ସଲିଳ କୁମାର ସ୍ଵାଇଁ

ବଣମଲ୍ଲୀର ମହକ salila-kumar-swain1-260x300 ସଲିଳ କୁମାର ସ୍ଵାଇଁ

ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା
ଦୂରଭାଷ : ୯୪୩୭୦୯୦୧୨୪


ଶିକ୍ଷକର ଜୀବନ ବିତଉଥିବା ଜଣେ ସ୍ପଷ୍ଟବାଦୀ ମଣିଷଟିଏ । ସାହିତ୍ୟ ପ୍ରତି ଆକର୍ଷଣ ଓ ଭଲପାଇବା କିଛି କମ ନୁହେଁ ତାଙ୍କର । ଶିଶୁ ମନସ୍ତତ୍ଵ, ଜୀବନ ଦର୍ଶନ, ମାତୃଭୂମି ପ୍ରତି ହୃଦୟର ପ୍ରୀତିଭରା ସମ୍ମାନ ଓ ଭଲପାଇବା, ଜୀବନ ଜଞ୍ଜାଳର ନିଚ୍ଛକ ପ୍ରତିଛବି ତାଙ୍କ କବିତାର ଅନ୍ତଃସ୍ଵର । ସମାଜକୁ ସଚେତନ କରିବା ନିମନ୍ତେ ଖୁବ ସରଳ ଓ ସାବଲୀଳ ଶବ୍ଦ ସଂଯୋଜନାରେ ବ୍ୟଙ୍ଗାତ୍ମକ ଶୈଳୀରେ ତାଙ୍କ ଦ୍ଵାରା ରଚିତ ଅନେକ କବିତା ପ୍ରତ୍ୟେକ ପାଠକର ହୃଦୟକୁ ଛୁଇଁଥାଏ । ଶିକ୍ଷକ ପରିବାରରେ ଜନ୍ମଗ୍ରହଣ କରି ନିଜେ ମଧ୍ୟ ଶିକ୍ଷକତାକୁ ଆଦରି ନେବା ସହ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜର ସ୍ଵତନ୍ତ୍ରତା ସୃଷ୍ଟି କରିପାରିଛନ୍ତି । ନିଜ ମାତୃଭାଷାର ସ୍ଵତନ୍ତ୍ର ମାନ୍ୟତାକୁ ସେ ସଦାସର୍ବଦା ଗୁରୁତ୍ଵ ଦେଇ ଆସିଛନ୍ତି । ବଣମଲ୍ଲୀର ମହକ ସାରସ୍ଵତ ପ୍ରତିଷ୍ଠାନର ସମ୍ପାଦନା ମଣ୍ଡଳୀର ଜଣେ ମୁଖ୍ୟ ମଙ୍ଗୁଆଳ ସାଜି ଓଡିଆ ଭାଷାର ମହତ୍ଵ ବଜାୟ ରଖିବା ତଥା ଏହାର ସମୃଦ୍ଧି ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ