ଏଇତ ଜୀବନ – ବଲବନ୍ତ ସାହୁ

ଏଇ ତ ଜୀବନ ?
ଜନ୍ମ ଆଉ ମୃତ୍ୟୁ ମଧ୍ୟସ୍ଥ କେଇଟା ସମୟ
ଅନବରତ ଘୁର୍ଣ୍ଣୟମାନ ଘଣ୍ଟାକଣ୍ଟାର ଟିକ୍ ଟିକ୍ ଶବ୍ଦରେ
ଉତଫ୍ରୁଳିତ ହୋଇ; ଫଳପ୍ରାପ୍ତିର ଆଶା ବିନା
କର୍ମ କରିଚାଲୁଥିବା ପରିଶ୍ରମ ।

ଏଇ ତ ଜୀବନର ଚଳାବାଟ
ଯେହ୍ନେ ନାଟ ପରେ ନାଟ
ପ୍ରତି ମୁହୂର୍ତ୍ତରେ ଅଭିନୟ
ତା’ ପୁଣି ବାସ୍ତବତାପୂର୍ଣ୍ଣ ଅଭିନୟ
ଅନୁଶୀଳନ ତଥା ସାଜସଜ୍ଜାର ଅନୁପସ୍ଥିତିରେ…
କେବେ ସୁଖରେ; ଦୁଃଖର…
ପୁଣି ଦୁଃଖରେ; ସୁଖର… ।

ଏଇ ତ ଜୀବନ ?
ଏଇ ତା’ର ଚଳାବାଟ
ହୁଅଇ ଯେହ୍ନେ ଅନେକଙ୍କ ସାଥେ ଭେଟ
କୁଆଁ..କୁଆଁ.. କାନ୍ଦକୁ ବେଦରଦୀ ଭାବେ ଶୁଣୁଥିବା ମାଟିକାନ୍ଥଠୁ
ହୃଦୟାବିହୀନ କୋକେଇ ପର୍ଯ୍ୟନ୍ତ
ଏହା ମଝିରେ କେତେ ଯେ ମୁଖା ପିନ୍ଧା ବ୍ୟକ୍ତିତ୍ୱ
ବାବୁ, ଆଜ୍ଞା, ସାହେବ୍ …..।
ଭାବ ବୀଜର ଅଂକୁର ସହ ସମ୍ପର୍କ ରଜ୍ଜୁର ଦୃଢତା
ସେଇଠୁ ସୃଷ୍ଟି ସମ୍ପର୍କ ।
କେଇଟା ସ୍ୱାର୍ଥରେ…ତ , କେଇଟା ନିସ୍ୱାର୍ଥ ପ୍ରେମରେ..।

ଏଇ ତ ଜୀବନ ?
ସମୟର ତାଳେ.. ତାଳେ… ଚନ୍ଦ୍ରସୂର୍ଯ୍ୟ
ଭଦ୍ର ସମାଜରେ କେଇଟା ଭଦ୍ରମୁଖାର ସଂସ୍ପର୍ଶରେ..
ମନରେ ସ୍ୱାର୍ଥ ବୀଜର କ୍ରମବୃଦ୍ଧି ସ୍ତରେ..ସ୍ତରେ..
ପ୍ରାୟ ସମ୍ପର୍କ ତୁଟି ଯାଏ
ଭୁସ୍ ଭାସ୍ ହୋଇ ଭାଙ୍ଗିଯାଏ ସ୍ବପ୍ନର ତାଜମହଲ
ଏକଦମ୍ ବାଲିଘର ପରି ।
ହେଲେ..,
ଏମିତିବି ସମ୍ପର୍କ କିଛି ଅତୁଟ ରହିଯାଏ
କାଳ କାଳ ଯାଏ…।
ସତେକି କୃଷ୍ଣ-ସୁଦାମା ସଂପର୍କ ପରି
ଏକଲବ୍ୟ- ଦ୍ରୋଣାଚାର୍ଯ୍ୟ ପରି…
ହଁ…, ପୁଣି କେଦାର- ଗୌରୀ ପରି….।

ମନ୍ତବ୍ୟ ରଖନ୍ତୁ..