ନ ଭାଵ ତାଙ୍କୁ କେ ଭୁଲ – ଜିତେନ୍ଦ୍ର ସାହୁ

ବୋଉର ସେନେହ ବାପାଙ୍କର ଗାଳି
ଲାଗେ ଖଟାମିଠା ପରି,
ଗୋଟେ ଲାଗେ ଭଲ ଆଉ ଗୋଟେ ଭେଲ
ଅଛି କିନ୍ତୁ ପ୍ରେମଭରି,,।।
ବୋଉର ସେନେହ ଖୋଲିଦିଏ ମୁହଁ
ସନ୍ତାନ କରନ୍ତି ଯୁକ୍ତି,
ବାପା ସେତେବେଳେ ପଥ ଦେଖାଅନ୍ତି
ଅଜ୍ଞାନରୁ କରି ମୁକ୍ତି,,।।
ବାପା ଦେଲେ ଗାଳି ଲୁହଯାଏ ଢଳି
ଦେଖି ବୋଉ କରେ ଗେହ୍ଲ,
ବାପାଙ୍କ ପାଇଁ ଯେ ପାଉଛ ସେ ପ୍ରେମ
ନ’ଭାବ ତାଙ୍କୁ କେ ଭୁଲ,,।।
ଆମେ ବଗିଚାର ନାନା ଫୁଲ ହେଲେ
ସେମାନେ ଆମର ମାଳି,
ଦୁହିଁଙ୍କର ସ୍ନେହ,ପ୍ରେମ ଓ ଗାଳିରେ
ସୁଖ ସୌଧ ହୁଏ ତୋଳି,,।।
ଜୀବନରେ ରଙ୍ଗ ଲାଗି ରହିଥାଏ
ବାପା ବୋଉ ଥିଲେ ସାଥେ,
ଅଭିମାନକରି ଦିଅନା ଯେ ଵୋଳି
କଳଙ୍କ ତାଙ୍କରି ମାଥେ,,।।


ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

ମନ୍ତବ୍ୟ ରଖନ୍ତୁ