ସନ୍ତୋଷ କୁମାର ମହାନ୍ତି

ବଣମଲ୍ଲୀର ମହକ santosh-mohanty-192x300 ସନ୍ତୋଷ କୁମାର ମହାନ୍ତି

ବ୍ୟଙ୍ଗାତ୍ମକ କବି ନାମ – ମହାଗାଲୁଆ ସନୁ
ଗୁଣପୁର, ରାୟଗଡା
ଦୂରଭାଷ : ୯୪୩୯୧୫୭୧୮୮


ପ୍ରଭୁ ଶ୍ରୀ ବାଲାଜୀ ଦେବଙ୍କ ଅଶେଷ କୃପାରୁ ଖୁବ ଚଳଚଞ୍ଚଳ ଏହି କବିର ଜୀବନ । ଅନେକ ବର୍ଷ ତଳେ ହଠାତ ବହି ପଢିବାର ନିଶାରେ ହାତରେ ପଡିଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ “କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ” । କିଛି ବୁଝିବା କି ଶିଖିବା ଆଗରୁ ଶ୍ରୀ ମହାନ୍ତି ଖୁବ ଆକୃଷ୍ଟ ହୋଇଥିଲେ କବି ସମ୍ରାଟଙ୍କ ଆଡକୁ । ତାଙ୍କ ଜୀବନର ପ୍ରଥମ କବିତା ଥିଲା ଭକ୍ତିରସରେ ପରିପୂର୍ଣ୍ଣ । ପ୍ରଥମ କବିତାଟି ଲେଖି ସେ ତାଙ୍କର ଆରାଧ୍ୟ ଦେବତା ପ୍ରଭୁ ବାଲାଜୀ ଦେବଙ୍କୁ ସମର୍ପଣ କରିଥିଲେ । ଯାହାକି ଏବେବି ତାଙ୍କ ଗାଁ ମନ୍ଦିରରେ ଅନେକ ସମୟରେ ପ୍ରାର୍ଥନା ସଙ୍ଗୀତ ଭାବେ ପରିବେଷଣ କରାଯାଇଥାଏ । ନିଜ ଗାଁ ମନ୍ଦିରରୁ ଯେବେ ବି ତାଙ୍କ ରଚିତ ଏହି ଗୀତଟି ତାଙ୍କ କାନରେ ପଡେ, ସେତେବେଳେ ଖୁବ ଗର୍ବରେ ତାଙ୍କ ଛାତି ଫୁଲିଉଠେ । ଭକ୍ତି ଓ ଆନନ୍ଦରେ ସେ ଖୁବ ଆତ୍ମହରା ହୋଇ ଉଠନ୍ତି । ଅଜାଙ୍କ ଚାଲି, ପଦ ଆଉ ଗୀତି କବିତାରୁ ବ୍ୟଙ୍ଗ କବିତା ରଚନା ଦିଗରେ ସେ ଅନୁପ୍ରାଣିତ ହୋଇଥିଲେ । ପ୍ରଥମ କରି ତାଙ୍କ କବିତା “ପ୍ରେମ” ସ୍ଥାନ ପାଇଥିଲା ଚଳଚିତ୍ର ଜଗତର ଗୋଟିଏ ପତ୍ରିକାରେ । ଏହା ପରଠାରୁ ସେ କବିତା ଲେଖିବା ଜାରି ରଖିଛନ୍ତି । ବିଭିନ୍ନ ସାହିତ୍ୟ ଆସର ମାନଙ୍କରେ ଯୋଗ ଦେଇ ନିଜ କବିତ୍ଵକୁ ଜାହିର କରିବା ସହିତ ସାଧନା ପଥରୁ କେବେବି ବିଚ୍ୟୁତ ହୋଇ ନାହାଁନ୍ତି । ସେ ବ୍ୟଙ୍ଗ କବିତା ଲେଖିବାରେ ବେଶ ଧୁରନ୍ଧର । ତାଙ୍କର ବ୍ୟଙ୍ଗାତ୍ମକ କବି ନାମ ହେଉଛି “ମହାଗାଲୁଆ ସନୁ” । ଦୈନିକ ତାଙ୍କର କବିତା ଗୁଡିକ ବଣମଲ୍ଲୀର ମହକ ତଥା ବିଭିନ୍ନ ପତ୍ରପତ୍ରିକା ଗୁଡିକରେ ପଢିବାକୁ ମିଳେ ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ