ଡ୍ରାଇ ଚିଲି ପଟାଟୋ ଚିକେନ କରି

ବଣମଲ୍ଲୀର ମହକ chilli_patato_chicken ଡ୍ରାଇ ଚିଲି ପଟାଟୋ ଚିକେନ କରି

ସାମଗ୍ରୀ :- ୫୦୦ ଗ୍ରାମ ଚିକେନ, ୫୦ ଗ୍ରାମ ସୋରିଷ ତେଲ, ମଞ୍ଜି ଗୁଡିକ ବାହାର କରାଯାଇଥିବା ଶୁଖିଲା ଲଙ୍କା ୧୨ ଗୋଟି, ୩ ଗୋଟି ଟମାଟୋ, ୩ ଗୋଟି ଆଳୁ, ୪ ଗୋଟି ପିଆଜ, ଲୁଣ ଓ ହଳଦୀ ଗୁଣ୍ଡ ।

ପ୍ରସ୍ତୁତ ପ୍ରଣାଳୀ :- ଚିକେନରେ କିଛି ହଳଦୀ ଗୋଳେଇ ୫ ମିନିଟ ଛାଡି ଦିଅନ୍ତୁ, ଆଳୁ ଓ ଟମାଟୋକୁ କାଟି ରଖନ୍ତୁ । ଶୁଖିଲା ଲଙ୍କାରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡର ସାହାଯ୍ୟରେ ପେଷ୍ଟ ତିଆରି କରନ୍ତୁ । ଏଥର କଡେଇରେ ସୋରିଷ ତେଲ ଦେଇ ଶୁଖିଲା ଲଙ୍କା ପେଷ୍ଟ ପକେଇ ସାମାନ୍ୟ ଭାଜି ନେବା ପରେ କଟା ପିଆଜ ଓ କଟା ଟମାଟୋ ପକାଇ ଆଉ ଅଳ୍ପ ସମୟ ଭାଜନ୍ତୁ । ଆବଶ୍ୟକୀୟ ହଳଦୀ ଗୁଣ୍ଡ ଏବଂ ସ୍ଵାଦ ଅନୁଯାୟୀ ଲୁଣ ପକେଇ ଆଉ ଟିକେ ଭାଜି ନିଅନ୍ତୁ । ଏଥର ଚିକେନ ଓ କଟାଆଳୁ ଗୁଡିକୁ ପକାଇ ଭଲ ଭାବରେ କଷନ୍ତୁ । କିଛି ସମୟ ଭାଜି ହୋଇଯିବାପରେ ଏକ କପ ପାଣି ଦେଇ ଭଲ ଭାବରେ ଘାଣ୍ଟି ନିଅନ୍ତୁ । ତାପରେ ଢାଙ୍କୁଣୀ ଦେଇ ଚୁଲାକୁ ୨୦ ମିନିଟ ପର୍ଯ୍ୟନ୍ତ ସିମ କରି ଦିଅନ୍ତୁ ଏବଂ ଢାଙ୍କୁଣୀ କାଢି ମଝିରେ ମଝିରେ ଘାଣ୍ଟି ନିଅନ୍ତୁ । ତାପରେ ପ୍ରସ୍ତୁତ ହୋଇଯିବ ଆମିଷର ସୁସ୍ଵାଦୁ ବ୍ୟଞ୍ଜନ “ଡ୍ରାଇ ଚିଲି ପଟାଟୋ ଚିକେନ କରି”


ସସ୍ମିତା ନାୟକ, ନୂଆପଲ୍ଲୀ, ଖୋରଧା, ଓଡିଶା

ମନ୍ତବ୍ୟ ରଖନ୍ତୁ..