ସ୍ମୃତି – ଉତ୍କଳ ଦିବସ ୨୦୧୮ ବିଶେଷାଙ୍କ ପତ୍ରିକା

ଉତ୍କଳ ଦିବସ ୨୦୧୮ ଉପଲକ୍ଷେ ଆୟୋଜିତ 'ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗୀତା' ପାଇଁ ସମସ୍ତ ଗଳ୍ପ ଓ ପ୍ରବନ୍ଧ ଆମ୍ଭର ଇ-ମାଗାଜିନ "ସ୍ମୃତି - ଉତ୍କଳ ଦିବସ ବିଶେଷାଙ୍କ ପତ୍ରିକା" ଉପଲବ୍ଧ । ପଢିବା ପାଇଁ ଏହି ଲିଙ୍କରୁ ଡାଉନଲୋଡ କରନ୍ତୁ : ସ୍ମୃତି - ଉତ୍କଳ ଦିବସ ବିଶେଷାଙ୍କ ପତ୍ରିକା

ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ ୨୦୧୮ ମସିହା ନିମନ୍ତେ “ସମୟର ଚକ୍ର ସାରସ୍ଵତ ସମ୍ମାନ” ରେ ସମ୍ମାନିତ

ସୂର୍ଯ୍ୟପ୍ରଭାର ନିୟମିତ ସ୍ତମ୍ଭ ଲେଖକ ତଥା ବଣମଲ୍ଲୀର ମହକ ପରିବାରର ସକ୍ରିୟ ଲେଖକ ତଥା ସଦସ୍ୟ ଓ ଶୁଭ ଚିନ୍ତକ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁଙ୍କୁ ତା ୨୨/୦୪/୨୦୧୮ ଋଖ ରବିବାର ଦିନ ବାଲେଶ୍ଵର ଠାରେ ଆୟୋଜିତ ସମୟର ଚକ୍ର ଅନୁଷ୍ଠାନ ପକ୍ଷରୁ ପାଳିତ ଷଷ୍ଠ ବାର୍ଷିକ ସମାରୋହ ଅବସରରେ ୨୦୧୮ ମସିହା ନିମନ୍ତେ "ସମୟର ଚକ୍ର ସାରସ୍ଵତ ସମ୍ମାନ" ପ୍ରଦାନ କରାଯାଇଛି । ଡକ୍ଟର ସାହୁ କଟକ ଠାରେ

ଶ୍ରୀମତୀ ମିନାକ୍ଷୀ ପାଢୀଙ୍କୁ “ଗଳ୍ପ ପ୍ରତିଭା ସମ୍ମାନ – ୨୦୧୮” ଏବଂ ଶ୍ରୀ ନୃସିଂହ ଚରଣ ବେହେରାଙ୍କୁ “ପ୍ରବନ୍ଧ ପ୍ରତିଭା ସମ୍ମାନ – ୨୦୧୮” ପ୍ରଦାନ ନିମନ୍ତେ ବଣମଲ୍ଲୀର ମହକ ପରିବାର ତରଫରୁ ଘୋଷଣା

ଉତ୍କଳ ଦିବସ ୨୦୧୮ ଉପଲକ୍ଷେ "ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗୀତା" ପାଇଁ "ସ୍ମୃତି" ଉପରେ ଏକ କ୍ଷୁଦ୍ରଗଳ୍ପ ଏବଂ ଉତ୍କଳ ଦିବସ/ଆମ ଭାଷା ଆମ ସାହିତ୍ୟ" ବିଷୟ ଉପରେ ଏକ ପ୍ରବନ୍ଧ ବଣମଲ୍ଲୀର ମହକ ଅନୁଷ୍ଠାନ ତରଫରୁ ଆହ୍ଵାନ କରାଯାଇଥିଲା । ଉକ୍ତ ପ୍ରତିଯୋଗୀତାରେ ଚିକିଟି ଗ୍ରାମର ଶ୍ରୀମତୀ ମିନାକ୍ଷୀ ପାଢୀଙ୍କ ରଚିତ ଗଳ୍ପ "ଏଡିକି ଏଡିକି ଲାଭ" ଶ୍ରେଷ୍ଠ ଗଳ୍ପ ବିବେଚିତ ହୋଇଥିବା ବେଳେ ପ୍ରବନ୍ଧରେ ଶ୍ରୀ ନୃସିଂହ

ରାଷ୍ଟ୍ରଦୀପର ବିଷୁବ ମିଳନ ଓ ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ କବି ହେମନ୍ତ କୁମାର ବରାଇଙ୍କ ରଚିତ କାବ୍ୟ “କାନୀନ କୁମର” ଉନ୍ମୋଚିତ

ଦାମନଯୋଡି, କୋରାପୁଟରେ ରାଷ୍ଟ୍ରଦୀପର ବିଷୁବ ମିଳନ ଓ ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ କବି ହେମନ୍ତ କୁମାର ବରାଇଙ୍କ ରଚିତ କାବ୍ୟ "କାନୀନ କୁମର" ଉନ୍ମୋଚିତ ହୋଇଯାଇଛି । ଶ୍ରୀଯୁକ୍ତ ବରାଇ ଏହି କାବ୍ୟର ଆଦ୍ୟରୁ ପ୍ରାନ୍ତ ସମ୍ପୁର୍ଣ୍ଣ 'କ' ଅନୁପ୍ରାସରେ ରଚିତ ।

ବଣମଲ୍ଲୀର ମହକ ପରିବାରର ଶ୍ରୀ ଗୋପାଳ ଚନ୍ଦ୍ର ସାଓଙ୍କୁ ଏକାଧାରାରେ ଜଣେ ସୁସାହିତ୍ୟିକ-କବି-ଗୀତିକାର-ନାଟ୍ୟକାର-ଅଭିନେତା-ସଙ୍ଗୀତଜ୍ଞ ତଥା ସୁସଙ୍ଗଠକ ଭାବେ ମୟୂରଭଞ୍ଜର ଷୋଡଶ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବରେ ସମ୍ବର୍ଦ୍ଧନା

ବାରିପଦା ତା ୧୬/୦୪/୨୦୧୮ ମୟୂରଭଞ୍ଜ ଜିଲ୍ଲାର ବଳାଙ୍ଗୀଠାରେ ୧୪ ତାରିଖରୁ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଷୋଡଶ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ମୟୂରଭଞ୍ଜର ମହାରାଜା, ମୋରଡା ବିଧାୟକ ଶୀଯୁକ୍ତ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଅତିରିକ୍ତ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ଏବଂ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କ ସହ ଉପସ୍ଥିତ ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା ବଣମଲ୍ଲୀର

ବାଲିଗୁଡା ଅଷ୍ଟଶମ୍ଭୁ ପରିଚାଳନା କମିଟିର ୩୧ ବର୍ଷ ପୁର୍ତ୍ତି ଉତ୍ସବ ଉପଲକ୍ଷେ ୩୧ ଶମ୍ଭୁ ମିଳନର ଆୟୋଜନ

ତା ୦୮/୦୪/୨୦୧୭ ଋଖ କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ଏକ କାଳୀନ ୩୧ ଶମ୍ଭୁ ମିଳନ ସଂଗଠିତ ହୋଇଯାଇଛି । ବାଲିଗୁଡା ଅଷ୍ଟଶମ୍ଭୁ ପରିଚାଳନା କମିଟିର ୩୧ ବର୍ଷ ପୁର୍ତ୍ତି ଉତ୍ସବ ଉପଲକ୍ଷେ ଏହି ଶମ୍ଭୁ ମିଳନର ଆୟୋଜନ କରାଯାଇଥିଲା । ଆଜି ସନ୍ଧ୍ୟା ସମୟରେ ଜଳଘାଟରୁ ମିଳନ ସ୍ଥଳୀକୁ ଆସିବା ବେଳର ଦୃଶ୍ୟ ଏହି ଭିଡିଓରେ କଏଦ କରାଯାଇଛି । (ସୌଜନ୍ୟ : ସିମାଞ୍ଚଳ ରଣା, ବଣମଲ୍ଲୀର ମହକ)

ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ରାଜ୍ୟସ୍ତରୀୟ ସମାବେଶ – ଉଦୀୟମାନ ପ୍ରତିଭାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍ସାହ ପ୍ରଦାନ ଏବଂ ପୋଲସରା ସମ୍ବାଦ ସାହିତ୍ୟଘର ପୁରସ୍କୃତ

ତା ୦୮/୦୪/୨୦୧୮ ଋଖ ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ରାଜ୍ୟସ୍ତରୀୟ ସମାବେଶ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ଵସ୍ତିପ୍ରିମିୟମ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ  ଅଧ୍ୟକ୍ଷତା କରିଥିବା ବେଳେ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର ଏବଂ ଜ୍ଞାନପୀଠ ତଥା ମୂର୍ତ୍ତିଦେବୀ ପୁରଷ୍କାର ପ୍ରାପ୍ତ ପ୍ରଥମ ମହିଳା ପଦ୍ମଶ୍ରୀ ପ୍ରତିଭା ରାୟ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇ

ମଙ୍ଗଳାଯୋଡିରେ ଦଣ୍ଡ ଉତ୍ସବର ମାହୋଲ : ଭକ୍ତି ଓ ଆଧ୍ୟାତ୍ମିକ ଭାବଧାରାରେ ସମଗ୍ର ଗ୍ରାମବାସୀ

ଖୋରଧା ଜିଲ୍ଲା ଅଧୀନରେ ଅବସ୍ଥିତ ମଙ୍ଗଳାଯୋଡି । ଆନ୍ତର୍ଜାତୀୟ ପକ୍ଷୀ ଅଭୟାରଣ୍ୟ ଭାବେ ବିଶ୍ଵ ମାନଚିତ୍ରରେ ପରିଚିତ ଏହି ଗାଁ । ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ଉତ୍ତର-ପୂର୍ବ ଉପକୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରୂପେ ପରିଚିତ ଏହି ସ୍ଥାନଟି । ଐତିହ୍ୟ ସମ୍ପର୍ଣ୍ଣ ଗାଁ ମଙ୍ଗଳଯୋଡିର ଆଧ୍ୟାତ୍ମିକ ପରମ୍ପରାକୁ ଅବଲୋକନ କଲେ ବାରି ହୋଇପଡେ ଏହାର ସରଳ ଅଧିବାସୀ ମାନଙ୍କର ଜୀବନ ଶୈଳୀ । ଖୁବ ବିରଳ ଏହାର

ଏକାଧାରାରେ ସାହିତ୍ୟିକ, ପ୍ରକାଶକ ତଥା ସମାଜସେବୀ ଚିନ୍ମୟ କୁମାର ବେବର୍ତ୍ତାଙ୍କୁ କବି କୈଳାସ ଚନ୍ଦ୍ର ମହାପାତ୍ର ଫାଉଣ୍ଡେସନ୍ ଏବଂ ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା

ଭଞ୍ଜନଗର - ସ୍ଥାନୀୟ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହରେ ବ୍ରହ୍ମପୁରସ୍ଥିତ କବି କୈଳାସ ଚନ୍ଦ୍ର ମହାପାତ୍ର ଫାଉଣ୍ଡେସନ୍ ଏବଂ ଲୋହରାଖଣ୍ଡି ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧିତ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମଂଚର ସଭାପତି ସୋମନାଥ ନାୟକ, ମୁଖ୍ୟବକ୍ତା ଭାବେ ଏନ୍.ଜି.ଓ କ୍ଲବର

ଓଡିଶାର ପାରମ୍ପରିକ ଦଣ୍ଡପର୍ବ – ବଣମଲ୍ଲୀର ମହକ କ୍ୟାମେରାରେ ଖୋରଧା ଜିଲ୍ଲାର ମଙ୍ଗଳାଯୋଡିରେ ଅନୁଷ୍ଠିତ ଦଣ୍ଡଯାତ୍ରାର କିଛି ଝଲକ

ଦଣ୍ଡନୃତ୍ୟ ହେଉଛି ଓଡିଶାର ଏକ ପାରମ୍ପରିକ ନୃତ୍ୟକଳା । ଚୈତ୍ର ମାସର ମେରୁ ସଙ୍କ୍ରାନ୍ତିର ୧୩ ରୁ ୨୧ ଦିନ ପୂର୍ବରୁ ଏହି ନୈଷ୍ଠିକ ବ୍ରତ ଆରମ୍ଭ ହୋଇଥାଏ । ଏହି ବ୍ରତରେ ଯେଉଁମାନେ ଅଂଶଗ୍ରହଣ କରନ୍ତି ସେମାନଙ୍କୁ ଭକ୍ତା, ଭଗତା ବା ଦଣ୍ଡୁଆ ବୋଲି କୁହାଯାଏ । ଏହି ବ୍ରତର ମୁଖ୍ୟ ଦେବତା ଶିବ ପାର୍ବତୀ ଅଟନ୍ତି ଏବଂ ଏହି ବ୍ରତ କେବଳ ପୁରୁଷ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ