ନୀଳ ନୟନୀ – ତପସ୍ୱିନୀ ଦାଶ

ଗପ ନୁହଁ ଜମା ଏକ ନିଛୁକ ସତ ଘଟଣା । ଯୁବ ଓକିଲ ଜଣକ ତରବର ହୋଇ କୋର୍ଟ ଛାଡିଲେ । ଯିବା ପୂର୍ବରୁ କୋଟ, ଗାଉନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲକର ରେ ରଖିଲେ । ଚାବି ବାମ ପକେଟ ରଖି ତରବର ହୋଇ ବସ ଆଡକୁ ମୁହାଁଇଲେ । ଏଠୁ ଯିବାକୁ ପଡ଼ିବ ପଚିଶ କିଲୋମିଟର ଦୂର ମାଣତ୍ରୀ ପାଖ । କାଲି ଶିବରାତ୍ରୀ, ଘରଣୀ ଙ୍କ

ଅନୁଭୂତି କାହାଣୀ – ଵାଵା ଵାଣୀ ଶୁଣି ନାମ ନେଲି ଜାଣିଜାଣି – ଜିତେନ୍ଦ୍ର ସାହୁ

ଗୋଟିଏ ଲୋକର ବିବାହର ୪ ବର୍ଷ ହେଇ ଯାଇଥିଲା । ସେ କିନ୍ତୁ କେବେ ମଧ୍ୟ ତାର ପତ୍ନୀର ହାତ ରନ୍ଧା ଖାଦ୍ୟକୁ ପ୍ରଶଂସା କରୁନଥିଲେ । ତେଣୁ ସବୁବେଳେ ତାଙ୍କର ପାରିବାରିକ ଜୀବନରେ ଖିଟିପିଟି ଲାଗିରହିଥିଲା । ଦିନେ ହଠାତ୍ ଜଣେ ବାବାଙ୍କ ସହିତ ସେ ଲୋକର ସାକ୍ଷାତ ହେଲା ପରେ ବାବା ସବୁ ତାଙ୍କର ମନକଥା ଜାଣିପାରି କହିଲେ; ପୁତ୍ର ମନଦୁଃଖ କରିନାହିଁ କି ଉଦାସ ରୁହନାହିଁ

ଅନୁଭୂତି କଥା – ଲୁହ ଭିଜା ଆଖି – ଜିତେନ୍ଦ୍ର ସାହୁ

ସେଇ ଦିନର କଥା, ସେ ଏତେ କାନ୍ଦିଥିଲା ମୋ ଛାତି ଉପରେ ମଥା ରଖି ଯେ ତାର ଲୁହରେ ମୋ ହୃଦୟ ମଧ୍ୟ ଭିଜି ଯାଇଥିଲା । ମୁଁ କିନ୍ତୁ ଭାଙ୍ଗିଯାଇନଥିଲି । ଛାତି ତଳେ ଏତେ କୋହ ଥାଇ ମଧ୍ୟ ପାଷାଣ ପାଲଟି ସେମିତି ତାକୁ ଜାବୁଡି ଧରିଥିଲି। ଆଉ ଶେଷରେ ସ୍ୱାର୍ଥପର ହୋଇ ସେଇ ଦିନଠୁ ସବୁଦିନ ପାଇଁ ମୋ ନିଜଠୁ ତାକୁ ଦୁରେଇ ଦେଇଥିଲି। କାରଣ

ଅନୁଭୂତି କଥା – ନିରିମାଖି ପ୍ରେମିକା – ଜିତେନ୍ଦ୍ର ସାହୁ

ସକାଳ ଗାଧୁଆ ସାରି ନଈ ତୁଠରୁ ଫେରି ଆସିଥୁଲା ପ୍ରେମିକା ମୋର । ହଳଦୀ ମାଖି ସେ ହଳଦୀ ମୁଖୀ ସତରେ ଭାରି ସୁନ୍ଦର ଦିଶୁଥିଲା । ଯେତେବେଳେ ସିଏ ଗଜଗାମାନୀ ର ରୂପନେଇ ଚାଲି ଆସୁଥିଲା ନା; ତା ଦେହର ବାସ୍ନା ପବନରେ ମିଶି କିଛି ବାରତା ନେଇ ଭାସି ଭାସି ଆସି, ମତେ ନିଦରୁ ଜଗାଇବା ପାଇଁ ସତେ ଯେମିତି ଚେଷ୍ଟା କରୁଥିଲା ଆଉ ମୋ କଳ୍ପନାରେ

ଅନୁଭୂତି କଥା – ସରକାରୀ ବାବୁ – ଦେବୀ ପ୍ରସାଦ ଖଡ଼ିରତ୍ନ

ତର ତର ହୋଇ ପହଞ୍ଚି ଗଲି EPF ଅଫିସିରେ । କାଳେ କୋଉ କଥା । ଦି ଦିନ ହେଲା ଫେରିବାକୁ ପଡୁଛି । ଏତେବଡ ଲମ୍ବା ଲାଇନି ।ପୁଣି ଡେରିରେ ଆସିଲେ ଲାଇନି ନାହିଁ । ଠିକ ଟାଇମି ରେ ଯଦି ନମ୍ବର ନ ହେଲା ତାହେଲେ ପୁଣି ଆରଦିନକୁ ଅପେକ୍ଷା । ଆଉ ନୁହଁ.. । କାଲି ରାତିରେ ଯୋଜନା ପୂର୍ବକ ଜଲଦି ସବୁ କାମ ସାରି

ଅନୁଭୂତି ଗଳ୍ପ – ବାପା ଆଖିରେ ଲୁହ – ମୌସୁମୀ ସାଓ

ସୁର୍ଯ୍ୟ ନ ଉଇଁଲେ ସକାଳ ହୁଏନି , ଚନ୍ଦ୍ର ତାରା ଓ ଅନ୍ଧାର ନଥିଲେ ରାତି ହୁଏନି,ଆଉ ଆକାଶରେ ବାଦଲ ନଥିଲେ ବର୍ଷା ହୁଏନି । ବଣମଲ୍ଲୀ ବଣରେ ଫୁଟି ମଉଳିବା ପରି କିଛି ସ୍ମୃତି ହୃଦୟ ଭିତରେ କବର ନିଏ ତ ଆଉ କିଛି ସ୍ମୃତି କୁ ଏ ମନ ଭୁଲିପାରେନି । ଅବଶ୍ୟ ମୁଁ ଆଜି ଯେଉଁ ସ୍ମୃତି କଥା କହିବାକୁ ଯାଉଛି ମୋ ବାପାଙ୍କ ଭିଟା

ତୁ ନଥିଲେ ମା’ ମୋର ନାହିଁ ନାଁ – ଜିତେନ୍ଦ୍ର ସାହୁ

ଯେବେ କିଣିଭିଣା କରି ଝୁଣି ପକାଉଥାଏ କ୍ଷୁଧା ମୋ ଉଦର ଭିତରେ, ସେତେବେଳେ ତୋରି ହିଁ ନାଁ ସର୍ବପ୍ରଥମେ ମୋ ମୁଖରୁ ନିସୃତ ହୋଇଥାଏ । ମୁଁ ବଡହେଲା ପରେ ସିନା ତୋ କୋଳ ଛାଡି ରୋଜଗାର ପାଇଁ ପରଦେଶୀ ହେଇଗଲି କିନ୍ତୁ, ତୋର ପଣତକାନି ତଳରୁ ଚାଲିଆସିଲା ପରେ ସତେ ଯେମିତି ମୋ ଶ୍ବାସରୁଦ୍ଧ ହେଲା ଭଳି ଲାଗୁଛି । ତୁ ମୋର ସମୀପରେ ରହିଥିଲେ ମୁଁ କେବେବି

ଗଳ୍ପଟିଏ ନୁହେଁ – ଆମ୍ବ ଓ ଜୀବନ – ତପନ ପ୍ରଧାନ

ଆଜି ଗାଆଁକୁ ଯାଇଥିଲି । ପୁରୁଣା ଘର ମାଝୀତୋଟା ଆଡେ ଘେରାଏ ବୁଲି ଆସିଲି । ଚାରିଆଡେ ଆମ୍ବ ଗଛରେ ବଉଳ ଭର୍ତ୍ତି । ଏ ବର୍ଷ ନିଶ୍ଚୟ ଭଲ ଆମ୍ବ ଫଳିବ । ଆମ୍ବ ତୋଟା ଦେଖି ସେ ପୁରୁଣା ବଡ଼ ଗଛ ଓ ପିଲାଦିନ କଥା ମନେ ପଡ଼ିଲା । ସେତେବେଳେ ଅଷ୍ଟମ କି ନବମ ଶ୍ରେଣୀରେ ପଢୁଥାଏ । ଆମ୍ବ ସିଜିନ ସରି ଆସିଥାଏ ।

ଗୁରୁଦକ୍ଷିଣା – ଇଂ ପଦ୍ମ ଚରଣ ମିଶ୍ର

୨୦୦୫ ମସିହାରେ ବିରମିତ୍ରପୁର ସ୍ଥିତ ରାଷ୍ଟ୍ରାୟତ ମାଇନିଂ କମ୍ପାନୀରେ ଉମାକାନ୍ତ ମହାପାତ୍ର ବୋଲି ପିଲାଟିଏ ଇଲେକ୍ଟ୍ରିକାଲ୍ ଡିପ୍ଲୋମା ସାରି ବର୍ଷିକିଆ ଆପ୍ରେନ୍ଟିସିପ୍ କରିବାକୁ ଆସିଥିଲା। ଆମ କମ୍ପାନୀର ଇଲେକ୍ଟ୍ରିକାଲ୍ ବିଭାଗରେ ଆମେ ୩-ଜଣ ଇଞ୍ଜିନିୟର୍ ଥିଲୁ। ମୋର ଚାକିରୀ ମାତ୍ର ୩ ବର୍ଷ ହେଇଥାଏ। ମୁଁ ସେତେବେଳେ କ୍ରସର୍ ପ୍ଲାଣ୍ଟର ଦାୟିତ୍ବରେ ଥାଏ। ପିଲାଟା ପ୍ରଥମେ ୬-ମାସ କମ୍ପାନୀର କଲୋନୀ ସପ୍ଲାଇରେ ରହି ଟ୍ରେନିଂ ନେବାପରେ ମୋ ପାଖକୁ ଆସି