ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ ୨୦୧୮ ମସିହା ନିମନ୍ତେ “ସମୟର ଚକ୍ର ସାରସ୍ଵତ ସମ୍ମାନ” ରେ ସମ୍ମାନିତ

ସୂର୍ଯ୍ୟପ୍ରଭାର ନିୟମିତ ସ୍ତମ୍ଭ ଲେଖକ ତଥା ବଣମଲ୍ଲୀର ମହକ ପରିବାରର ସକ୍ରିୟ ଲେଖକ ତଥା ସଦସ୍ୟ ଓ ଶୁଭ ଚିନ୍ତକ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁଙ୍କୁ ତା ୨୨/୦୪/୨୦୧୮ ଋଖ ରବିବାର ଦିନ ବାଲେଶ୍ଵର ଠାରେ ଆୟୋଜିତ ସମୟର ଚକ୍ର ଅନୁଷ୍ଠାନ ପକ୍ଷରୁ ପାଳିତ ଷଷ୍ଠ ବାର୍ଷିକ ସମାରୋହ ଅବସରରେ ୨୦୧୮ ମସିହା ନିମନ୍ତେ “ସମୟର ଚକ୍ର ସାରସ୍ଵତ ସମ୍ମାନ” ପ୍ରଦାନ କରାଯାଇଛି । ଡକ୍ଟର ସାହୁ କଟକ ଠାରେ ଅବସ୍ଥିତ ମହାନଦୀବିହାର ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ଅଟନ୍ତି । ଓଡିଆ ସାହିତ୍ୟ ଜଗତର ଜଣେ ନିରଳସ ସାଧକ ଭାବରେ ସେ ଅନନ୍ୟ ଏବଂ ନିଜେ ନିଜର ପରିଚୟ । ଓଡିଆ ସାହିତ୍ୟ ଜଗତ ପ୍ରତି ତାଙ୍କର ଐକାନ୍ତିକ ନିଷ୍ଠା ଏବଂ ନିରଳସ ସାଧନା ଓଡିଆ ସାହିତ୍ୟକୁ ବେଶ ଋଦ୍ଧିମନ୍ତ କରି ଚାଲିଛି ଏହା ନିଃସନ୍ଦେହ ।

ବଣମଲ୍ଲୀର ମହକ laxman_sahoo ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ ୨୦୧୮ ମସିହା ନିମନ୍ତେ "ସମୟର ଚକ୍ର ସାରସ୍ଵତ ସମ୍ମାନ" ରେ ସମ୍ମାନିତ

 

ମନ୍ତବ୍ୟ ରଖନ୍ତୁ..