ଆଲୋଚନା : ଜୀବିକା – ହୃଷୀକେଶ ଜାଲି

ଜୀବନକୁ ବାଜି ଲଗାଇ ୧୫୦ ଗାଁର ପ୍ରାୟ ଦେଢ଼ ଲକ୍ଷ ମତ୍ସ୍ୟଜୀବୀ ଚିଲିକାରେ ଜୀବନ ଧାରଣ କରୁଛନ୍ତି । କାହିଁ ଖୋର୍ଦ୍ଧା ତଳମାଳ ଗାଁ ମଙ୍ଗଳାଯୋଡି, ଜରିପଡା, ସୋରଣ, ଜୟନ୍ତିପୁର, ବରଡି, ବଉଳାବନ୍ଧ, ନଈରୀ, କୁମାଣ୍ଡଳ, ବାଙ୍କିଆପଲ୍ଲୀ, ବାଲୁଗାଁ, ବଡ଼କୁଳ, ଗଅପଦର, ଛେଡାପଦର, ଚନ୍ଦରାପୁଟ, ବଡ଼କୁଳ, ଲଂଗଲେଶ୍ୱର, ପଥରା, କେଶପୁର, ସମ୍ବଲ, ମଠସମ୍ବଲ, ସାବୁଳିଆ, ରମ୍ଭା, ପାରିକୁଦ ଗଡର ଅନେକ ଚିଲିକାକୁଳୀଆ ଗାଁ ସତେ ଯେମିତି ଚିଲିକା ତାଙ୍କର ମା'

ଏକ ଦୃଷ୍ଟିପାତ : ଉଭେଇ ଯାଉଛି ମୌସୁମୀ – ପବିତ୍ର କୁମାର ନାୟକ

ମୌସୁମୀ ନାଆଁ ଟି ଶୁଣିଲା କ୍ଷଣି କିଛି ଅଜଣା ଶିହରଣ ଖେଳି ଯାଏ ଦେହସାରା । ଏକ ଅହେତୁକ ଭାବନା ଜାତ ହୁଏ ମନ ଭିତରେ । ଯେଉଁଠି ବଞ୍ଚିବାର ମହକ ଅନୁଭବ କରିପାରେ ପ୍ରତ୍ୟେକ ଜୀବନ । ତପ୍ତ ଧରଣୀକୁ ଶୀତଳ କରିବା ପାଇଁ ମୌସୁମୀ ମାଡ଼ି ଆସେ କେଉଁ ଏକ ଅଜଣା ରାଇଜରୁ। ମୁକ୍ତି ଅପେକ୍ଷାରେ ଥିବା ଅହଲ୍ୟା ସତେ ଯେମିତି ମୌସୁମୀର ସ୍ପର୍ଶ ପାଇ ମୁକ୍ତି

ପ୍ରବନ୍ଧ – ଅମୃତାଲୋକରେ ଅମୃତ ସନ୍ଧାନ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ମନୁଷ୍ୱକୁ ସୃଷ୍ଟି କରିଥିବା ଶ୍ରୀଭଗବାନ ସାବଧାନ କରିବାକୁ ଉପଦେଶ ଦେଇ କହିଛନ୍ତି - `ସେ ଯେଭଳି ମନୁଷ୍ୟୋଚିତ୍ ଶକ୍ତିର ବ୍ୟବହାର ଓ ପୁରୁଷାର୍ଥର ଯଥୋଚିତ୍ ପ୍ରୟୋଗ କରେ, ମନୁଷ୍ୟଠାରେ କ୍ଳୀବତା (ନଂପଷକ) ଶୋଭାପାଏ ନାହିଁ । ଯେତେବେଳେ ବିଷାଦ,ନିରାଶା,ଅବସାଦ ଓ ଅଶ୍ରଦ୍ଧା ଆଦି କ୍ଳୀବତାର ଚିହ୍ନ ହୃଦୟରେ ଦେଖାଦିଏ, ସେ ସମୟରେ ନିଢର ମନୁଷ୍ୟତ୍ୱକୁ ଓ ପୁରୁଷାର୍ଥକୁ ସ୍ମରଣକର, ନିଜ ପ୍ରାର୍ଥୀତ୍ୱ ଓ ପରନ୍ତପ ଅଧିକାରକୁ ମନେପକାଅ, ଏ ପ୍ରକୃତିର

ପ୍ରବନ୍ଧ – ନୀତିହୀନ ରାଜନୀତି – ଶୁଭକାନ୍ତ ସାହୁ

ପ୍ରତ୍ୟେକ ରାଜନୈତିକ ଦଳ ନିର୍ଦ୍ଧିଷ୍ଟ ଆଦର୍ଶବୋଧ ଉପରେ ପ୍ରତିଷ୍ଠିତ । ଏହି ଆଦର୍ଶବୋଧ ନିଶ୍ଚିତ ଭାବେ ଜନ ହିତକର ବା ବହୁଜନ ସ୍ୱାର୍ଥ ସମ୍ବଳିତ । ତେଣୁ ଯେକୌଣସି ଦଳ ହେଉନା କାହିଁକି ତା’ର ଆଦର୍ଶ ସାଧାରଣତଃ ଜନ ମାରଣ ନୀତି ବା ଜନସ୍ୱାର୍ଥ ବିରୋଧୀ ହୋଇ ନଥାଏ । ପୁଣି ସମସ୍ତ ରାଜନୈତିକ ଦଳର ନିର୍ଦ୍ଧିଷ୍ଟ ଏଜେଣ୍ଡା ଥାଏ ଯଦ୍ୱାରା ସେମାନେ ନିଜ ଦଳର ଆଦର୍ଶବୋଧ ନେଇ ଲୋକଙ୍କ

ପ୍ରବନ୍ଧ – ଆତ୍ମନାଶୀ ଆଭିମୁଖ୍ୟ ଏକ ସାମାଜିକ ବ୍ୟତିକ୍ରମ – ଡକ୍ଟର ଲକ୍ଷ୍ମଣ ସାହୁ

ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଏକ ଶ୍ରେଷ୍ଠପ୍ରାଣୀ ଭାବରେ ଚିହ୍ନିତ । ଭଗବାନଙ୍କର ସେ ଅମୃତର ସନ୍ତାନ । କୋଟି ଜନ୍ମର ପୁଣ୍ୟଫଳ, ତପସ୍ୟା ବଳରେ ସେ ଏଭଳି ଏକ ଦୁର୍ଲ୍ଲଭ ଜନ୍ମଟିଏ ପାଏ, ସମାଜରେ ନିଜକୁ ପ୍ରତିଷ୍ଠା କରେ । ଏପରି କୁହାଯାଇଛି ଏହି ମାନବ ଜନ୍ମ ପାଇବା ପାଇଁ ଦେବତା ମଧ୍ୟ ମର୍ତ୍ତ୍ୟ ଭୂମିକୁ ଓହ୍ଲାଇ ଆସନ୍ତି । ଭଗବାନଙ୍କ ଅମୃତର ସନ୍ତାନ ଏଭଳି ଦୁର୍ଲ୍ଲଭ ଜନ୍ମର ସାର୍ଥକତା

ଆଲୋଚନା – ଭାରତୀୟ ସଂସ୍କୃତିର ପ୍ରତୀକ ରାମ – ଡକ୍ଟର ଲକ୍ଷ୍ମଣ ସାହୁ

ଭାରତୀୟ ରାଷ୍ଟ୍ରିୟ ରାଜନୀତିରେ ଧର୍ମ ଭାବନାକୁ ନେଇ ବିବାଦ କେବେ ଥମୁନି । ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣର ଝଡ କେବେ କମୁନାହିଁ ଓ ତାହାର ଅବସାନ କେବେ ସମ୍ଭବ ହୋଇନପାରେ । ବହୁବାର ରାମ ମନ୍ଦିର ନିର୍ମାଣକୁ କେନ୍ଦ୍ର କରି ରାଢନୈତିକ ଦଳ ପରସ୍ପର ଭିତରେ ବାକ୍ ବିତଣ୍ତା, ତର୍କ-ବିତର୍କ, ଯୁକ୍ତି ଘଟି ସମସ୍ୟା ସମାନ୍ଧନର ବାଟ ଫିଟିନାହିଁ, ବରଂ ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରୁଛି

ଆଲୋଚନା – ଓଡିଆ ଗଳ୍ଦରେ ଗାନ୍ଧିବାଦୀ ଚେତନା – ଡକ୍ଟର ଲକ୍ଷ୍ମଣ ସାହୁ

ଜାତିର ଜନକ ମହାତ୍ମାଗାନ୍ଧି 1919 ରେ ଜାତୀୟ ରାଜନୀତିରେ ଯୋଗ ଦେଇ ସ୍ୱାଧିନତା ସଂଗ୍ରାମରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ତାଙ୍କର ଶାନ୍ତ ତଥା ବଳିଷ୍ଠ ବ୍ୟକ୍ତିତ୍ୱରେ ଆକୃଷ୍ଠ ହୋଇପଡିଥିଲେ ଭାରତର ଅଗଣିତ ଜନତା । 1919 ରୁ 1947 ପର୍ଯ୍ୟନ୍ତ ତାଙ୍କ ପରାମର୍ଶରେ ସ୍ୱାଧିନତା ସଂଗ୍ରାମର ସମସ୍ତ ଘଟଣାବଳୀ ପରିଚାଳିତ ହୋଇଥିଲା । ଅହିଂସା ଓ ଅସହଯୋଗ ଏଦୁଇଟି ଅସ୍ତ୍ରକୁ ଆଧାର କରି ସେ ଇଂରେଜମାନଙ୍କ ବିପକ୍ଷରେ

ଆଲୋଚନା – ପଞ୍ଚସଖାଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ – ଡକ୍ଟର ଲକ୍ଷ୍ମଣ ସାହୁ

ପଞ୍ଚଦଶ ଶତାଦ୍ଦୀର ମାଟିର ମହାକବି ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କ ପରେ ଷୋଡଶ ଶତକରେ ଓଡିଶାରେ ପାଞ୍ଚ ଜଣ ଯୁଗଜନ୍ମା ମହାପୁରୁଷ ସନ୍ଥ, ତତ୍ତ୍ୱଦର୍ଶୀ, ବୈଷ୍ଣବ ସାଧକ, କବି ଓଡିଆ ସାହିତ୍ୟ ସାଧନାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ପରବର୍ତ୍ତୀ କାଳରେ ପଞ୍ଚସଖା ନାମରେ ପରିଚିତ ହୋଇଛନ୍ତି, ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ । ଓଡିଆ ସାହିତ୍ୟରେ

ଆଲୋଚନା – ମାନବ ଜୀବନର ଗାରିମା – ଡକ୍ଟର ଲକ୍ଷ୍ମଣ ସାହୁ

ମାନବ ଜୀବନର ଶ୍ରେଷ୍ଠ ଗୌରବ ଏହା ଯେ, ଯାହା ତାକୁ ଏତେବଡ ସଂସାର ଭିତରେ କୌଣସି ବସ୍ତୁ ତୃପ୍ତି ବା ଆତ୍ମସଂତୋଷ ଦେଇପାରେ ନାହିଁ, ଅସୀମ ତାର କ୍ଷୁଧା, ଅସୀମ ତାର କାମନା, ବାସନା, ଯାହାର କେବେ ଅନ୍ତନାହିଁ । ଏହାର ଞ୍ଗାନ ପିପାସା, କର୍ମ ପ୍ରବଣତା, ଭୋଗାକାଂଙକ୍ଷା, ପ୍ରେମାବେଗ ଆଦିର ଦମନ କରିବା ସହଜସାଧ୍ୟ ହୋଇପାରେ ନାହିଁ, ଏସବୁ କେବଳ ମନୁଷ୍ୟ ସ୍ୱଭାବରେ ଅଙ୍ଗୀଭୂତ । ଏହି ବିଶାଳ