ସନ୍ତୋଷ ପଟ୍ଟନାୟକ

ବଣମଲ୍ଲୀର ମହକ santosh-pattnayak-300x226 ସନ୍ତୋଷ ପଟ୍ଟନାୟକ

ତିରିଡା, ବେଗୁନିଆପଡା ବ୍ଳକ, ଗଞ୍ଜାମ


ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତିରିଡା ଗ୍ରାମରେ ତାଙ୍କର ଜନ୍ମ । ଏକ ଘରୋଇ କମ୍ପାନୀର ଜଣେ ଯନ୍ତ୍ରୀ ହିସାବରେ କାର୍ଯ୍ୟରତ ଏବଂ ସୁଦୂର ଗୁଜୁରାଟ ରାଜ୍ୟରେ ନିଜ ପରିବାର ଠାରୁ ଦୂରରେ ରହି ଭୁଲି ପାରିନାହାଁନ୍ତି ନିଜ ଭାଷା ସାହିତ୍ୟକୁ । ମାତୃଭାଷାର ମମତାରେ ବାନ୍ଧିହୋଇ କେବେହେଲେ ସ୍ଥିର ହେବାର ସୁଯୋଗ ଦେଇ ନାହାଁନ୍ତି ନିଜ ସାରସ୍ଵତ ଲେଖନୀର ଅବିରତ ଧାରାକୁ । ସେହିଦିନ ଠାରୁ ତାଙ୍କ ଲେଖନୀ ଗତିଶୀଳ, ଯେଉଁଦିନ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା କଲେଜ ମାଗାଜିନରେ । ୨୦୧୫ ମସିହା ପରଠାରୁ ନିଜର ବ୍ୟସ୍ତବହୁଳ ଜୀବନ ଓ ପରିବାରର ଦୁରତ୍ଵକୁ ଏଡେଇବାରେ ସକ୍ଷମ ହୋଇଛନ୍ତି ନିଜର କବିତା ମାଧ୍ୟମରେ । ନିଜ କବିତାରେ ସେ ପରିବାରକୁ ଦେଖନ୍ତି, ପ୍ରିୟାକୁ ଦେଖନ୍ତି, ଭଗବାନଙ୍କୁ ଦେଖନ୍ତି ଏପରିକି ସମଗ୍ର ସମାଜକୁ ମଧ୍ୟ ଅନୁଭବ କରିପାରନ୍ତି । ତାଙ୍କ କବିତାରେ ଶାଣିତ ମାନବିକ ମୂଲ୍ୟବୋଧକୁ କେବେବି ଅସ୍ଵୀକାର କରିହୁଏନି । ଫେସବୁକ ସୋସିଆଲ ମିଡିଆରେ ନିଜ କବିତା ଗୁଡିକୁ ପ୍ରକାଶିତ କରି ଅନେକ ପ୍ରଶଂସାର ଅଧିକାରୀ ହେବା ସହ, ସମସ୍ତଙ୍କ ହୃଦୟରେ ନିଜ କବିତ୍ଵର ପତିଆରାକୁ ବେଶ ଜାହିର କରିପାରିଛନ୍ତି । ବଣମଲ୍ଲୀର ମହକ ମାଧ୍ୟମରେ ପ୍ରକାଶିତ ତାଙ୍କର ପ୍ରତିଟି କବିତାରେ ଖୁବ ସହଜରେ ବାରି ହୋଇପଡେ ତାଙ୍କ ଭାଷାପ୍ରୀତି ଓ କବିତ୍ଵର ଆବେଗକୁ ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ