ମୋ ସ୍ମାର୍ଟ ଗାଁ – ସତ୍ୟରଞ୍ଜନ ଦାସ

ସତ୍ୟରଞ୍ଜନ ଦାସ
ଦେଓକରଣ ବିଦ୍ୟାପୀଠ , ଲାଠିକତା, ସୁନ୍ଦରଗଡ
ଦୂରଭାଷ : ୯୦୯୦୭୪୦୫୦୧

ଆହୁରି ଦୁଇ ମାଇଲି ବାଟ
ବାକି ରହିଲାଣି,
ତଥାପି ମୁ ଏଯାଏଁ ଥକିନି
କିନ୍ତୁ ଥକି ଗଲେଣି
ମୋ ସହ ପାଦ ମିଳେଇ
ଚାଲୁଥିବା ସୁଦୀର୍ଘ ରାସ୍ତାମାନ !

ସତେ ଯେପରି କାନ୍ଦୁଛନ୍ତି
ବାହୁନି ବାହୁନି ମୋ ସାଥେ
ପାଦ ମିଳେଇ ଚାଲିବାକୁ
ଏ କଠୋର ଗ୍ରୀଷ୍ମର ତାତି ଖରାରେ !

ସମୟର ବି ମୋ ସହ
ଲୁଚକାଳୀ ଖେଳ ଚାଲିଛି
କେତେବେଳେ ମରୀଚିକାର ଅଶ୍ରୁ ତ
ପୁଣି କେତେବେଳେ
ଅଣନିଶ୍ୱାସୀ ଥୁଣ୍ଟା ତାଳଗଛ ପରି !

ଶେଷରେ ପାଦ ଥାପିଲି
ଶ୍ୱେତ କଂକ୍ରିଟ ଦାଣ୍ଡରେ
ବିଜୁଳି ଆଲୋକରେ ସୁସଜ୍ଜିତ
ଧୂଳିଧୂସର ପିଲାଦିନର ଗାଁ
ମତେ ଯେମିତି ଅସ୍ଥିର ଭରା
ହସି ଦେଉଛି !!

ମୁଣ୍ଡ ଉପରେ ବିସ୍ତୀର୍ଣ୍ଣ ନୀଳ ଆକାଶ
ମତେ ଯେପରି ନମସ୍କାର ଜଣାଉଛି !

ଆଖିରୁ ଖଣ୍ଡ ଖଣ୍ଡ କଳା ବାଦଲ
ବର୍ଷା ଆକାରରେ ଭୁପୃଷ୍ଠ ରେ ପଡ଼ିବାକୁ ଉତଫୁଲ୍ଲିତ !

ଥକାସବୁ ମେଣ୍ଟିଗଲା
ଆଉ ପବନରେ ଦୋଳାୟମାନ
ଦୁଇପାର୍ଶ୍ୱର ଚିରସବୁଜ ବୃକ୍ଷମାଳା ଖୁସିରେ
ଆକାଶକୁ ଲମ୍ଫ ପ୍ରଦାନ କରୁଛନ୍ତି !!!

ଖାଲି ମୁଁ ଜାଣେ ଏ ସ୍ମାର୍ଟ ଗାଁ
ଅନୁଭୂତି ଭରା ରତଳାଙ୍ଗ ଯା’ର ନାଁ !!!

1 thought on “ମୋ ସ୍ମାର୍ଟ ଗାଁ – ସତ୍ୟରଞ୍ଜନ ଦାସ”

  1. ବହୁତ ଭଲ ଲାଗୁଛି ପ୍ରତ୍ୟେକ ଲେଖା ।
    ଧନ୍ୟବାଦ ।
    ଶୁଭ ଅଭିନନ୍ଦନ ।
    ସମସ୍ତ ସଦସ୍ୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

ମନ୍ତବ୍ୟ ରଖନ୍ତୁ