ଧ୍ରୁବ ଚରଣ ବେହେରା

ବଣମଲ୍ଲୀର ମହକ dhruba-charan-behera-252x300 ଧ୍ରୁବ ଚରଣ ବେହେରା

ଅଠରବାଟିଆ, ବାଲୁଗାଁ, ଖୋରଧା
ଦୂରଭାଷ : ୮୩୨୮୯୩୦୫୫୪


ମରାଳ-ମାଳିନୀ-ନୀଳାମ୍ବୁ ଚିଲିକାର ସୌନ୍ଦର୍ଯ୍ୟମୟ ଉପକୂଳରେ ଛୋଟିଆ ଗାଆଁର ନାଁ’ଟି ଅଠରବାଟିଆ । ଏକ ଗରିବ ପରିବାରର କୋଳରେ ଜନ୍ମଲାଭ କରିଥିବା ବଣମଲ୍ଲୀଟିଏ ଅଟନ୍ତି ଧ୍ରୁବ ଚରଣ । ସ୍ନାତକ ଶିକ୍ଷା ଶେଷକରି ଦେଶ ମାତୃକାର ସେବା ଓ ସୁରକ୍ଷା ନିମନ୍ତେ ୨୦୦୦ ମସିହାରେ ଯୋଗ ଦିଅନ୍ତି ଭାରତୀୟ ସୈନ୍ୟ ବିଭାଗରେ । ଜୀବନରେ ହଠାତ ଏମିତି କିଛି ଘଟଣା ଓ ଦୁଃର୍ଘଟଣାର ମୂହୁର୍ତ୍ତ, ଗୋଟିଏ ହାତରେ ବନ୍ଧୁକ ଧରିଥିବା ଜଣେ ବୀର ସୈନିକର ଆଉ ଗୋଟିଏ ହାତରେ ଯେ ଦିନେ କଲମ ଧରେଇ ଦେବ ଏହା ଥିଲା ଧ୍ରୁବ ଚରଣଙ୍କ କଳ୍ପନାର ବାହାରେ । ସାହିତ୍ୟ ସହିତ ସୁ-ସମ୍ପର୍କ ନଥିବା ମଣିଷଟିଏ ଯେ ଦିନେ ସାହିତ୍ୟ ଜଗତରେ ସ୍ଵତନ୍ତ୍ର ପତିଆରା ସୃଷ୍ଟି କରି ପାରିବ, ସେ ହେଉଛନ୍ତି ଏହାର ଜ୍ଵଳନ୍ତ ନିଦର୍ଶନ । ୨୦୧୭ ମସିହା ଏପ୍ରିଲ ୧ ତାରିଖରେ ତାଙ୍କ ସାରସ୍ଵତ ଲେଖନୀର ଯାତ୍ରା ଆରମ୍ଭ ହୋଇଥିଲା । ହଠାତ ସାହିତ୍ୟରୁ ସେ ଅସ୍ଵାଦନ କରିବାକୁ ପାଇଥିଲେ ଅମୃତର ସ୍ଵାଦ । ଦେଶପ୍ରେମ ଓ ଭାଷାପ୍ରୀତିରେ ଅନୁପ୍ରାଣିତ ହୋଇ ଖୁବ କମ ସମୟ ମଧ୍ୟରେ ରଚି ଚାଲିଲେ ଅଗଣିତ ସାହିତ୍ୟକୃତି ଆଉ ସମସ୍ତଙ୍କ ହୃଦୟରେ ସ୍ଥାନିତ ହୋଇ ରହିଗଲେ ଜଣେ ଆଦର୍ଶ ଯୁବକବି ଭାବରେ । ତାଙ୍କର ପ୍ରତିଟି କବିତାରେ ଦେଶପ୍ରେମର ଭାବ, ପ୍ରିୟାର ପ୍ରୀତିଭରା ହସ, ପ୍ରକୃତିର ଆକର୍ଷଣ ଏବଂ ଉଦଭ୍ରାନ୍ତ ସମାଜ ବିରୁଦ୍ଧରେ ତୀବ୍ର ପ୍ରତିବାଦର ସ୍ଵର ଅନୁଭବ କରିହୁଏ ।


ତାଙ୍କର ଲେଖା ଗୁଡିକ ପଢନ୍ତୁ