ମାଆ ତୁ ମତେ ମାରିଦେ – ପ୍ରଶାନ୍ତ ମହାପାତ୍ର

ଆଉ ବଞ୍ଚିବାକୁ ଇଛା ନାହିଁ
ତୋ କୋଳରେ ଜନ୍ମ ନେଇ
ଏ ସୁନ୍ଦର ସୃଷ୍ଟିକୁ ଦେଖିବାକୁ
ଆଖିରେ ସାହାସ ନାହିଁ
ତୁ ମାରିଦେ……
ମାଆ ତୁ ମୋତେ ମାରିଦେ…. ॥୧॥

ହଁ ତୁ ମୋତେ ମାରିଦେ
ମୋ ତଣ୍ଟି ଚିପି ମାରିଦେ
ଏନ୍ତୁଡିଶାଳ ରେ ମୋତେ ଜାଳିଦେ
ତୋ ଗର୍ଭରୁ ମୋତେ ଧୋଇଦେ
ତୁ ମାରିଦେ ମାଆ……
ତୋ ପରି ତୋ ଝିଅ ଏତେ ଶକ୍ତ ନୁହଁ…..॥୨॥

ଜନ୍ମ ହେଲେ ମୁଁ ପାଇବି କଣ ???
ଧର୍ଷଣ, ଦୁଷ୍କର୍ମ ଆଉ ବଳାତ୍କାର ପରି
ଅଶ୍ଳୀଳ ଉଦାହରଣ ???
ଅଥବା ମିଛ ରାଜନୀତି
କୁମ୍ଭୀର କାନ୍ଦଣା କୋହ
ବିଚାର ଶେଷରେ ମୁଁ ଗୋଟେ ପାଗଳୀ ଝିଅ…..॥୩॥

ତୁ ସହିପାରିବୁ ମାଆ
ତୋ ଝିଅ ର ଏମିତି ରୂପକୁ ଦେଖି ???
ଖିନ୍ ଭିନ୍ କରି ଝୁଣି ଯିବେ ମାଆ
ମୋ କୋମଳ ଶରୀର କୁ
ମୋତେ ଜନ୍ମ କରି କଣ ପାଇବୁ ତୁ ???
ସନ୍ତାନ ପ୍ରାପ୍ତି ର ଆନନ୍ଦ ନା
ଦୁଃଖ, ଲୁହ, ଯନ୍ତ୍ରଣା ଆଉ
କ୍ରୁର ଅପବାଦ ???…॥୪॥

ନାରୀ……
ଅନେକ ବର୍ଷର ତପସ୍ୟା ର ଫଳ
ଈଶ୍ୱର ଙ୍କ ସୃଷ୍ଟିରେ ସବୁଠୁ ସୁନ୍ଦର
ମହନୀୟତା ର ପରିଚୟ, ପୂଜ୍ୟ
ହେଲେ ଆଜି କଣ ସମ୍ଭବ ???
ନାରୀ ଆଜି ମନୋରଞ୍ଜନର ମାଧ୍ୟମ
ଦେହଭକ୍ଷୁ ଙ୍କ ଆହାର…
ସହିପାରିବିନି ମାଆ…..
ତୁ ମାରିଦେ…..
ତୁ ମାରିଦେ ମୋତେ ମାଆ….॥୫॥

କେତେବେଳେ ମୁଁ ଡଷ୍ଟବିନ୍ ଡବାରେ ତ
କେତେବେଳେ ମୁଁ ଅଧାପୋତା ନାଳରେ
ପୁଣି କେତେବେଳେ ଡାକ୍ତରଖାନା ର
ରକ୍ତାକ୍ତ ଶେଯରେ ତ
କେତେବେଳେ ଡହ ଡହ ଖରାରେ
ଓଃ… ମୃତ୍ୟୁ ର କି ବିକଳ ଯନ୍ତ୍ରଣା…
ତୁ ମାରିଦେ ମାଆ….
ମୋ ଜନ୍ମ ପୂର୍ବରୁ ମୋତେ ମାରିଦେ…..॥୬॥

ତୋ ଦେହର ରକ୍ତ ମାଂସ ରେ ଗଢା
ମୋ କୋମଳ ଶରୀର କୁ
ଆଉ କିଏ ନଷ୍ଟ କରିବା ପୂର୍ବରୁ
ତୁ ମାରିଦେ…..
ମୋତେ ମୁକ୍ତି ଦେ…..
ମୋତେ ମୁକ୍ତି ଦେ ମାଆ…..
ମୋତେ ମୁକ୍ତି ଦେ….
ହଁ ତୁ ମୋତେ ମାରିଦେ…
ମୋ ତଣ୍ଟି ଚିପି ମାରିଦେ…..
ଏନ୍ତୁଡିଶାଳରେ ମୋତେ ଜାଳିଦେ….
ତୋ ଗର୍ଭ ରୁ ମୋତେ ଧୋଇଦେ….
ମୋ ଜନ୍ମ ପୂର୍ବରୁ ତୁ ମୋତେ ମାରିଦେ….
ମାଆ ତୁ ମୋତେ ମାରିଦେ….॥୭॥


ରମାବିଲି, ଜଙ୍କିଆ, ଖୋରଧା,
ଦୂରଭାଷ: ୭୮୯୪୬୬୮୩୫୬

ମନ୍ତବ୍ୟ ରଖନ୍ତୁ..