ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ରାଜ୍ୟସ୍ତରୀୟ ସମାବେଶ – ଉଦୀୟମାନ ପ୍ରତିଭାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍ସାହ ପ୍ରଦାନ ଏବଂ ପୋଲସରା ସମ୍ବାଦ ସାହିତ୍ୟଘର ପୁରସ୍କୃତ

ବଣମଲ୍ଲୀର ମହକ s3 ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ରାଜ୍ୟସ୍ତରୀୟ ସମାବେଶ - ଉଦୀୟମାନ ପ୍ରତିଭାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍ସାହ ପ୍ରଦାନ ଏବଂ ପୋଲସରା ସମ୍ବାଦ ସାହିତ୍ୟଘର ପୁରସ୍କୃତ

ତା ୦୮/୦୪/୨୦୧୮ ଋଖ ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ରାଜ୍ୟସ୍ତରୀୟ ସମାବେଶ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ଵସ୍ତିପ୍ରିମିୟମ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ  ଅଧ୍ୟକ୍ଷତା କରିଥିବା ବେଳେ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର ଏବଂ ଜ୍ଞାନପୀଠ ତଥା ମୂର୍ତ୍ତିଦେବୀ ପୁରଷ୍କାର ପ୍ରାପ୍ତ ପ୍ରଥମ ମହିଳା ପଦ୍ମଶ୍ରୀ ପ୍ରତିଭା ରାୟ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶା ତଥା ଓଡ଼ିଶା ବାହାରୁ ଆସସିଥିବା ସମ୍ବାଦ ସାହିତ୍ୟ ଘରର ସଦସ୍ୟ ସଦସ୍ୟା ତଥା ଉଦୀୟମାନ କବି ଓ ଲେଖକ ଲେଖିକାଙ୍କୁ ଉତ୍ସାହିତ କରିବା ସହ ନୂତନ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ । ଓଡ଼ିଶାର ବିଭିନ୍ନ ବ୍ଳକ୍ ରେ ଗଢ଼ି ଉଠିଥିବା ସମ୍ବାଦ ସାହିତ୍ୟଘର ମାନଙ୍କ ମଧ୍ୟରୁ କିଛି ସମ୍ବାଦ ସାହିତ୍ୟଘରକୁ ପୁରଷ୍କୃତ କରାଯାଇଥିଲା । ଏଥି ମଧ୍ୟରୁ ପୋଲସରା ସମ୍ବାଦ ସାହିତ୍ୟଘର ଅନ୍ୟତମ । ସମାବେଶରେ ଯୋଗ ଦେଇଥିବା ପୋଲସରା ସମ୍ବାଦ ସାହିତ୍ୟଘରର ଯୁଗ୍ମ ସମ୍ପାଦକ ଶ୍ରୀ ଶୁଭକାନ୍ତ ସାହୁ ଓ କୋଷାଧ୍ୟକ୍ଷ ଶ୍ରୀ ସତ୍ୟବାନ ପଣ୍ଡା ଏହି ପୁରଷ୍କାର ଗ୍ରହଣ କରିଥିଲେ । (ସୌଜନ୍ୟ : ଶୁଭକାନ୍ତ ସାହୁ, ବଣମଲ୍ଲୀର ମହକ)

ମନ୍ତବ୍ୟ ରଖନ୍ତୁ..