ବାପା – ହୃଷିକେଶ ଜାଲି

ଅଚଳ ମହାମେରୁ ଅତଳ ସାଗର ସ୍ରୋତସ୍ୱିନୀ ଧାର କରୁଣାର ମୂର୍ତ୍ତିମନ୍ତ ବିଶ୍ୱାସର ଅମୃତଧାରା ମୋ ବାପା ସ୍ୱର୍ଗ ଠାରୁ ଅତୀବ ମହାନ ଜନ୍ମ ଜନ୍ମ କଳ୍ପଜନ୍ମ ପରେ ବି ସୁଝି ହୁଏ ନାହିଁ ପିତୃତ୍ୱ ଋଣ । ମୁନିଗୁଡା, ରାୟଗଡ, ଓଡ଼ିଶା ଦୂରଭାଷ: ୯୪୩୭୭୪୮୪୫୬

ନ ଭାଵ ତାଙ୍କୁ କେ ଭୁଲ – ଜିତେନ୍ଦ୍ର ସାହୁ

ବୋଉର ସେନେହ ବାପାଙ୍କର ଗାଳି ଲାଗେ ଖଟାମିଠା ପରି, ଗୋଟେ ଲାଗେ ଭଲ ଆଉ ଗୋଟେ ଭେଲ ଅଛି କିନ୍ତୁ ପ୍ରେମଭରି,,।। ବୋଉର ସେନେହ ଖୋଲିଦିଏ ମୁହଁ ସନ୍ତାନ କରନ୍ତି ଯୁକ୍ତି, ବାପା ସେତେବେଳେ ପଥ ଦେଖାଅନ୍ତି ଅଜ୍ଞାନରୁ କରି ମୁକ୍ତି,,।। ବାପା ଦେଲେ ଗାଳି ଲୁହଯାଏ ଢଳି ଦେଖି ବୋଉ କରେ ଗେହ୍ଲ, ବାପାଙ୍କ ପାଇଁ ଯେ ପାଉଛ ସେ ପ୍ରେମ ନ'ଭାବ ତାଙ୍କୁ କେ ଭୁଲ,,।। ଆମେ ବଗିଚାର ନାନା ଫୁଲ ହେଲେ ସେମାନେ ଆମର ମାଳି, ଦୁହିଁଙ୍କର ସ୍ନେହ,ପ୍ରେମ ଓ ଗାଳିରେ ସୁଖ ସୌଧ ହୁଏ ତୋଳି,,।। ଜୀବନରେ

ପିତା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପିତା ଦେହପାଇଁ ହିତା ଏ ଶବ୍ଦର ଅନେକ ଅର୍ଥ, ପାଟିକୁ ପିତା ଲାଗୁ ଥିବା କଲରା, ଲିମ୍ବ, ଚିରେଇତା, ଏସବୁ ପାଟିକୁ ପିତା ଦେହପାଈଁ କିନ୍ତୁ ‌‌ହିତା ।। ପିତା ଅନ୍ୟ ଏକ ଶବ୍ଦ ତାହାର ଅର୍ଥ ଦେବତା ଙ୍କ ଠାରୁ ଉର୍ଦ୍ଧ ସମାନ ନୁହଇଁ ସ୍ବର୍ଗ, ଧର୍ମ ତାର ଅନ୍ୟ ଏକ ଅର୍ଥ ପରମ ତପ ର ଅର୍ଥ ପିତା ।। ଜନ୍ମଦାତା ବାପା ଙ୍କୁ କୁହାଯାଏ ପିତା ସଂସାର ସମୁଦ୍ର ଜୀବନ ତରୀ ର କାତ ମୁଣ୍ଡ ଉପରେ ଥିବା ଆଶିର୍ବାଦ

ଧୋକାଦିଆ ମୌସୁମୀ – ନିରଞ୍ଜନ ପଣ୍ଡା

(ମୌସୁମୀ ଆଗମନର ବିଳମ୍ବ ନିମନ୍ତେ) ମୌସୁମୀ ଗୋ ତୁମେ କୁଆଡ଼େ ଗଲ... ବିଷମ ରୌଦ୍ରକୁ ଦୁରୀଭୂତ ପାଇଁ.. କ'ଣ,ଦୁଇଦିନ ଆସିଥିଲ ? ନା,ଆଗୁଆ ଆସିବା ବାହୁନେ ଏ ଧରାକୁ ନମୁନା ଦେଖାଇଦେଲ, ଅବା,ଆସୁ ଆସୁ ପୁଣି ବାଟବଣା ହୋଇ ଦିଗହରା ହେଲ ପୁଣି ଫେରି ଚାଲିଗଲ | ବସୁମାତା ଝୁରେ ତୁମ ପରଷକୁ ରଜସ୍ବଳା ହୋଇ ରଜେ କେଉଁଠି ଲୁଚିଛ ହେ ମାୟା ମୌସୁମୀ ଭିଜେଇ ଦିଅ ସରାଗେ, ମାଡ଼ିଆସ ତୁମେ ଘୋର ଗରଜନେ ଧୁସର ଅମ୍ବର ବକ୍ଷେ କଳା ମେଘ ହୋଇ ବରଷି ଯାଅାରେ ଶାନ୍ତପଡ଼ୁ ଧରା ଏବେ,| ମୌସମୀ ଗୋ

ଆରାଧନା – ତପସ୍ଵିନୀ ଦାଶ

ଯାହାର ନାଁରେ ଛାତିରେ ଆସେ କମ୍ପନ ଥରେ ଅଧର ବେପଥୁରେ ଶିହରଣ ଅଧର ଖୋଜେ ଅଧର ଆଖିି ଖୋଜେ ପଡ଼ନ୍ତାନି କି ପତା ଦେଖୁଥାନ୍ତି ଚିର କାଳ କାନ କହେ ଶୁଣୁଥାନ୍ତି କି ସେ ମୂରଲୀ ସ୍ୱର ଅହର୍ନିଶ , ଶୋଇଥାନ୍ତି କୋଣାର୍କ ର ନଟନଟୀ ପରି ଢାଙ୍କି ଥାନ୍ତା ଚନ୍ଦ୍ରାତପ ମଖମଲି ଚାନ୍ଦର ଚାଦର, କେହି ନ ଥାନ୍ତେ ; ଥାଆନ୍ତ ତୁମେ ଆଉ ମୁଁ, ତୁମେ ଚୁମୁଥାନ୍ତ କେତେବେଳେ ମୋ ଅଧର ବିକ୍ଷୋଜ ଥରକୁ ଥର କରୁଥାନ୍ତି ମନା ଅଥଚ ସେ ମନା ରେ ଥାଆନ୍ତା ଶୁଭ ଆମନ୍ତ୍ରଣ ଆସ ,ଆସ ପ୍ରିୟ ଭିଡି ଧର ମେଣ୍ଟି

ଶ୍ରୀ ମଧ୍ୟେ ଶ୍ରୀହୀନା – ଜ୍ୟୋତ୍ସ୍ନା ରାୟ

ଶ୍ରୀମନ୍ଦିର ସବୁ ଶ୍ରୀ ମଧ୍ୟେ ସେଦିନ ଦେଖିଲି ଶ୍ରୀହୀନାକୁ କୋଳରେ ଜୀର୍ଣ୍ଣସୀର୍ଣ୍ଣ ସନ୍ତାନ ନୁଖୁରା ବାଳ,ବେଶଭୂଷାର ଅସଜଡା ପରିପାଟୀ ମନ ଭିତରେ ବୁଭୁକ୍ଷାର ଅନ୍ତର୍ଦାହ ଖାଦ୍ୟ, ଅର୍ଥ, ବସ୍ତ୍ର ପାଇଁ ଏକ ବିକୃତ ମାନସିକତା। ପ୍ରସ୍ତର ନିର୍ମିତ ପ୍ରାଚୀର ମଧ୍ୟେ ଜୀଇଁବାର ଇଚ୍ଚାପତ୍ର-ନିବେଦିତ ବାଉନକୋଟି ଭଣ୍ଡାରର ବାସ୍ତବତା। ଆପାଦ ମସ୍ତକ, ସ୍ଥିତି ଅବସ୍ଥିତ ଦାରିଦ୍ର୍ୟର ଉତ୍ପୀଡନ,ବଞ୍ଚିବାର ସଂଗ୍ରାମ ନାରୀତ୍ୱର ଅବଲୁଣ୍ଠନକୁ ନାରୀ ହୃଦୟର ଷ୍ଟେଥିସ୍କୋପରେ ପରୀକ୍ଷା,ନିରୀକ୍ଷା,ତର୍ଜମାର ଅନ୍ତର୍ଦ୍ୱଦ୍ୱ ଭିତରେ ଦୃଷ୍ଟିଗୋଚର ଅନତି ଦୂରରେ ଅନ୍ୟ ଏକ ଆଗନ୍ତୁକା ପର୍ଯ୍ୟବେକ୍ଷଣ, ବିଶ୍ଲେଷଣରେ ନିମଗ୍ନ ଅପଲକ ନୟନର ଦୃଷ୍ଟି ଜଣଙ୍କର ଉର୍ଦ୍ଧତାର ଉର୍ଦ୍ଧ୍ବକୁ ଅନ୍ୟଟିର ନୀଚତାର ନିମ୍ନରେ ଦାରିଦ୍ର୍ୟ ଆଉ ଐଶ୍ୱର୍ଯ୍ୟମଣ୍ଡିତା ବିଭେଦତା, ଵ୍ୟବଧାନ ମିଥ୍ୟା ପ୍ରତିଶ୍ରୁତି

ଚିଲିକା – ଗୌରାଙ୍ଗ ଚରଣ ବେଉରା

ନୀଳ ସାଗରୀକା ନୀଳାମ୍ବୁ ଚିଲିକା ଉତ୍କଳର ଗଳାହାର, ଜଳ ଜୀବଂକର ମଧୁର ନିଳୟ କବି ଉପମାର ମାଳ ॥ ତୋ ଜଳେ ଭାସନ୍ତି ମରାଳ ପନ୍ତି ଗୋ ଭାସନ୍ତି ପୋତ ପଂକତି, ନୀଳ କଇଁ ହସେ ତୋ ଚାରୁ ହସରେ ହସେ ପଟିକା ସଂପତ୍ତି ॥ ନୀଳ ନୀଳିମାର ବାଦଲ ନାଚଇ ତୋ ନୀଳ ନୀଳବକ୍ଷରେ, ହଂସ ହଂସରାଳି କରୁଥାନ୍ତି କେଳି ଦିବ୍ୟ ପୁନେଇ ଜହ୍ନରେ ॥ ତାଳବଣ ଶୋହେ ବିହଂଗ କୁଜନେ ଚଢେଇ ଗୁହା ହସଇ, ପାରିକୂଦ ଛାୟା ମାଲୁଦ ପ୍ରଛାୟା ତୋ ଜଳ ରାଶିରେ ଥାଇ॥ ଦୂର କାଳିଜାଈ ଶୋଭା

ଆସ ହେ କଳା ସାଆନ୍ତେ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଆସ ଆସ ଢଳି ଢଳି ନୀଳଗିରି ପାନକରି କାଦମ୍ବରୀ ନବ ଯଉବନ କରିଲି ଦର୍ଶନ ଏବେ ହୁଅ ରଥଚାରୀ ରଥରେ ବାମନ ରୂପ କରିବି ଦର୍ଶନ ହେ କମଳାନନ କ୍ଷୟ ହେବ ଯେତେ ପାପ ।। ଭାଇ ବଳଦେବ ଭଉଣୀ ସୁଭଦ୍ରା ରଥେ ବସି ଚାହିଁ ଛନ୍ତି କାହିଁ ଗଲା ଆମ ନାଟଖଟ କାହ୍ନା ବୋଲି କଥା ହେଉଛନ୍ତି କିଆଁ ଡେରି ଡେରି କର ମାଉସୀ ଘରକୁ ଯିବା ପାଇଁ ପରା ବେଳ ହେଉଛି ଉଛୁର ।। ହରିବୋଲ ହୁଳହୁଳି ଗହଳି ରେ ଉଛୁଳି

ଗଜଗାମିନୀ – ବାମନ ଚନ୍ଦ୍ର ଦୀକ୍ଷିତ

ଭାଗ – ୧ ଆଳି ମେଳେ ବାଳି କରେ ଗମନ ଗଜ-ଗାମିନୀ ଗତି ସୁଶୋଭନ ରାଜହଂସିନୀ ଠୁଁ ଚୁରାଇ ଚାଲି ରହି ରହି ଚାଲେ ହଲି ଦୋହଲି ଯିବ କି ନ ଯିବ ଭାବେ ଯେ। ଅବା ଅବନୀ କୁ ଅବଗତ ନୋହୁ ଗତି ଅତି ମନ୍ଦ ଛନ୍ଦେ ଯେ। ସଜ ସକାଳ ସୂରୁଜ କିରଣ ଵାଳା ମୁଖେ କରେ କି ବିକିରଣ ଅଳପ ଅଳତା ଅନେକ କ୍ଷୀର ଗୋଳେଇ ବିଧାତା ହୋଇ ବିଭୋର ଘୋଳି ବୋଲି ଦେଲା ଅବା ଯେ। ଗଣ୍ଡ ଦେଶେ ଖଣ୍ଡ ଦାଡ଼ିମ୍ବ ର