ପ୍ରୀତିପର୍ବ – ସିମାଞ୍ଚଳ ରଣା

ପ୍ରୀତିପର୍ବ-୨୨
ରାକା-ନିଶି-ଶଶୀ ସରସୀରେ ଭାସି,
ସାରସ ସଙ୍ଗେ ପ୍ରଣୟ ।
ଅଳି କରେ ଅଳି ବାହୁରେ ମୋ ଢଳି,
ରତି ରାତି ଶୋଭାମୟ ।
ବିଖନ ଲିଖନେ ଜୀବନ ବଲ୍ଳକୀ,
ବାଜେ ସପ୍ତସ୍ବର ତାନେ ।
ମାଗେ ତାରା ଜହ୍ନ ମୋ ଚନ୍ଦ୍ରବଦନୀ,
ଉଦ୍ଭାସିତ ସମ୍ଭାଷଣେ ।
ଗ୍ରୀଷ୍ମ ଅବକାଶ ନିଶି ନିର୍ବାତରେ,
କୁଟୀର ଯାଉଛି ଜଳି ।
ପାଇବାକୁ ଟିକେ ଶୀତଳ ସମୀର,
ଚନ୍ଦ୍ରକାନ୍ତି ସଙ୍ଗେ ଚଳି ।
ସରସୀ ପାବଛେ ସରସେ ବସି,
ଢଳିଯାଇ ଅନୁରାଗେ ।
କୁହ ଚନ୍ଦ୍ରକାନ୍ତ ପରକରିବନି,
ଚାନ୍ଦିନୀ କୁହଇ ମୋତେ ।
ନିଝୁମ ରାତିରେ ନିଜର ଲାଗଇ,
ନିତମ୍ବିନୀ ନିରିମାଖି ।
ଆଉଯାଇ ଦେଇ ଆଶ୍ୱସ୍ତ ଦିଏ ମୁଁ,
ଗୋଲାପୀ ଅଧର ଚୁମ୍ବି ।
ଚନ୍ଦ୍ରାତପ ତଳେ ମଧୁର ଆଳାପେ,
କହି ଦେଇ କେତେ କଥା ।
ପ୍ରୀତି ଆକୂତିରେ ସ୍ପର୍ଶ ଦେଇ କୁହେ,
କୁଟୀରେ ଚଳ ଗୋ ସଖା ।
ନିଦ୍ରାଣ ନୟନ ଖୋଜେ ଶୟନ,
ନିଶାର୍ଦ୍ଧେ କୋମଳ କୋଳ ।
ନିର୍ଣ୍ଣୟ ନୟନ ନୟନ କୁ ଚାହିଁ,
ଲୋଡ଼େ ତନୁ କୋଳାହଳ ।
ଦିବସ ବିଷମ କ୍ଳେଶ ଉପଶମ,
ସତେ ନିଦ୍ରାଗତ ପରେ ।
କ୍ଳାନ୍ତ ତନୁ ମନ ନିସ୍ତେଜ ଆଜି,
ମଧୁଗନ୍ଧା ପରଶରେ ।


କୁର୍ତ୍ତମଗଡ଼, କନ୍ଧମାଳ,
ମୋ- ୮୨୮୦୯୧୩୯୬୬

ମନ୍ତବ୍ୟ ରଖନ୍ତୁ..