ସିଦ୍ଧେଶ୍ଵର ତ୍ରିପାଠୀ

ବଣମଲ୍ଲୀର ମହକ sidheswar-266x300 ସିଦ୍ଧେଶ୍ଵର ତ୍ରିପାଠୀ

କୁଣ୍ଡିଲୋ, କେରଙ୍ଗ, ଖୋରଧା
ଦୂରଭାଷ : ୮୦୧୮୬୪୬୭୦୪


ଯୁବକବି ହିସାବରେ ବେଶ ଜଣାଶୁଣା । ସାହିତ୍ୟ ପ୍ରତି ତାଙ୍କ ହୃଦୟରେ ଥିବା ଅମଳିନ ଓ ଅବର୍ଣ୍ଣନୀୟ ଭଲପାଇବା ତାଙ୍କ ପ୍ରତିଷ୍ଠାର ମୂଳ ଉତ୍ସ । ତାଙ୍କ ଚାଲିରେ ସାହିତ୍ୟ, କଥାରେ ସାହିତ୍ୟ, ଜୀବନରେ ସାହିତ୍ୟ, ସୃଷ୍ଟିରେ ସାହିତ୍ୟ ଏପରିକି ତାଙ୍କ ରକ୍ତରେ ବି ସାହିତ୍ୟ । କବି ପିତା ହରିହର ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ସାହିତ୍ୟର ପୂଜାରୀ । ପିଲାବେଳେ ପିତାଙ୍କ ଭଙ୍ଗା ଟ୍ରଙ୍କରୁ ଆବିଷ୍କୃତ ଗୀତ ଖାତା ଦେଖି ନିଜ ଭିତରେ ସୃଷ୍ଟି ହୁଏ କବିତା ଲେଖିବାର ଆଗ୍ରହ । ଆଉ ଲେଖିଚାଲିଛନ୍ତି ନିରବଚ୍ଛିନ୍ନ ଭାବେ ଶହ ଶହ କବିତା । ଗଳ୍ପ ଲେଖିବାରେ ମଧ୍ୟ ଆଗ୍ରହ କିଛି କମ ନୁହେଁ । ଖୁବ କମ ବଯସରୁ ଅନେକ ସାହିତ୍ୟ ଆସର, ସଂଗଠନ ଓ ବ୍ୟକ୍ତିବିଶେଷ ମାନଙ୍କ ଗହଣରେ ଯୋଗଦେଇ ସର୍ବଦା ସାହିତ୍ୟର ଗତିଶୀଳ ରାସ୍ତାରେ ନିଜକୁ ସାମିଲ କରିନେଇଛନ୍ତି । ୨୦୦ ଶହରୁ ଉର୍ଦ୍ଧ କବିତା ଅଗଣିତ ପତ୍ରପତ୍ରିକା ତଥା ଦୈନିକ ଖବର କାଗଜ ମାନଙ୍କରେ ପ୍ରକାଶିତ ହୋଇ ଖୁବ ପାଠକିୟତା ଲାଭ କରିପାରିଛି । ଆକାଶବାଣୀର ଯୁବବାଣୀ ତଥା ସାହିତ୍ୟ ସୌରଭ ଆଦି କାର୍ଯ୍ୟକ୍ରମ ମାନଙ୍କରେ ନିଜ ସାହିତ୍ୟିକ ଜୀବନର ସ୍ଵତନ୍ତ୍ରତାକୁ ବଜାୟ ରଖି ପାରିବା ସହିତ ଖୁବ କମ ବଯସରୁ ଅନେକ ସାହିତ୍ୟ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । କବିର ଘର ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠା କରି ସଦାସର୍ବଦା ସଙ୍ଘବଦ୍ଧ ସାହିତ୍ୟ ସାଧନା ନିମନ୍ତେ ଓଡିଆ ସାହିତ୍ୟ ଆକାଶର ଜଣେ ଜାଜ୍ଵଲ୍ୟମାନ ତାରକା ଭାବେ ନିଜର ସ୍ଵତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖି ପାରିଛନ୍ତି । ବଣମଲ୍ଲୀର ମହକ ସମ୍ପାଦନା ମଣ୍ଡଳୀର ଜଣେ ସକ୍ରିୟ ସଦସ୍ୟ ଭାବେ ଓଡିଆ ସାହିତ୍ୟର ସମୃଦ୍ଧି, ପ୍ରଚାର ଓ ପ୍ରସାର ଦିଗରେ ସଦାସର୍ବଦା ନିଜ ଉତ୍ସର୍ଗୀକୃତ ମନୋଭାବର ପରିଚୟ ଦେଇଆସିଛନ୍ତି । ସେ ସର୍ବଦା କୁହନ୍ତି, “ସାହିତ୍ୟକୁ ନେଇ ପେଟ ପୋଷି ନହେଲେ ବି ସାହିତ୍ୟ ହିଁ ମୋର ଆନନ୍ଦ ଏବଂ ଆତ୍ମତୃପ୍ତି, ସାହିତ୍ୟକୁ ଛାଡି ମୁଁ କଦାପି ବଞ୍ଚି ପାରିବି ନାହିଁ, ଆଉ ଯେଉଁମାନେ ସାହିତ୍ୟରୁ ପାଇବାର ଆଶା ରଖନ୍ତି, ସେମାନେ କେବେହେଲେ ସୁସାହିତ୍ୟିକ ହୋଇପାରନ୍ତି ନାହିଁ, ଏବଂ ଏହାଦ୍ଵାରା ସାହିତ୍ୟର ପଥରୋଧ ହୁଏ” ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ