ଶିଶୁଗଳ୍ପ – ପିମ୍ପୁଡିର ବାହାଘର – ଅଂଶୁମାନ ପଟ୍ଟନାୟକ

ଦିନେ ବିଲୁଆନନା ପିମ୍ପୁଡିର ଘରକୁ ହାତୀର ବାହାଘର ପ୍ରସ୍ତାବ ନେଇ ଆସିଲା । ପିମ୍ପୁଡି ପ୍ରସ୍ତାବରେ ରାଜିହେଲା । ତେଣୁ ସେମାନେ ବାହାଘର କରିବା ପାଇଁ ଦିନ ସ୍ଥିରକଲେ । ବାହାଘର ଦିନ ଆସିଲା, ବରକନ୍ୟା ବେଦୀକୁ ଆସିଲେ, ଆଉ କୁକୁର ହୁଳହୁଳି ପକାଇଲା । ମୂଷା-ବ୍ରାହ୍ମଣ ମନ୍ତ୍ରପାଠ କରି ସେମାନଙ୍କର ବାହାଘର କରାଇଲେ । ତା’ପରେ ଭୋଜି ହେଲା । ଭୋଜିରେ ଭାତ, ଡାଲି, ଖଟା, ତରକାରୀ, ଖିରୀ ଇତ୍ୟାଦି ପ୍ରସ୍ତୁତ କରାଗଲା । ନିମନ୍ତ୍ରିତ ଅତିଥି ମାନଙ୍କୁ ଭୋଜିରେ ମାଙ୍କଡ ଲୁଣ ବାଣ୍ଟୁଥିଲା । ଭୋଜି ସରିଲା । ପିମ୍ପୁଡି ଶାଶୁଘର ଯିବାପାଇଁ ସବାରୀରେ ବସିଲା । ହାତୀ ଘୋଡା ଉପରେ ବସି ଆଗରେ ଚାଲିଲା । ଠେକୁଆ ମହୁରୀ ବଜାଇଲା । ପଛରେ ଦୁଇଟି ମଶା ଭାରୁଆ ହୋଇ ସବାରୀକୁ ଟେକି ଚାଲିଲେ । ରୋଷଣୀ ପାଇଁ ହଜାର ଗୋଟି ଜୁଳୁଜୁଳିଆ ପୋକ ସବା ଆଗରେ ଚାଲିଲେ । ଆଉ ବାଣର ଆବଶ୍ୟକତା ପୂରଣ କରିବା ନିମନ୍ତେ ଭାଲୁ ଖୁବ ଜୋରରେ ପାଡିବା ଆରମ୍ଭ କଲା । ଏହିପରି ମହା ଆନନ୍ଦ ଉଲ୍ଲାସରେ ପିମ୍ପୁଡିର ବାହାଘର ସମ୍ପର୍ଣ୍ଣ ହେଲା ।


ଅଂଶୁମାନ ପଟ୍ଟନାୟକ, ଚତୁର୍ଥ ଶ୍ରେଣୀ
ବୀଣାପାଣି ଶିଶୁ ବିଦ୍ୟା ମନ୍ଦିର, ଖୋରଧା

ମନ୍ତବ୍ୟ ରଖନ୍ତୁ