ବଣମଲ୍ଲୀର ମହକ ପରିବାରର ଶ୍ରୀ ଗୋପାଳ ଚନ୍ଦ୍ର ସାଓଙ୍କୁ ଏକାଧାରାରେ ଜଣେ ସୁସାହିତ୍ୟିକ-କବି-ଗୀତିକାର-ନାଟ୍ୟକାର-ଅଭିନେତା-ସଙ୍ଗୀତଜ୍ଞ ତଥା ସୁସଙ୍ଗଠକ ଭାବେ ମୟୂରଭଞ୍ଜର ଷୋଡଶ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବରେ ସମ୍ବର୍ଦ୍ଧନା

ବଣମଲ୍ଲୀର ମହକ balangi ବଣମଲ୍ଲୀର ମହକ ପରିବାରର ଶ୍ରୀ ଗୋପାଳ ଚନ୍ଦ୍ର ସାଓଙ୍କୁ ଏକାଧାରାରେ ଜଣେ ସୁସାହିତ୍ୟିକ-କବି-ଗୀତିକାର-ନାଟ୍ୟକାର-ଅଭିନେତା-ସଙ୍ଗୀତଜ୍ଞ ତଥା ସୁସଙ୍ଗଠକ ଭାବେ ମୟୂରଭଞ୍ଜର ଷୋଡଶ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବରେ ସମ୍ବର୍ଦ୍ଧନା

ବାରିପଦା ତା ୧୬/୦୪/୨୦୧୮ ମୟୂରଭଞ୍ଜ ଜିଲ୍ଲାର ବଳାଙ୍ଗୀଠାରେ ୧୪ ତାରିଖରୁ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଷୋଡଶ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ମୟୂରଭଞ୍ଜର ମହାରାଜା, ମୋରଡା ବିଧାୟକ ଶୀଯୁକ୍ତ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଅତିରିକ୍ତ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ଏବଂ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କ ସହ ଉପସ୍ଥିତ ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା ବଣମଲ୍ଲୀର ମହକ ପରିବାରର ଶ୍ରୀ ଗୋପାଳ ଚନ୍ଦ୍ର ସାଓଙ୍କୁ ଏକାଧାରାରେ ଜଣେ ସୁସାହିତ୍ୟିକ-କବି-ଗୀତିକାର-ନାଟ୍ୟକାର-ଅଭିନେତା-ସଙ୍ଗୀତଜ୍ଞ ତଥା ସୁସଂଗଠକ ଭାବେ ସମ୍ମାନିତ କରାଯାଇଛି । ଉକ୍ତ ମହୋତ୍ସବରେ ସାରା ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଏକ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଥାଏ । ମେଳା ଆରମ୍ଭ ପୂର୍ବରୁ ପ୍ରାତସ୍ମରଣୀୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଏକ ଜ୍ୟୋତି ଓ କଳା ସଂସ୍କୃତି ଜାଗରଣ ଯାତ୍ରା ବଳାଙ୍ଗୀ ସେନାଙ୍କ ଦ୍ଵାରା ସାରା ମୟୂରଭଞ୍ଜ ପରିକ୍ରମା କରିଥାଏ । ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାରସ୍ୱତ ସଭା ସମିତି ଅନୁଷ୍ଠିତ ହୁଏ । ଏହି ଅବସରରେ ସାରା ମୟୂରଭଞ୍ଜ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଜନ ସମାଗମ ହୋଇଥାଏ ।

2 thoughts on “ବଣମଲ୍ଲୀର ମହକ ପରିବାରର ଶ୍ରୀ ଗୋପାଳ ଚନ୍ଦ୍ର ସାଓଙ୍କୁ ଏକାଧାରାରେ ଜଣେ ସୁସାହିତ୍ୟିକ-କବି-ଗୀତିକାର-ନାଟ୍ୟକାର-ଅଭିନେତା-ସଙ୍ଗୀତଜ୍ଞ ତଥା ସୁସଙ୍ଗଠକ ଭାବେ ମୟୂରଭଞ୍ଜର ଷୋଡଶ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବରେ ସମ୍ବର୍ଦ୍ଧନା

ମନ୍ତବ୍ୟ ରଖନ୍ତୁ: