ଉତ୍କଳ ଦିବସ ସାହିତ୍ୟ ସମାରୋହରେ ସୁସାହିତ୍ୟିକ ଓ କବି ଭାଗିରଥୀ ବେହେରା ଓ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ୨୦୧୮ ମସିହା ନିମନ୍ତେ “ଦିବ୍ୟଧାରା ସାହିତ୍ୟ ସମ୍ମାନ” ପ୍ରଦାନ ଓ କବିତା ସଂକଳନ “ନଦୀର ନାମ ଋତୁମତୀ” ର ଉନ୍ମୋଚନ

ଆଜି ତା ୦୧-୦୪-୨୦୧୮ରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଦିବ୍ୟଧାରା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଇତ୍ୟବସରରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ କବି/କବୟିତ୍ରୀ ବୃନ୍ଦ ଯୋଗଦାନ କରିଥିଲେ । ଏହି ସମାରୋହରେ କବି ଶ୍ରୀ ଭାଗିରଥୀ ବେହେରାଙ୍କ କବିତା ସଂକଳନ "ନଦୀର ନାମ ଋତୁମତୀ" ଉନ୍ମୋଚନ ହୋଇଥିଲା ଏବଂ ଶ୍ରୀ

ଉତ୍କଳ ଦିବସ ଅବସରରେ ପୋଲସରାସ୍ଥିତ “ଆମ ଭାଷା ଆମ ସାହିତ୍ୟ” ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସ୍ତରୀୟ ଭାଷା ମହୋତ୍ସବ ପାଳନ

ତା ୦୧-୦୪-୨୦୧୮ ରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲାର ପୋଲସରାସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ "ଆମ ଭାଷା ଆମ ସାହିତ୍ୟ" ପ୍ରତିଷ୍ଠାନର ଆବାହକ ଅଧ୍ୟାପକ ଜୟକୃଷ୍ଣ ଗୌଡ଼ଙ୍କ ଆବାହକତ୍ଵରେ ରାଜ୍ୟ ସ୍ତରୀୟ ଭାଷା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ପାର୍ଥସାରଥୀ ଓ ଅଜୟ ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଇତ୍ୟବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ

ଶ୍ରୀଯୁକ୍ତ ଦିନେଶ କୁମାର ଷଡଙ୍ଗୀଙ୍କୁ ୨୦୧୮ ମସିହା ନିମନ୍ତେ ଯଦୁମଣି ସାହିତ୍ୟ ସମ୍ମାନ ପ୍ରଦାନ

ଉତ୍କଳ ଦିବସ ସାହିତ୍ୟ ସମାରୋହରେ ସୁସାହିତ୍ୟିକ ଓ କବି ଭାଗିରଥୀ ବେହେରା ଓ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ୨୦୧୮ ମସିହା ନିମନ୍ତେ "ଦିବ୍ୟଧାରା ସାହିତ୍ୟ ସମ୍ମାନ" ପ୍ରଦାନ ଓ କବିତା ସଂକଳନ "ନଦୀର ନାମ ଋତୁମତୀ" ର ଉନ୍ମୋଚନ

ପଟ୍ଟାଭିଷେକ-ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ପାଳିତ – ଜଗଦଗୁରୁ ଶଙ୍କାରାଚାର୍ଯ୍ୟଙ୍କ ଶୁଭାଗମନ – ଭକ୍ତିପୂତ୍ତ ପରିବେଶ ଓ ସାଧୁସନ୍ଥ ମାନଙ୍କ ଗହଣରେ ସଂସ୍କାରଧର୍ମୀ ସାରସ୍ଵତ ସମାରୋହ ପାଳିତ ଏବଂ ପ୍ରତିଭା ସମ୍ବର୍ଦ୍ଧନା

ମାର୍ଚ୍ଚ ୨୨ ତାରିଖ ଗୁରୁବାର ଦିନ ଶଙ୍କାରାଚାର୍ଯ୍ୟ ସ୍ଵାଗତ ସମିତି ଆନୁକୁଲ୍ୟରେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇସ୍ଥିତ ବାବା ଅରୁଣେଶ୍ଵର ମହାଦେବଙ୍କ ମେଳା ପ୍ରାଙ୍ଗଣରେ ପାଳିତ ହେଉଥିବା ନବଦିନବ୍ୟାପୀ ପଟ୍ଟାଭିଷେକ-ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋସ୍ଚବର ପଞ୍ଚମ ଦିବସରେ ଗୋବର୍ଦ୍ଧନ ମଠ, ପୁରୀର ପିଠାଧିଶ୍ଵର ଶ୍ରୀମଦ ଜଗତଗୁରୁ ଶଙ୍କାରାଚାର୍ଯ୍ୟ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ଶୁଭାଗମନ ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ, ଘଟାଧିବାସ, ଗୁରୁ ଗୋ-ପୂଜନ, ସନ୍ଥ ପୂଜନ ଆଦି

ଶ୍ରୀରାମନବମୀ ତିଥିରେ ଇଂ ଦୀପ୍ତି ରଞ୍ଜନ ପଣ୍ଡାଙ୍କ ରଚିତ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ତଥ୍ୟ ଭିତ୍ତିକ କବିତା ସଂକଳନ “ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥ” ପୁସ୍ତକର ଶୁଭ ଉନ୍ମୋଚନ

ବିଶିଷ୍ଟ ଆଧ୍ୟାତ୍ମିକ ସାହିତ୍ୟିକ ଇଂ ଦୀପ୍ତି ରଞ୍ଜନ ପଣ୍ଡାଙ୍କ ଦ୍ଵାରା ରଚିତ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ତଥ୍ୟ ଭିତ୍ତିକ କବିତା ସଂକଳନ "ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥ" ଶୀର୍ଷକ ଭକ୍ତି ପୁସ୍ତକଟି ଆସନ୍ତା ଶ୍ରୀରାମନବମୀ ଦିନ ଉନ୍ମୋଚିତ ହେବ ।

ଏଣିକି ନାମଫଳକ ଓଡିଆରେ ଲେଖିବା ବାଧ୍ୟତାମୂଳକ – ଓଡିଶା ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ଓଡିଶାବାସୀଙ୍କ ସ୍ଵାଗତ

ବଣମଲ୍ଲୀ ସମ୍ବାଦ : ବିଳମ୍ବରେ ହେଉ ପଛେ ଆମ ରାଜ୍ୟ ସରକାର ଓଡିଆ ଭାଷା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ନାମଫଳକ ଓଡିଆ ଭାଷାରେ ଲେଖାଯିବା ବାଧ୍ୟତାମୂଳକ ଅଟେ । ଓଡିଆ ସରକାରୀ ଭାଷା ଆଇନର ସଂଶୋଧନକୁ ମଞ୍ଜୁରୀ ମିଳି ସାରିଥିଲେ ସୁଦ୍ଧା ଆମ ରାଜ୍ୟ ସରକାରଙ୍କ ତତ୍ପରତା ଏ ଦିଗରେ ପ୍ରକାଶ ପାଉନଥିଲା । ଅନେକ ସମୟରେ ଓଡିଆ ଭାଷାପ୍ରେମୀ ମାନଙ୍କ ଆନ୍ଦୋଳନ

ବିଛିନ୍ନାଞ୍ଚଳରେ ଓଡିଆ ଭାଷାର ସ୍ଥିତି କିଛି କମ ନୁହେଁ – ରାଞ୍ଚି ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡିଆ ଭାଷା ସାହିତ୍ୟରେ କୁମାରୀ ମମତା ରଥ ଏବଂ ସୁସ୍ମିତା ପ୍ରହରାଜଙ୍କ ସ୍ଵର୍ଣ୍ଣପଦକ ହାସଲ

ଝାଡଖଣ୍ଡ ପୁର୍ବୀ ସିଂଭୂମିର ଶାସନ ଗ୍ରାମରେ ସମ୍ବାଦ ସାହିତ୍ୟ ଶାସନ ଶାଖାର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ବାଦ ସହିତ୍ୟଘରର ରାଜ୍ୟ ସଂଯୋଜିକା ଡ଼: ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଛିନ୍ନାଞ୍ଚଳରେ କେମିତି ଓଡ଼ିଆ ଭାଷାର ବିକାଶ ହୋଇପାରିବ, ସେ ଦିଗରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ଦୀନେଶ ଷଡଙ୍ଗୀ, ଦେବୀଦତ୍ତ ଶତପଥୀ, ଇଂ ମନୋଜ ଦଳବେହେରା, ଅନନ୍ତ ନାଏକ, ପାର୍ଥସାରଥୀ ପ୍ରହରାଜ

“ତୁମେ ଥରେ ନାରୀ ହୋଇ ଯାଅ” କବୟିତ୍ରୀ ସୁଶ୍ରୀ କାବେରୀ ମିଶ୍ରଙ୍କ କବିତା ସଂକଳନ ଉନ୍ମୋଚନ

କବୟିତ୍ରୀ ସୁଶ୍ରୀ କାବେରୀ ମିଶ୍ରଙ୍କ କବିତା ସଂକଳନ "ତୁମେ ଥରେ ନାରୀ ହୋଇ ଯାଅ" ଆଜି ବାରିପଦାସ୍ଥିତ ରୋଟାରୀ କ୍ଳବରେ ଉନ୍ମୋଚିତ ହୋଇଯାଇଛି । ଅନେକ କବି କବୟିତ୍ରୀ ତଥା ସାରସ୍ୱତ ସାଧକ ଓ ଜ୍ଞାନୀ ଗୁଣୀଙ୍କ ଉପସ୍ଥିତି ରେ ଏହି ପୁସ୍ତକଟିର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ସମାପନ ହୋଇଛି । ନାରୀ ମନସ୍ତତ୍ଵର ନିକ୍ଷୁଣ ଚିତ୍ର କବିତାର ପ୍ରତିଟି ପଂକ୍ତିରେ ବେଶ ସ୍ପଷ୍ଟ । କବୟତ୍ରୀ ସୁଶ୍ରୀ କାବେରୀ

ରଙ୍ଗ ପରବରେ ସାନ୍ତାଳ ସଂପ୍ରଦାୟର ସ୍ଵତନ୍ତ୍ର ପରମ୍ପରା

ହୋଲି ଭଳି ଏକ ଆନନ୍ଦ ମାହୋଲରେ ମୋଟରସାଇକେଲ କିମ୍ବା ସାଇକେଲରେ ଲଗାଯାଇଥାଏ ଶାଳ ଡାଳଟିଏ । ଶାଳ ଡାଳଟିଏ ପାଖରେ ଥିଲେ କେହିବି ହେଲେ ରଙ୍ଗ ବୋଳିବାକୁ ସାହାସ କରିବେନି । ବିଶ୍ଵାସ ରହିଛି ଏହି ଦିନ ଦେହରେ ରଙ୍ଗ ବୋଳିଲେ କିଛି ନା କିଛି ଅଘଟଣ ଘଟିଥାଏ । ତେଣୁ ଲକ୍ଷ କରାଯାଏ ଏହି ସଂପ୍ରଦାୟରେ ହୋଲି ରଙ୍ଗ ବା ଅବିର କେହି ଖେଳି ନଥାନ୍ତି । ଆସନ୍ତୁ

ନିଆରା ବ୍ୟକ୍ତିତ୍ଵ ସୁକୁମାର ସିଂହ

ବିରଳ ଚିନ୍ତାଧାରାର ବ୍ୟକ୍ତିତ୍ଵ ସୁକୁମାର ସିଂ । ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଦେଉଳି ଅଞ୍ଚଳର ଜଣେ ଯୁବକ । ପେଷାରେ ଜଣେ ପାନ ଦୋକାନୀ, ହେଲେ ନିଆରା ତାଙ୍କର ଦୃଷ୍ଟିଭଙ୍ଗୀ ଏବଂ ଅବଦାନ । ବର୍ଷ ସାରା ପାନ ଦୋକାନରୁ ରୋଜଗାର କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ଆଉ ହୋଲିର ପରବ ଯେତେବେଳେ ପହଞ୍ଚିଯାଏ, ସେ ପାଲଟି ଯାଆନ୍ତି ମଣିଷପଣିଆର ଏକ ନିଛକ ଉଦାହରଣ । ହୋଲି