ଆଲୋଚନା : ଜୀବିକା – ହୃଷୀକେଶ ଜାଲି

ଜୀବନକୁ ବାଜି ଲଗାଇ ୧୫୦ ଗାଁର ପ୍ରାୟ ଦେଢ଼ ଲକ୍ଷ ମତ୍ସ୍ୟଜୀବୀ ଚିଲିକାରେ ଜୀବନ ଧାରଣ କରୁଛନ୍ତି । କାହିଁ ଖୋର୍ଦ୍ଧା ତଳମାଳ ଗାଁ ମଙ୍ଗଳାଯୋଡି, ଜରିପଡା, ସୋରଣ, ଜୟନ୍ତିପୁର, ବରଡି, ବଉଳାବନ୍ଧ, ନଈରୀ, କୁମାଣ୍ଡଳ, ବାଙ୍କିଆପଲ୍ଲୀ, ବାଲୁଗାଁ, ବଡ଼କୁଳ, ଗଅପଦର, ଛେଡାପଦର, ଚନ୍ଦରାପୁଟ, ବଡ଼କୁଳ, ଲଂଗଲେଶ୍ୱର, ପଥରା, କେଶପୁର, ସମ୍ବଲ, ମଠସମ୍ବଲ, ସାବୁଳିଆ, ରମ୍ଭା, ପାରିକୁଦ ଗଡର ଅନେକ ଚିଲିକାକୁଳୀଆ ଗାଁ ସତେ ଯେମିତି ଚିଲିକା ତାଙ୍କର ମା’ । ଜୀବନ ଜୀବିକାର ଦୋ’ଛ କିରେ ଲହୁଲୁହାଣ କର୍ମକାନ୍ତ ମଣିଷମାନେ । କ’ଣ କରିବେ କ’ଣ ନକରିବେ ଚିନ୍ତାକରି ମୁହ୍ୟମାନ ସେମାନେ । ପେଟପାଟଣାର ମୋହରେ ଆଜି ସେମାନେ ଦାଦନ ଶ୍ରମିକ । ଓଡ଼ିଶାର ତଟକୁ ସୁରକ୍ଷା ଦେଉଥିବା ଦୁର୍ଦ୍ଧଷ ଓଡ଼ିଆ ନାବିକ ପୁଅ ଆଜି ଖାଇବାକୁ ଗଣ୍ଡେ ନପାଇ କାହିଁ ସୁଦୂର କାମ୍ବୋଡିଆ, ଜୋର୍ଡାନ, ସାଉଦ ଆରବ, ସୁଦାନ, ଆମ ଦେଶର ସୁରାଟ, ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ ଆଦି ସ୍ଥାନକୁ ଯାଇ କୋଉ ପେଟ ପୁରେଯେ, ଵଂର ଶବ ହୋଇ ଫେରିବାଟା ସାର ହୁଏ ।

କେଉଁ ଆବାହନ କାଳରୁ ବୋପା ଅଜା ଭିଟାମାଟି ସଦୃଶ୍ୟ ଚିଲିକାରୁ ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ନା ଆଜି ମାରିପାରୁଛନ୍ତି ମାଛ ନା ପୋଷି ପାରୁଛନ୍ତି ଜୀବନ, ତାଙ୍କ ଆଗରେ ଭିକଓପାଶ ଡହଳ ବିକଳ ପରିବାର, ବୃଦ୍ଧ ଓ ବୟସର ଅପରାହ୍ନରେ ମା’ଓ ବାପା।କାହାକୁ ମୁଠାଏ ଆହାର ଦେବ ଚିନ୍ତା କରିପାରୁନି । ଏ ବି ଚିନ୍ତା କରିପାରୁନି କ’ଣ କରିବ ? ଗାଁରୁ ପାଦ କାଢି ନଥିବା ଲୋକ ଆଜି ବେସାହାରା ଓ ବେରୋଜଗାର ! ବଢ଼ନ୍ତା ଝିଅର ବୋଝ ଆକ୍ତା ମାକ୍ତା କରିଦିଏ । କାହାକୁ ସମର୍ପିବ ଏତେବଡ ଦାୟିତ୍ୱ।ଯାହା କାଳବେଳ ହେଲାଣି,ଭରସି ପାଉନି ନିଜକୁ । ସେଦିନ ମା’ କାଳିଜାଇ ସୁମରି ନାଆ ମେଲୁଥିଲା ଚିଲିକାରେ,ହେଲେ ଆଜି ଦିଗହରା ସେ,ନା ଚିଲିକାରେ ବହୁ ସଂଖ୍ୟାରେ ମାଛ ଅଛି, ନା ମାରିପାରୁଛି ସେ । ଚିଙ୍ଗୁଡି ମାଫିଆମାନଙ୍କ ଅକ୍ତିଆରରେ ଚିଲିକାର ଅନେକ ଅଂଚଳ। ରାସାୟନିକ ପଦାର୍ଥ ପ୍ରୟୋଗରେ ଜଳଚର ଜୀବ ଲୁପ୍ତ । ମାଛ କେଉଁଠି ଥିବା ଯେ ସେ ମାଛ ମାରି ଜୀବିକା ନିର୍ବାହ କରିବ ।

ଆଜି ସେ ଦେଶାନ୍ତର ହେବା ପାଇଁ ନିଷ୍ପତ୍ତି ନେଇଛି, ପୁଅ, ଝିଅ, ବାପା, ମା’ପ୍ରତି ପୋଷଣ ନିମନ୍ତେ ଓ ପୁଅର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ । ମା’ କାଳିଜାଇକୁ ସୁମରଣା କରି, ତା ଭରସାରେ ତିରିଲା ଝିଅ ଓ ସ୍ତ୍ରୀକୁ ସମର୍ପି ଦାଦନ ଯାଉଛି ଜୀବିକ ଅନ୍ୱେଷଣରେ, ଜାଣେନା ଫେରିବିକି ନା ।


ହୃଷିକେଶ ଜାଲି, ମୁନିଗୁଡା, ରାୟଗଡ,
ଦୂରଭାଷ: ୯୪୩୭୭୪୮୪୫୬

1 thought on “ଆଲୋଚନା : ଜୀବିକା – ହୃଷୀକେଶ ଜାଲି”

  1. ଖୁବ ସୁନ୍ଦର ଭାବରେ ସତ୍ୟ କଥାଟିଏ ଉପସ୍ଥାପନା କରିଛନ୍ତି

ମନ୍ତବ୍ୟ ରଖନ୍ତୁ