ପାନ୍ଥଶାଳା – ତ୍ରିଲୋଚନ ଦାସ

ଅଜଣା ବାଟୋଇ ଖୋଜେ ପାନ୍ଥଶାଳା
ଦୂରପଥ ଗଲା ପରେ
ନାହିଁ ଯା ଠିକଣା ନାହିଁ ପରିଚୟ
ପାନ୍ଥଶାଳା ତାକୁ ଝୁରେ ॥

ଜୀବନ ପଥରେ ବାଟ ଚାଲୁ ଚାଲୁ
କେବେ କଣ୍ଟା କେବେ ଫୁଲ
ବିଚରା ବାଟୋଇ ସାଉଁଟୁଛି ସ୍ମୃତି
ପାନ୍ଥଶାଳାର ମୂଲ…,
ଅଦିନିଆ ଏଇ ମିଳନ ପରବ
ବାଟୋଇ କି ଭୁଲିପାରେ
ନାହିଁ ଯା ଠିକଣା ନାହିଁ ପରିଚୟ
ପାନ୍ଥଶାଳା ତାକୁ ଝୁରେ ॥

ପାନ୍ଥଶାଳା କାନ୍ଥ ପରିଭାଷା ସିଏ
ନୀରଧାରେ ଯାଏ ପଢି
ଚିହ୍ନା ଅଚିହ୍ନାରେ କେତେ କା ଠିକଣା
ଯାଇଥାଏ ମନେପଡି…,
ନିଜେ ପ୍ରାଣହୀନ ହୋଇ ପାନ୍ଥଶାଳା
ପଥିକର ମନ ହରେ
ନାହିଁ ଯା ଠିକଣା ନାହିଁ ପରିଚୟ
ପାନ୍ଥଶାଳା ତାକୁ ଝୁରେ ॥


ଶ୍ରୀବିହାର, ଖୋରଧା,
ଦୂରଭାଷ : ୯୮୫୩୫୩୫୦୯୫

ମନ୍ତବ୍ୟ ରଖନ୍ତୁ