କେଳୀ କୁଶଳା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସୁନ୍ଦରୀ ସୁହାସୀ ବାଳା, ନବଛଇଳା
କେଳୀ କୁଶଳା
କୁନ୍ଦଦନ୍ତୀ କୁନ୍ଦ ବଦନୀ ସୁଶିଳା
ପାହାନ୍ତି ତାରା, ସେ କେଳୀ କୁଶଳା ।।

ଗୋ ଖିର ବରଣା ସେ ଏଣୀ ନୟନା
ବାସବ ଚାପ ସମାନ ଭୁରୁଲତା
ସାରସ ହଂସ ଗାମନୀ ଦଶେ ଯଥା
କଳାମେଘେ କିବା ମାରେ ଚପଳା
ଅପରୂପ ରୂପେ ଦିଶିଇ ତୋରା
କେଳୀ କୁଶଳା ।।

କିଶୋରୀ କେଶରୀ କଟି, କୃଶୋଦରୀ
ଅଧର ତା ଜବା କୁସୁମ ସମାନ
ଗୋଲାପୀ ଚିବୁକ ଆହାକି ସୁରମ୍ୟ
ଅମର ଭୁବନ ଅପସରୀ ସମ
ସଂସାର ସାର ସେ ଶୋକ ପାସୋରା
କେଳୀ କୁଶଳା ।।

ଅଳସୀ ମାନସୀ ପ୍ରୀୟା ମଦାଳସୀ
ମହୀ ମଣ୍ଡନା ସେ ଭାମିନୀ କାମିନୀ
ମାର ଫୁଲଶର ଜ୍ଵଳା ପ୍ରଶମିନୀ
କୁମୁଦ ବାନ୍ଧବ ସୁମୁଖୀ ସୁନ୍ଦରୀ
ପ୍ରେମମୟୀ ପ୍ରୀୟବତୀ ସେ ବାଳା
କେଳୀ କୁଶଳା ।।

ରୂପେ ରୁପବତୀ ପ୍ରଫୁଲ୍ଲ ସେବତୀ
ଆକାଶ କୁସୁମ ସମାନ ତା କାନ୍ତି
ରୂପନଗରୀର ସେ ମଉନାବତୀ
କୋକିଳ ଭାଷିଣୀ ଅଟେ ଯେ ତରୁଣୀ
ଋଷି ମନୋହାରୀ ନବଛଇଳା
କେଳୀ କୁଶଳା ।।


ମଙ୍ଗଳାଯୋଡି, ଖୋର୍ଦ୍ଧା

ମନ୍ତବ୍ୟ ରଖନ୍ତୁ