କୃଷ୍ଣଚୂଡ଼ା – ସାଗର ପ୍ରଧାନ

କୃଷ୍ଣଚୂଡ଼ା କେଡେ ଆନମନା ହୋଇ
ରହିଛି ଆକାଶେ ଚାହିଁ
ଅମାନିଆ ତାର ପ୍ରେମିକ ଭ୍ରମର
ଦେବ ଆସି ଓଠେ ଛୁଇଁ ।

ବାସ ହୀନ ତନୁ ଅଙ୍ଗରେ ଲାଗିବ
ପ୍ରେମ ପିରତିର ବାସ
ଦୁଃଖଦ ଜୀବନେ ଉନ୍ମାଦ ଭରିବ
ଜୀବନ ହେବ ସରସ ।

ଅନେକ ଦିନର ପ୍ରତୀକ୍ଷା ର ବୋଧେ
ହୋଇଯିବ ଆଜି ଅନ୍ତ
ନିଜର ରଙ୍ଗ କୁ ଦେବ ପ୍ରତିଦାନ
ଫେରି ଆସିବ ବସନ୍ତ ।

ମିଳନ ରେ ଯେଉଁ ଆନନ୍ଦ ରହିଛି
ଅନ୍ୟ କେଉଁଠାରେ ନାହିଁ
ସେଥି ପାଇଁ ମନ ଝୁରଇ ସା ଥି କୁ
ପରସ ପାଇବା ପାଇଁ ।


ସାଗର ପ୍ରଧାନ, ଗଂଜାମ

1 thought on “କୃଷ୍ଣଚୂଡ଼ା – ସାଗର ପ୍ରଧାନ”

ମନ୍ତବ୍ୟ ରଖନ୍ତୁ