ନରେଶ କୁମାର ବେହେରା

ବଣମଲ୍ଲୀର ମହକ naresh-behera-e1517510247662 ନରେଶ କୁମାର ବେହେରା

ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନରୋଡ
ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ : ୭୮୦୯୮୭୨୪୮୩


ନରେଶ କୁମାର ବେହେରା ୧୯୭୯ ମସିହାରେ ଗଞ୍ଜାମ ଜିଲ୍ଲାରେ ଛତ୍ରପୁର ଠାରେ ଜଣେ ଶିକ୍ଷକ ପରିବାରରେ ପିତା ଚନ୍ଦ୍ରମଣି ବେହେରା ଓ ମାତା ଶକୁନ୍ତଳା ବେହେରାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ଜବାହାର ନବଦୋୟ ବିଦ୍ୟାଳୟରୁ ଶିକ୍ଷାଲାଭ କରିବା ସହିତ ସଙ୍ଗୀତ, ଚିତ୍ରକଳା ଏବଂ ସାହିତ୍ୟ ଆଦିରେ ଯଥେଷ୍ଟ ରୁଚି ରଖି ଆସିଛନ୍ତି । ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଏହାଛଡା ପିଲାଟି ବେଳରୁ ବିଭିନ୍ନ ପୁରାଣ କାହାଣୀ, ନାଟକ ତଥା ଗଳ୍ପ ଆଦି ପଢିବାକୁ ଭଲ ପାଉଥିଲେ । ୧୯୯୭-୯୮ ମସିହାରେ ତାଙ୍କ ସାହିତ୍ୟିକ ଜୀବନର ପ୍ରାରମ୍ଭ ଘଟିଥିଲା । ଏହି ସମୟରେ ଶ୍ରୀଯୁକ୍ତ ଭାଗିରଥି ବେହେରା ଓ ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରାଙ୍କ ସମ୍ପାଦନାରେ ଲଙ୍ଗଳେଶ୍ଵରରୁ ପ୍ରକାଶିତ “ନୀଡ” ପତ୍ରିକାରେ ତାଙ୍କର ପ୍ରଥମ ଲେଖା ସ୍ଥାନିତ ହୋଇଥିଲା । କ୍ରମଶଃ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ଗୁଡିକ ସ୍ଥାନ ମଣ୍ଡନ କରିବାକୁ ଲାଗିଲା । ୨୦୦୫ ମସିହାରେ ଇଣ୍ଟରନେଟ ବ୍ଲଗ ମାଧ୍ୟମରେ “ଅନ୍ଦାଜ ଆପ୍ନା ଆପ୍ନା” ନାମକ ହିନ୍ଦୀ ପ୍ରବନ୍ଧ ଲେଖି ଉଚ୍ଚ ପ୍ରଶଂସାର ଅଧିକାରୀ ହୋଇପାରିଥିଲେ । “ଇଣ୍ଡିଆ ଷ୍ଟଡି ଚ୍ୟାନେଲ” ୱେବସାଇଟ ମାଧ୍ୟମରେ ୧୦୦ ରୁ ଉର୍ଦ୍ଧ ପ୍ରବନ୍ଧ ଲେଖି ଜଣେ “ଡାଇମଣ୍ଡ ଉପାଧିପ୍ରାପ୍ତ ଲେଖକ” ର ମାନ୍ୟତା ଲାଭ କରିସାରିଛନ୍ତି ।

୨୦୧୭ ମସିହାରେ ପ୍ରକାଶିତ “ଗଞ୍ଜାମର କବିତାଘର” ର ମୁଖପତ୍ର “ଭାଗିରଥି କବିତାର ଗଙ୍ଗା” ରେ ତାଙ୍କ କବିତା ସଂକଳନ “ବିବାଦୀୟ ନାୟକ” ନିଜର କ୍ଷୁଦ୍ରଗଳ୍ପ ସଂକଳନ “ଗଳ୍ପ ଓ ଗାଳ୍ପିକ” ବେଶ ପାଠକିୟତା ଲାଭ କରିପାରିଛି । ୨୦୧୮ ମସିହାରେ ଗଞ୍ଜାମର କବିତାଘର ମୁଖପତ୍ର “ଭାଗିରଥି କବିତାର ଗଙ୍ଗା” ସମ୍ପାଦନା ଦାୟିତ୍ଵ ଗ୍ରହଣ କରିବା ସହ ଶ୍ରୀମତୀ ସୁଧାଂଶୁବାଳା ମିଶ୍ରଙ୍କ ରଚିତ “ଖଡି ସିଲଟ” ପୁସ୍ତକଟିର ପ୍ରକାଶନ କରିଥିଲେ । ଏବଂ ମଙ୍ଗଳାଯୋଡି, ଖୋରଧାରୁ ପ୍ରକାଶିତ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଇ-ପତ୍ରିକା “ବଣମଲ୍ଲୀର ମହକ” ର ସମ୍ପାଦନା ଦାୟିତ୍ଵ ତୁଲାଇ ଆସୁଛନ୍ତି । ସେ ଏକାଧାରାରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ପ୍ରକାଶକ, ସମ୍ପାଦକ ତଥା ଜଣେ ସୁସାହିତ୍ୟିକ ଭାବେ ବେଶ ଜଣାଶୁଣା । ସଦାସର୍ବଦା ସାମାଜିକ ଏବଂ ସଚେତନତାଧର୍ମୀ ଗଳ୍ପ ଓ ପ୍ରବନ୍ଧ ମାନ ରଚନା କରି ସମାଜକୁ ଦିଗଦର୍ଶନ ଦେଇ ଆସିଥାନ୍ତି ।

ସାହିତ୍ୟ ପ୍ରତି ତାଙ୍କର ସ୍ଵତନ୍ତ୍ର ଆକର୍ଷଣ ତାଙ୍କ ସଫଳତାର ମୁଖ୍ୟ କାରଣ । ୨୦୧୭ ମସିହାରୁ ଅଦ୍ୟାବଧି ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ରହି ସଦା ସର୍ବଦା ସାହିତ୍ୟର ସମୃଦ୍ଧି ଦିଗରେ ପଥ ପ୍ରସ୍ତୁତ କରିଥାନ୍ତି । ମାତୃଭାଷାର ସୁରକ୍ଷା ଓ ସମୃଦ୍ଧି ଦିଗରେ ତାଙ୍କର ନୀରବଚ୍ଛିନ୍ନ ପ୍ରୟାସ ନିଶ୍ଚୟ ଓଡିଆ ସାହିତ୍ୟ ଜଗତ ନିମନ୍ତେ ଅତ୍ୟନ୍ତ ଶୁଭଙ୍କର ଅଟେ । ସାହିତ୍ୟିକ ଜୀବନକୁ ବାଦ ଦେଲେ, ପେଷାରେ ସେ ଜଣେ ଫିଲ୍ମ ମେକର ହିସାବରେ କାର୍ଯ୍ୟ ନିର୍ବାହ କରନ୍ତି । ବ୍ୟବସାୟିକ ଫିଲ୍ମ, ଆଡ ଫିଲ୍ମ ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ଆଦି ନିର୍ମାଣ କ୍ଷେତ୍ରରେ ଓଡିଶାରେ ସେ ବେଶ ଜଣାଶୁଣା ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ

ବିଭିନ୍ନ ସୋସିଆଲ ନେଟୱାର୍କ ତଥା ସାହିତ୍ୟ ସଂସ୍କୃତି ଭିତ୍ତିକ ୱେବସାଇଟ ମାଧ୍ୟମରେ ତାଙ୍କ କୃତି ଏବଂ ପ୍ରସ୍ତୁତିର ଅନୁସରଣ କରନ୍ତୁ ।

ଇଣ୍ଡିଆ ଷ୍ଟଡି ଚ୍ୟାନେଲବଣମଲ୍ଲୀର ମହକଷ୍ଟୋରୀ ମିରରଫେସବୁକଟୁଇଟରଗୁଗୁଲି ପ୍ଲସଲିଙ୍କଡଇନ । ପିଣ୍ଟରେଷ୍ଟ