ଅରୁକ୍ଷ କାବ୍ୟ ରୁ “ଛ”ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ – ମୁଖାବରୀ /ତାଳ -ତ୍ରିପଟା

ଛାନ୍ଦସଜ୍ୟୋତି ସୁମନେ
ଛାମୁରେ ନିର୍ମଳ ମନେ ାା୧ାା
ଛ ତରଳ ସ୍ତୁତି ଯେବେ
ଛନ୍ନ କଲା ଅଗ୍ନିଦେବେ ାା୨ାା
ଛଟପଟ ଦ୍ରୁଶ୍ୟମାନ
ଛାମୁରେ ହବ୍ୟବାହନ ାା୩ାା
ଛ ହୋଇଲା ତାଙ୍କ ହ୍ରୁଦ
ଛଟା ସମ ଗଦଗଦ ାା୪ାା
ଛିଡା ହୋଇ ଅଗ୍ନି ଆଗ
ଛନ୍ଦ ରେ ନତ ମସ୍ତକ ାା୫ାା
ଛ ହ୍ରୁଦୟ ମନେ ଘେନି
ଛୁଇଁଲେ ସେ ବେନି ପାଣି ାା୬ାା
ଛିଟକା ନାଶିବା ମଣି
ଛୁଟିଗଲେ ଶୂଳପାଣି ାା୭ାା
ଛନଛନ ଥିଲେ ଭବ
ଛଳ ରଖି ମହାଦେବ ାା୮ାା
ଛୁଇଁ ଦେଲେ ମୁଣ୍ଡେ ଶିଶ୍ନ
ଛାଡିଲେ ସେ ରେତଧନ ାା୯ାା
ଛଡନ୍ତେ ମସ୍ତକେ ରେତ
ଛିନ୍ନ କି ହେଲା ପର୍ବତ ାା୧୦ାା
ଛଟା କରି ଦଶଶିର
ଛଟକା ବହିଲେ ଭୂ ର ାା୧୧ାା
ଛତ୍ରଛାୟା କଲେ ରେତେ
ଛନ୍ଦରେ ଜଗତ ହିତେ ାା୧୨ାା
ଛନଛନ ଦେବଗଣ
ଛାଡିଗଲେ ହ୍ରୁଷ୍ଟ ମନେ ାା୧୩ାା

ମନ୍ତବ୍ୟ ରଖନ୍ତୁ: