ଗୁରୁଜୀ – ପ୍ରଥମ ଭାଗ – ଲକ୍ଷ୍ମଣ କୁମାର ବେହେରା

ଦାନ ମଧ୍ୟେ ବିଦ୍ଯା ଦାନ
ଶ୍ରେଷ୍ଠ ମହୀତଳେ,
ମୂରୁଖ ମହାନ ସାଜେ
ଗୁରୁ କୃପା ବଳେ ।
ଜ୍ଞାନାଲୋକ ଦେଇ ଯିଏ
ନିଇତି ହସାଏ,
ସିଏ ପରା ମାତା – ପିତା
ଗୁରୁ ପରା ସିଏ ।
ଯୁଗେ ଯୁଗେ ଗୁରୁ ପୂଜା
ରହିଛି – ରହିବ •••
କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?

ଗୁରୁ ବାଣୀ ଗଙ୍ଗା ପରି
ଶାଶ୍ଵତ – ପବିତ୍ର,
ସୁନ୍ଦର – ସତ୍ଯ – ପ୍ରଶାନ୍ତି
ମଧୁର – ଅମୃତ ।
ଗୁରୁ ସେବା – ଭକ୍ତି – ପ୍ରେମେ
ମିଳେ ଦିବ୍ଯାସନ,
ଗୁରୁ ନିନ୍ଦା କରେ ଯେହୁ
ହୁଏ ଦୀନ – ହୀନ ।
ଗୁରୁ ହିଁ ଅମ୍ଳାନ, ଆତ୍ମା
କହୁଛି – କହିବ •••
କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?

କବି – ଶିଳ୍ପୀ – ସଂଗୀତଜ୍ଞ
ଯେତେ ନାମ ଧର,
କାହା ଯୋଗେ ସୁବିଖ୍ଯାତ
ପଚାର – ପଚାର ।
ଯାହା ସ୍ପର୍ଶେ ବଣମଲ୍ଲୀ
ମହକାଏ ବାସ,
ସେଇ ହିଁ ତ ଗୁରୁ, ଗୁରୁ
ବିନା ନାହିଁ ଯଶ ।
ଗୁରୁ ହିଁ ଈଶ୍ବର ମନ
ଗାଉଛି – ଗାଇବ •••
କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ ?


କବି କୁଟୀର, ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ-09668242720

ମନ୍ତବ୍ୟ ରଖନ୍ତୁ