ପାଂଶୁଳ ପରାଣ – ଲକ୍ଷ୍ମୀକାନ୍ତ ପାଢୀ

ଲକ୍ଷ୍ମୀକାନ୍ତ ପାଢୀ, ଜୟପୁର, ଓଡିଶା

ସୁବର୍ଣ୍ଣ ସପନ ହୋଇଗଲା ଚୂର୍ଣ୍ଣ, ଏ ଜୀବନ ପାନ୍ଥଶାଳାରେ,
ଏଇ ହସ୍ତେ ଥିବା ସେଇ ସୁନାହସ୍ତ ଅଲଗା ହୋଇଲା ଧୀରେ ଧୀରେ
ପ୍ରୀତି ପୁଷ୍ପବନ ସ୍ଵାତୀ ର ସପନ ଆଜି ରଙ୍ଗହୀନ କୃଷ୍ଣଚୂଡା,
ସରୁ ସରୁ ସ୍ମୃତି ଜାଳୁଛି ମୋ ରାତି ଝଡି ଗଲା ସବୁ ଫୁଲ ପାଖୁଡା ।

ଲୁହର ଲହଡି କୋହର କୁହୁଡି, ଗାଉଅଛି ଆଜି ମିଶ୍ରରାଗ,
ସେପରି ଶ୍ରାବଣ ଏପାରି ଦହନ ଝୁରି ଝୁରି ଝରେ ମନ ମେଘ;
ଆଖିର ମେଘରୁ ହୁଏ ସେ ଆରମ୍ଭ, ଆଧରରେ ପୁଣି ହୁଏ ଶେଷ,
ଏପାଳି ସେପାଳି ହସୁଛି ଶେଫାଳୀ, ଶୁଖିଲା କି ଆଉ ମଧୁମାସ !

ଛାଇ କି ଜାଣଇ ଛାଇ ଦିଶେ ନାହିଁ ଜୀବନାଟା ଯେବେ ହୁଏ ରାତି,
ଆମ ଦୁଇ ଛାଇ ଅଲଗା ହୋଇଲେ ପକ୍ଷୀ ହୃଦୟରେ ବଢେ ତାତି ।
ମୋତେ ଏକା ଦେଖି ପଚାରିଲା ପକ୍ଷୀ, କାହିଁ ଚାଲିଗଲା ମୋର ସାଥି;
ଅଧର ତ ମୋର ତୁନି ରହିଥିଲା ଜବାବ ଦେଲା ମୋ ଦୁଇ ଆଖି ।

ସପନ ସୋରିଷ ବୁଣୁଥିଲି ହେଲେ ଗଛ ଉଠି ଫୁଲ ଫୁଟିଲାନି,
ପରାଣ ପାଂଶୁଳ, ଋତୁ ଯାଯାବର, ଫେରିବକି ନାହିଁ କେଜାଣି !!!

One thought on “ପାଂଶୁଳ ପରାଣ – ଲକ୍ଷ୍ମୀକାନ୍ତ ପାଢୀ

ମନ୍ତବ୍ୟ ରଖନ୍ତୁ..