ନୂଆ ଦୁନିଆ – ଅଶୋକ ଦିଗାଳ

ଦିନେ ମୁଁ ଏକାନ୍ତରେ ଚାଲି ଚାଲି ଯାଉଥାଏ।ବାଟରେ ଏକ ବୋଲେର ଗାଡ଼ି ଥାଏ ଦୁଇ ଜଣ ଲୋକ ସେଠି ଥାନ୍ତି।ସେମାନେ ମତେ ଅଭିବାଦନ ଦେଲେ ତା ସାଙ୍ଗେ ମୋ ମାମୁଁ ପଠାଇଥିବା ଏକ ଚିଠି ଖଣ୍ଡକ ଦେଲେ

ସ୍ନେହର ଭଣଜା…
ସ୍ନେହ ନେବୁ । ଦିଦି ଭିଣୋଇ ଙ୍କୁ ମୋର ପ୍ରଣାମ ଦେଇଦେବୁ। ଏ ମାନଙ୍କ ସଙ୍ଗରେ ମୋ ପାଖକୁ ଆସିବୁ।
(ଇତି)ତୋ ମାମୁଁ
ମୁଁ କିଛି ବୁଝି ପାରିଲିନି ସେ ମାମୁଁ ଜଣକ କିଏ । ଭାବନା ଭିତରେ ହଜିଯାଉଥାଏ। ସେମାନେ ହଠାତ ମତେ ଦୁଇହାତ ଧରି ଗାଡ଼ି ରେ ବସାଇଲେ। ଆଉ ଆଖିରେ ପଟି ବାନ୍ଧି ଦେଲେ ତହିଁରେ ମୁଁ ପଚାରିଲି
-ଗାଡ଼ିରେ ତ ବସାଇଲ । ଆଖିରେ ପୁଣି ପଟି କାହିଁକି-
-ଉପହାର-
-ଅପେକ୍ଷା କର-
ଗାଡ଼ି ଟି କ୍ଷୀପ୍ର ଗତି ରେ ଗଡୁଥାଏ ହଠାତ ମତେ ଲାଗିଲା ଗାଡ଼ିଟି ହେଲିକପ୍ଟର ପାଲଟି ଆକାଶ ମାର୍ଗରେ ଉଡୁଛି।କିଛି କ୍ଷଣ ବିଳମ୍ବରେ ମୋ ଆଖି ଖୋଲା ଗଲା।ଦେଖିଲି ଗୋଟିଏ ନୂଆ ଯାଗା ନୂଆ ଦୁନିଆ କୁ ଅଣାଯାଇଛି।ସେଇଠି ସବୁ ନୂଆ ଲାଗୁଛି ଗଛପତ୍ର ସବୁ ସବୁଜ ପରିବର୍ତେ ଗୋଲାପୀ। ଜଙ୍ଗଲ ପାହାଡ଼ ଧବଳ ବର୍ଣ୍ଣ।ପାଣି ର ରଙ୍ଗ ଓ ଲୋକ ସମସ୍ତେ ଧଳା। ତା ଅର୍ଥାତ ସାରା ଦେଶଟି ଧବଳ ଗୋଲାପ।ମତେ ଶୌଚ ହେବାକୁ କହିଲେ । ତାପରେ ମତେ ଏକ ଟୋକେଇରେ ସେଓ,ଅଙ୍ଗୁର, କଦଳୀ, କମଳା… ଏମିତି ଯାବତୀୟ ଫଳମୂଳ ଦେଲେ ଯାହା କେବେ ମୁଁ ପୃଥିବୀରେ ଦେଖି ନ ଥିଲି।ସେଓ କାଟିବା ପାଇଁ କଟୁରୀ ମାଗିଲି ତହିଁରେ କହିଲେ-ଏଠି କଟୁରୀ ମିଳେନି ସେମିତି ଖାଇଦିଅ।
-କାହିଁକି କଟୁରୀ ନାହିଁ-
-କଟୁରୀ ରହିଲେ ହିଂସା ଦ୍ଵେଷ ହତ୍ୟା ରହିବ ତେଣୁ ଆମ ଜଗତରେ କଟୁରୀ ନାହିଁ-

ମୁଁ ଅନେକ ପ୍ରଶ୍ନ ପଚାରୁ ଥାଏ।ତହିଁରେ ମତେ କହିଲେ ଆପେ ଆପେ ଉତ୍ତର ପାଇଯିବ।

ମତେ ଏକ ସପ୍ତାହ ସେହି ଦେଶରେ ରଖାଗଲା।ବିଭିନ୍ନ ଅଞ୍ଚଳ ଜଙ୍ଗଲ ପାହାଡ଼, ନଦୀ ନାଳ ସବୁଠି ବୁଲାଗଲା।ଦେଖିଲି ସେଠାକାର ଲୋକେ ସମସ୍ତେ ଶାନ୍ତଶିଷ୍ଟ ।ସେ ଦୁନିଆରେ ରେ ମିଛ ବୋଲି କୌଣସି ଶବ୍ଦ ନାହିଁ।ସେ ଦେଶରେ କୌଣସି ପାପ ନାହିଁ ସତ୍ୟ ହିଁ ସତ୍ୟ, ପାଣିପାଗ ବି ସତ୍ୟ ଠିକ୍ ସମୟରେ ଖରା ବର୍ଷା ହୁଏ।ତେଣୁ ଜଙ୍ଗଲ ସାରା ଫଳମୂଳ ଫୁଲ ରେ ପରିପୂର୍ଣ୍ଣ।ଲୋକେ କୌଣସି କାମ ନ କରି ଫଳମୂଳ ଖାଇ ବଞ୍ଚନ୍ତି।ପଶୁପକ୍ଷୀ ସରୀସୃପ ସମସ୍ତେ ବି ଫଳମୂଳ ଖାଆନ୍ତି।ସର୍ବଦା ଇଶ୍ଵରଙ୍କର ପୂଜା ଉପାସନା ରେ ସେଇଠି ଦିନବିତେ।ରାତିର ଅନ୍ଧକାର ସେଇଠି ନାହିଁ।କେବଳ ଆଲୋକ ହିଁ ବିରାଜମାନ।ସେଇଠି ଗରମ ନାହିଁ କି ଥଣ୍ଡା ସର୍ବଦା ବାତାନୁକୁଳିତ।ସମସ୍ତେ ଭୋଜନ କରି ବିଶ୍ରାମ ନେବାପାଇଁ ନିଜ ନିଜ ଶଯ୍ୟା କୁ ଗଲୁ ।

–କକ୍ ରେ କଅ….(କୁକୁଡ଼ା ଡାକିଲା)ମୋ ନିଦ ଭାଙ୍ଗିଲା ଆଖି ଖୋଲି ଦେଖିଲି ମୋ ଉପରେ ପୁଷ୍ପ ଛାତ ପରିବର୍ତେ ଟିଣ ଛପର ମୁଁ ଭାବିପାରୁନ ଥାଏ ମୁଁ କେଉଁଠି।ମୁହଁ ଧୋଇ ଦେଖିଲି ମୁଁ ପୃଥିବୀରେ ସକାଳ ହେଲା ପୁଣି ପୂର୍ବ ସୂଚୀ ଅନୁଯାୟୀ କର୍ମବ୍ୟସ୍ତ ମୟ ଜୀବନ ।ବିରକ୍ତ କେବଳ ବିରକ୍ତ ।ଖବରକାଗଜ ଦେଖିଲେ ହତ୍ୟା ଧର୍ଷଣ, ଚୋରୀ ର ଖବର ମୋ ମୁଣ୍ଡ ଘୁରିଲା। ଖୋଜିହେଲି ସେ ନୂତନ ଦୁନିଆ ସପନର ଦୁନିଆ।

ହେଲେ ସପନ କେବେ ସତ ହେବ?!
ହେବ!! ଏ ମଣିଷ ଚାହିଁଲେ।ଏ ମିଛକୁ ଫାଶୀ ଦେଲେ

ଚାଲନ୍ତୁ ନୂତନ ଦୁନିଆ ଗଢିବା!


ଅଶୋକ ଦିଗାଳ, ପାଲୁଙ୍କିଆ, ବାଲିଗୁଡା, କନ୍ଧମାଳ

ମନ୍ତବ୍ୟ ରଖନ୍ତୁ