ପଦ୍ମଶ୍ରୀ ଚତୁର୍ଭୂଜ ମେହେର

ଧନଶ୍ରୀ ମିଶ୍ର,
ମାର୍ଫତ : ନୃସିଂହ ଚରଣ ସାହୁ,
ଆର.ପି-୧୨୫, ପାଣ୍ଡବ ନଗର,
ଟଙ୍କପାଣି ରୋଡ, ଭୁବନେଶ୍ଵର

ପଦ୍ମଶ୍ରୀ ଚତୁର୍ଭୁଜ ମେହେର (୧୩ ଅକ୍ଟୋବର ୧୯୩୫) ଜଣେ ଭାରତୀୟ ତନ୍ତି ସମ୍ପ୍ରଦାୟର ବ୍ୟକ୍ତିତ୍ଵ । ସେ ହାତବୁଣା ଲୁଗା ତିଆରି କରିବା ଓ ପାରମ୍ପରିକ ରଙ୍ଗ ବ୍ୟବହାର କରିବାରେ ସିଦ୍ଧହସ୍ତ ଅଟନ୍ତି । ଓଡ଼ିଶାର ସୋନପୁରରେ ଜନ୍ମ ଗ୍ରହଣ କରିଥିବା ଚତୁର୍ଭୁଜ ମାତ୍ର ସ୍କୁଲ ଯାଏଁ ପାଠ ପଢିଥିଲେ, କିନ୍ତୁ ପାରମ୍ପରିକ ତନ୍ତକଳା ଶିକ୍ଷା କରି ହସ୍ତତନ୍ତ ସେବା କେନ୍ଦ୍ରରେ ଯୋଗ ଦେଇଥିଲେ । “ବୟନ ବିହାର” ନାମରେ ଏକ ହସ୍ତତନ୍ତ କାରଖାନା ଓ ହସ୍ତତନ୍ତ ଗବେଷଣା ତାଲିମ କେନ୍ଦ୍ର ସୋନପୁର ଠାରେ ତାଙ୍କଦ୍ଵାରା ଆରମ୍ଭ କରଯାଇଥିଲା । ସେ ପ୍ରାୟ ୧୦୦୦୦ କାରିଗରଙ୍କୁ ତାଲିମ ଦେଇଥିଲେ । ବଲିଉଡର ପୂର୍ବତନ ବିଶ୍ଵ ସୁନ୍ଦରୀ ଐଶ୍ଵର୍ଯ୍ୟା ରାଏ ନିଜ ବାହାଘର ସମୟରେ ମେହେର’ଙ୍କ ଦ୍ଵାରା ତିଆରି କରାଯାଇଥିବା ଶାଢୀ ପିନ୍ଧିଥିଲେ । ତାଙ୍କ ଶାଶୁ ଜୟା ବଚନ ତାଙ୍କୁ ଏହି ଶାଢୀ ଉପହାର ଦେଇଥିଲେ ।

ବଣମଲ୍ଲୀର ମହକ chaturbhuj-meher ପଦ୍ମଶ୍ରୀ ଚତୁର୍ଭୂଜ ମେହେର ବ୍ୟକ୍ତିତ୍ଵ ଓ ପ୍ରତିଭା  ଧନଶ୍ରୀ ମିଶ୍ର

ମନ୍ତବ୍ୟ ରଖନ୍ତୁ..