ପ୍ରଣତୀ ମହାପାତ୍ର

ବଣମଲ୍ଲୀର ମହକ pranati-mahapatra-241x300 ପ୍ରଣତୀ ମହାପାତ୍ର

ଫକୀରମୋହନ ନଗର
ଆଇ.ଟି.ଆଇ. ଛକ, ବାଲେଶ୍ଵର
ଦୂରଭାଷ : ୮୯୮୪୯୬୫୦୬୭


ଏକାଧାରାରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ, କବୟତ୍ରୀ, ଗାଳ୍ପିକା, ଔପନ୍ୟାସିକା ତଥା ନାଟ୍ୟକାର ହିସାବରେ ସେ ଜଣାଶୁଣା । ୧୯୯୨ ମସିହାରୁ ସାହିତ୍ୟ କ୍ଷେତ୍ରରେ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀମତୀ ମହାପାତ୍ର ସ୍ଵାମୀଙ୍କ ପ୍ରେରଣା ତଥା ବନ୍ଧୁ ମାନଙ୍କ ସ୍ନେହ ସଦିଛାରୁ ଅଦ୍ୟାବଧି ଲେଖି ଚାଲିଛନ୍ତି । ହ୍ଵାଟସଆପ, ଫେସବୁକ ଆଦି ସୋସିଆଲ ମିଡିଆରେ ଦୈନିକ ଲେଖାଲେଖି କରି ସମସ୍ତ ପାଠକ ପାଠିକା ମାନଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖି ପାରିଛନ୍ତି । ବିଭିନ୍ନ ପତ୍ରପତ୍ରିକା ଯଥା – ତୁଳସୀ କ୍ଷେତ୍ର, ଆମ ସମାଜର ପ୍ରତିବିମ୍ବ, ଧ୍ୱନି ପ୍ରତିଧ୍ଵନି, ସମ୍ବାଦ ସାହିତ୍ୟଘର ବାର୍ଷିକ ମୁଖପତ୍ର, ଅକ୍ଷାଂଶ, ପ୍ରିୟପତ୍ର, ବଣମଲ୍ଲୀର ମହକ, ଷ୍ଟୋରୀ ମିରର ଏବଂ ଇ-ଉତ୍କଳିନୀ ଭଳି ଆହୁରି ଅନେକ ପତ୍ରପତ୍ରିକାରେ ତାଙ୍କର ଦୈନନ୍ଦିନ ଲେଖା ଗୁଡିକ ଆଦରର ସହିତ ସ୍ଥାନ ମଣ୍ଡନ କରି ପାରିଛି । ରାଜ୍ୟସ୍ତରୀୟ ନାଟକ ଉତ୍ସବରେ ତାଙ୍କ ରଚିତ ନାଟକ ଅଭିନୀତ ହୋଇ ସାରିଛି । ଅନ୍ତଃରାଷ୍ଟ୍ରୀୟ ସାହିତ୍ୟ ଆଲୋଚନା ଚକ୍ରରେ ଶ୍ରୀମତୀ ମହାପାତ୍ର “ଶ୍ରେଷ୍ଠ କବୟତ୍ରୀ” ମାନ୍ୟତା ହାସଲ କରିବା ସହ ଷ୍ଟୋରୀ ମିରର ତରଫରୁ “ଅଥର ଅଫ ଦି ଉଇକ” ସମ୍ମାନରେ ସମ୍ମାନିତ ହୋଇ ପାରିଛନ୍ତି । ଚଳିତ ବର୍ଷ “ଟପ ଟେନ ଫେସବୁକ କବିତା” ପ୍ରତିଯୋଗୀତାରେ ତାଙ୍କ କବିତା ଯୋଗ୍ୟ ବିବେଚିତ ହୋଇପାରିଛି । ତା ୨୩/୦୫/୨୦୧୮ ରିଖରେ ଗୁରୁ ଗୌରଚନ୍ଦ୍ର ସ୍ମୃତି ପରିଷଦ ତରଫରୁ “ଆଦର୍ଶ ଶିକ୍ଷୟିତ୍ରୀ” ଓ “ଶ୍ରେଷ୍ଠ କବୟତ୍ରୀ” ଭାବେ ସମ୍ମାନିତ ହେବାର ସୌଭାଗ୍ୟ ଲାଭ କରିପାରିଛନ୍ତି ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ