ପ୍ରଶାନ୍ତ କୁମାର ନାଥ

ବଣମଲ୍ଲୀର ମହକ prashant-ku-natha-1024x578 ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର, ଉତ୍ତରକୂଳହାଟ,
ପ୍ରୀତିପୁର, ଯାଜପୁର
ଦୂରଭାଷ : ୮୩୧୦୩୨୮୩୪୫


ପିଲାଟି ବେଳରୁ ସାହିତ୍ୟ ପ୍ରତି ତାଙ୍କର ରୁଚି ରହିଛି । କଲେଜରେ ପଢ଼ୁଥିବା ସମୟରେ ଖବରକାଗଜ ପଢୁପଢୁ ହଠାତ ତାଙ୍କ ମନରେ ଆଗ୍ରହ ଜନ୍ମିଥିଲା କିଛି ଲେଖିବା ପାଇଁ । ଯେତେବେଳେ ଶ୍ରାବଣ ତା’ର ବରଷା ଧାରାରେ ସବୁଜ ବନାନୀ ସୃଷ୍ଟି କରିସାରିଥିଲା, ସେତେବେଳେ ତା’କୁ ବର୍ଣ୍ଣନା କରି ସେ ଲେଖିଥିଲେ ଏକ ଶିଶୁ କବିତା ‘ଶ୍ରାବଣ ଆସିଛି ମାଡି’ ଯାହା ଧରିତ୍ରୀ ଦୈନିକ ସମ୍ବାଦ ପତ୍ରିକାର ‘ପିଲାଙ୍କ ଧରିତ୍ରୀ’ ପୃଷ୍ଠାରେ ସ୍ଥାନିତ ହୋଇଥିଲା । ଆଉ ସେହି କବିତା ପ୍ରକାଶ ପାଇବାର ୧୫ ଦିନ ଭିତରେ ସେ ୨୦ ଗୋଟି ଶୁଭେଚ୍ଛା ବାର୍ତ୍ତା ଚିଠି ମାଧ୍ୟମରେ ପାଇ ଆନନ୍ଦରେ ଆତ୍ମହରା ହୋଇପଡିଥିଲେ । ଯାହାକି ତାଙ୍କୁ ପ୍ରେରଣା ଦେଇଥିଲା ଆଗକୁ ଆହୁରି କିଛି ଲେଖିବାକୁ । ଆଉ ସେହି ଦିନଠାରୁ ତାଙ୍କ ଲେଖା ଜାରି ରହିଛି । ଓଡିଶା ଛାଡି ବାଙ୍ଗାଲୋରରେ ରହୁଥିଲେ ମଧ୍ୟ ନିଜ ମାତୃଭାଷା ପ୍ରୀତି ଆଉ ମାତୃଭାଷାର ମମତା ତାଙ୍କୁ କଲମ ଚାଳନା କରିବା କ୍ଷେତ୍ରରେ ସର୍ବଦା ବାଧ୍ୟ କରିଥାଏ । ଓଡିଶାର ଅନେକ ପତ୍ରପତ୍ରିକା ତଥା ଦୈନିକ ଖବର କାଗଜ ମାନଙ୍କରେ ତାଙ୍କର ନିୟମିତ ଗଳ୍ପ ଓ କବିତା ଆଦି ଲେଖା ମାନ ପ୍ରକାଶିତ ହୋଇଆସୁଛି । ତାଙ୍କ ଦୃଷ୍ଟିକୋଣରେ ପ୍ରେମ ହେଉଛି ଏକ ପବିତ୍ର ଅନୁଭବ, ତେଣୁ ପ୍ରେମକୁ ନେଇ ତାଙ୍କର ଅନେକ ଗଳ୍ପ ଓ କବିତା ଖୁବ ପାଠକିୟତା ଲାଭ କରିପାରିଛି । ଶିଶୁ ମନସ୍ତତ୍ଵକୁ ଖୁବ ସହଜରେ ବୁଝି ପାରନ୍ତି ସେ, ତେଣୁ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଖୁବ ସିଦ୍ଧହସ୍ତ । ଦୈନନ୍ଦିନ ଜୀବନରେ ନିଜ ଚତୁଃପାର୍ଶ୍ଵରେ ଘଟୁଥିବା ବିଭିନ୍ନ ଘଟଣାକୁ ଦେଖିଲେ ତାଙ୍କ କଲମଟି ଖୁବ ବିଭୋର ହୋଇଉଠିଥାଏ । ଏହାଛଡା, ବ୍ୟଙ୍ଗକବିତା ଲେଖିବାରେ ମଧ୍ୟ ସେ ଖୁବ ଆନନ୍ଦ ପାଆନ୍ତି, ବ୍ୟଙ୍ଗରେ ବ୍ୟଙ୍ଗରେ ସାମାଜିକ ସମସ୍ୟାବଳୀର ସ୍ଵର ଉତ୍ତୋଳନ କରିବା ସହ ସମାଜ ତଥା ବ୍ୟକ୍ତିବିଶେଷଙ୍କୁ ସଚେତନ କରିଥାଆନ୍ତି ତାଙ୍କ କବିତା ମାନଙ୍କରେ ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ