ଧୋକାଦିଆ ମୌସୁମୀ – ନିରଞ୍ଜନ ପଣ୍ଡା

(ମୌସୁମୀ ଆଗମନର ବିଳମ୍ବ ନିମନ୍ତେ)

ମୌସୁମୀ ଗୋ ତୁମେ କୁଆଡ଼େ ଗଲ…
ବିଷମ ରୌଦ୍ରକୁ ଦୁରୀଭୂତ ପାଇଁ..
କ’ଣ,ଦୁଇଦିନ ଆସିଥିଲ ?
ନା,ଆଗୁଆ ଆସିବା ବାହୁନେ ଏ ଧରାକୁ
ନମୁନା ଦେଖାଇଦେଲ,
ଅବା,ଆସୁ ଆସୁ ପୁଣି ବାଟବଣା ହୋଇ
ଦିଗହରା ହେଲ ପୁଣି ଫେରି ଚାଲିଗଲ |
ବସୁମାତା ଝୁରେ ତୁମ ପରଷକୁ
ରଜସ୍ବଳା ହୋଇ ରଜେ
କେଉଁଠି ଲୁଚିଛ ହେ ମାୟା ମୌସୁମୀ
ଭିଜେଇ ଦିଅ ସରାଗେ,
ମାଡ଼ିଆସ ତୁମେ ଘୋର ଗରଜନେ
ଧୁସର ଅମ୍ବର ବକ୍ଷେ
କଳା ମେଘ ହୋଇ ବରଷି ଯାଅାରେ
ଶାନ୍ତପଡ଼ୁ ଧରା ଏବେ,|
ମୌସମୀ ଗୋ ଫେରିଆସ ଅବିଳମ୍ବେ…
ସହନଶୀଳତା ଲଙ୍ଘନ ହୋଇଲା
ଧୈର୍ଯ୍ୟ ପରାକାଷ୍ଟା ଅବକାଶ ହେଲା
ବଞ୍ଚିବା ଟା ହୁଏ ବିଷମୟ…
କ୍ଷଣିକ ବିଳମ୍ବ ଲଭିଲେ ପରାଏ
ରାମନାମ ଜୀବମୟ ରାମନାମ ଜୀବମୟ !
ମୌସୁମୀ ଗୋ ତୁମେ କୁଆଡ଼େ ଗଲ…
ବିଷମ ରୌଦ୍ରକୁ ଦୁରୀଭୂତ ପାଇଁ..
କ’ଣ,ଦୁଇଦିନ ଆସିଥିଲ ?


ପୁରଣ ପଧାନ, ଶିଶିଲୋ, ବାଳକାଟି,
ଖୋର୍ଦ୍ଧା, ଦୂରଭାଷ: ୮୦୯୩୮୯୮୯୮୪

ମନ୍ତବ୍ୟ ରଖନ୍ତୁ