ହେମନ୍ତ କୁମାର ବରାଇ

ବଣମଲ୍ଲୀର ମହକ hemant-kumar-barai-269x300 ହେମନ୍ତ କୁମାର ବରାଇ

ଗ୍ରା/ପୋ : ରୁଷୁଡା, ବରଗଡ
ଦୂରଭାଷ : ୮୯୧୭୫୧୮୭୭୪


କବି ହେମନ୍ତ କୁମାର ବରାଇ ପିତା-ଦୟାସାଗର ବରାଇ, ମାତା-ତ୍ରିବେଣୀ ବରାଇ, ବୃତ୍ତିରେ ଶିକ୍ଷକତା କରିବା ସହିତ ସାହିତ୍ୟ ସାଧନା ରେ ନିଜକୁ ହଜାଇ ଦେଇଥିବା ଜଣେ ସାରସ୍ୱତ ସାଧକ ଅଟନ୍ତି । ବହୁ ଦିନରୁ ଲେଖନୀ ଚାଳନା କରିଥିଲେ ମଧ୍ୟ ପ୍ରାୟ ୨୨ ବର୍ଷ ପର୍ଯ୍ୟନ୍ତ ଲେଖାଲେଖି ବନ୍ଦ କରି ଦେଇଥିଲେ । ବର୍ତ୍ତମାନ ପୁଣି ଲେଖାଲେଖି କରୁଛନ୍ତି, ଉତ୍ତର ଆଧୁନିକ ଯୁଗର କବି ହେଲେ ମଧ୍ୟ ତାଙ୍କ କାବ୍ୟ କବିତା ଗୁଡିକରେ ରୀତି ଯୁଗୀୟ ପ୍ରଭାବ ଦେଖିବାକୁ ମିଳେ । “ପ” ଅନୁପ୍ରାସ ରେ ବିରଚିତ କାବ୍ୟ “ପଥ ର ପଥର”, “ଅରଜା” ,”କ” ଅନୁପ୍ରାସ ରେ ବିରଚିତ କାବ୍ୟ “କାନୀନ କୁମର”, ଓ “କବିତା ପ୍ରସୂନ” ପ୍ରକାଶିତ ହୋଇ ସାରିଥିବା ବେଳେ ବର୍ତ୍ତମାନ “ଅ” ରୁ “କ୍ଷ” ଅନୁପ୍ରାସ ବିରଚିତ କାବ୍ୟ “ଅରୁକ୍ଷ” (ତାରକାସୁର ବଧ), ଏବଂ “ନିଃସଙ୍ଗ ନିଶା” (ହନୁମାନଙ୍କ ଅଯୋଧ୍ୟାବତରଣ ସମୟରେ ଭରତ, କୌଶଲ୍ୟା ତଥା ଉର୍ମିଳାଙ୍କ ସହ କଥୋପକଥନ ବିଷୟବସ୍ତୁ ଆଧାରିତ କାବ୍ୟ ନିକଟ ଭବିଷ୍ୟତରେ ପ୍ରକାଶିତ ହେବାକୁ ଯାଉଛି । ୧୯୯୪ ମସିହା ରେ “ମେହେର ସାହିତ୍ୟରେ ଗାୟତ୍ରୀ ତତ୍ତ୍ୱ” ବିଷୟବସ୍ତୁକୁ ନେଇ ଗବେଷଣା କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି, ଏବଂ କିଛି ଲେଖିଛନ୍ତି । ଆଗକୁ ଯଦି କେହି ଏ ବିଷୟରେ ଗବେଷଣା କରିବାକୁ ଇଚ୍ଛୁକ ଥାଆନ୍ତି, ତେବେ କବି ଶ୍ରୀଯୁକ୍ତ ବରାଇଙ୍କ ସହ ଯୋଗାଯୋଗ କଲେ ସେ ସମସ୍ତ ତଥ୍ୟ ଆନନ୍ଦର ସହ ପ୍ରଦାନ କରିବାକୁ ବଣମଲ୍ଲୀର ମହକ ପରିବାରକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ