି ଧାରା ଧରି ହୃଦୟ ତୁମର ସତେକି ନିର୍ଦ୍ଦୟ ଚାଲିଗଲ ପଛ କରି ।। ଚାଲିଗଲ କିବା ଘନ ତିମିର କୁ ଛାଡି ମୋତେ ନିଦାଘରେ ଝୁରୁଛି ଧରିତ୍ରୀ ସଢ଼ୁଛି ପ୍ରକୃତି ଚଷା ପୁଅ ତୋତେ ଝୁରେ