ଜହ୍ନ ରାଈଜରେ ପ୍ରେମ – ନିରଞ୍ଜନ ପଣ୍ଡା

ଉଡ଼ିଯିବା ଆମେ ଜହ୍ନ ରାଇଜକୁ
ପ୍ରୀତିର ଡ଼େଣାକୁ ଝାଡ଼ି
ନ’ଥିବ ଦୁଃଖ ନ’ଥିବ ବିଶାଦ
ନଥିବ କର୍କଷ ରଡ଼ି ||

ନିରୋଳାରେ ବସି ପ୍ରେମ କରୁଥିବା
କପୋତ କପୋତି ପରି
ଦୁହେଁ ଦୁହିଁଙ୍କର ସୁଖର ଦୁଃଖର
ହସର ଲୁହର ଡ଼ୋରି ||

ଭୂଲିଯିବା ଆମେ ମାନ ଅଭିମାନ
ମାୟା ବନ୍ଧନର ଜାଲ
ଗାଉଥିବା ଗୀତ ରାଗ ଅନୁରାଗେ
ଫିଙ୍ଗି ଛଳନା ଦୀପର ଝୁଲ ||

ବସିଯିବା ଆମେ ଜହ୍ନ ସଙ୍ଗେ ମିତ
ତାରା ସହ ସଙ୍ଗାତ
ପ୍ରେମ ପିରତୀରେ ହଜିଯାଉଥିବା
ଭୁଲିଯାଇ ଅପବାଦ ||

ବାହୁଡ଼ିବା ଆମେ ଜହ୍ନର କୋଳରୁ
କେତେ ପ୍ରୀତି ସାଊଁଟେଇ
ହାତ ଠାରି ପୁଣି ବିଦାୟ ହୋଇବା
ଫେରିବାର ଆସା ନେଇ ||


ନିରଞ୍ଜନ ପଣ୍ଡା,
ପୁରଣ ପଧାନ, ବାଳକାଟି, ଖୋର୍ଦ୍ଧା,
ଫୋନ- ୮୦୯୩୮୯୮୯୮୪

2 thoughts on “ଜହ୍ନ ରାଈଜରେ ପ୍ରେମ – ନିରଞ୍ଜନ ପଣ୍ଡା

ମନ୍ତବ୍ୟ ରଖନ୍ତୁ..