ତପସ୍ଵିନୀ ଦାଶ

ବଣମଲ୍ଲୀର ମହକ Tapaswini-Dash-190x300 ତପସ୍ଵିନୀ ଦାଶ

ସ୍ଥାୟୀ ଠିକଣା
ବୁଢିଖମାରୀ ଶାସନ, ଭଞ୍ଜପୁର, ବାରିପଦା

ଜନ୍ମସ୍ଥାନ
କେନ୍ଦୁମୁଣ୍ଡି, ବମ୍ବେଛକ, ମୟୂରଭଞ୍ଜ


ସ୍ନାତକ ଶିକ୍ଷା କରୁଥିବା ସମୟରେ ୧୯୮୫ ମସିହାରୁ ଆରମ୍ଭ ହୁଏ ଶ୍ରୀମତୀ ତପସ୍ଵିନୀ ଦାଶଙ୍କ ସାରସ୍ଵତ ଯାତ୍ରା । ତାଙ୍କ ଜୀବନରେ ସାରସ୍ଵତ ପ୍ରେରଣାର ପ୍ରାଥମିକ ଉତ୍ସ ଥିଲେ ତାଙ୍କ ସାଙ୍ଗ ତଥା ଭାଇ ଜ୍ୟୋତିର୍ବିଦ ହେମନ୍ତ ଦାଶ ଏବଂ ସ୍ଵାମୀ ସଚ୍ଚିଦାନନ୍ଦ କର । ଅଦ୍ୟାବଧି ଓଡିଶାର ସଂଖ୍ୟାଧିକ ପତ୍ରପତ୍ରିକା ଗୁଡିକ ଯଥା – ମୟୂରାକ୍ଷୀ, ପୁନଶ୍ଚ ଉତ୍କଳ ପ୍ରଭା, ମକରମଣ୍ଡା, ଆଜିକାଲି, କଥାରେ କଥାରେ, ମନସ୍ଵିନୀ, ସୁନାଚାନ୍ଦ, ହୋ ଭଗତେ, ବିଜ୍ଞାନ ପତ୍ରିକା, ଶିକ୍ଷକ ଦର୍ପଣ, ବ୍ୟଙ୍ଗ ଦରବାର, ବ୍ୟଙ୍ଗ ପସରା ଆଦିରେ ତାଙ୍କ ଲେଖା ଗୁଡିକ ପୃଷ୍ଠା ମଣ୍ଡନ କରି ବେଶ ପାଠକୀୟତା ହାସଲ କରି ପାରିଛି । ଜଣେ ଉଚ୍ଚକୋଟୀର ବ୍ୟଙ୍ଗ କବୟତ୍ରୀ ଭାବେ ସେ ବେଶ ଜଣାଶୁଣା । ଏହାଛଡା ଅବସର ସମୟରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ପ୍ରତି ସେ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି । ବୃତ୍ତିଗତ ଜୀବନରେ ସେ ସ୍ନାତକୋତ୍ତର ଏବଂ ଆଇନ ଶିକ୍ଷା ଶେଷକରି ଜଣେ ପ୍ରଧାନ ଶିକ୍ଷୟତ୍ରୀ ଏବଂ ଜିଲ୍ଲାସ୍ତରରେ ଜଣେ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ମଧ୍ୟ ଅଟନ୍ତି । ନିଶାରେ ସାହିତ୍ୟ ସାଧନା ସହ ସ୍ଵଭାବରେ ଜଣେ ସ୍ନେହୀ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ଵା ।


ତାଙ୍କର ସମସ୍ତ ଲେଖା ଗୁଡିକ ପଢନ୍ତୁ