ଆଲୋଚନା – ମାନବ ଜୀବନର ଗାରିମା – ଡକ୍ଟର ଲକ୍ଷ୍ମଣ ସାହୁ

ମାନବ ଜୀବନର ଶ୍ରେଷ୍ଠ ଗୌରବ ଏହା ଯେ, ଯାହା ତାକୁ ଏତେବଡ ସଂସାର ଭିତରେ କୌଣସି ବସ୍ତୁ ତୃପ୍ତି ବା ଆତ୍ମସଂତୋଷ ଦେଇପାରେ ନାହିଁ, ଅସୀମ ତାର କ୍ଷୁଧା, ଅସୀମ ତାର କାମନା, ବାସନା, ଯାହାର କେବେ ଅନ୍ତନାହିଁ । ଏହାର ଞ୍ଗାନ ପିପାସା, କର୍ମ ପ୍ରବଣତା, ଭୋଗାକାଂଙକ୍ଷା, ପ୍ରେମାବେଗ ଆଦିର ଦମନ କରିବା ସହଜସାଧ୍ୟ ହୋଇପାରେ ନାହିଁ, ଏସବୁ କେବଳ ମନୁଷ୍ୟ ସ୍ୱଭାବରେ ଅଙ୍ଗୀଭୂତ । ଏହି ବିଶାଳ ସଂସାରରେ କେବଳ ତାର ସ୍ୱଭାବ ଦୁର୍ଲଭ ଞ୍ଗାନ ବୃର୍ତ୍ତିହିଁ, ଜାଗତିକ ବିଚିତ୍ର ବିଷୟର ପରିଚୟ ପ୍ରାପ୍ତ କରି ଆତ୍ମ ତୃପ୍ତିର ମାର୍ଗ ଖୋଜେ । କିନ୍ତୁ ସେ ଯେତେଯେତେ ଞ୍ଗାନ ଲାଭ କରିଚାଲିଥାଏ, ସେତେସେତେ ତା’ର ଞ୍ଗାନର ପିପାସା ବଢିବଢି ଚାଲେ । ଏପରିକି ସେ ଅନୁଭବ କରେ, ଞ୍ଗାନର କେବେ ଶେଷ ନଥାଏ । ବହୁତ କିଛି ଜାଣିବାର, ସଂଗ୍ରହ କରିବାର ଜିଞ୍ଗାସା ତା’ ମନରେ ପ୍ରତ୍ୟେକଟି ମୁହୂର୍ତ୍ତରେ ଉଙ୍କି ମାରୁଥାଏ । ବାହ୍ୟ ପ୍ରକୃତି ଓ ମନୋରାଜ୍ୟରେ ଅସଂଖ୍ୟ ବିଷୟରେ ପରିଚୟ ପାଇ ମଧ୍ୟ ତା’ର ଞ୍ଗାନ ପିପାସାର ଅନ୍ତ ଘଟେ ନାହିଁ । ଧାରଣା ଆସେ ଯେ, ଯାହା କିଛି ଞ୍ଗାତ, ସେସବୁ ଞ୍ଗାତ ହେବା ପରେ ବି ଅନେକ ଅଞ୍ଗାତ (ଅଜଣା) ହୋଇ ରହିଯାଇଛି ।

ଞ୍ଗାନବୃର୍ତ୍ତିର ଅଭାବ ଯେତେଯେତେ ଅନୁଭବ କରେ, ବୁଦ୍ଧିର ପରିପୂର୍ଣ୍ଣତା ସେତେ ସେତେ ବଢିଚାଲେ । କାରଣ ଞ୍ଗାନର ଜିଞ୍ଗାସା ସେତେ ଅଧିକ ଜାଗିଉଠେ, ଯାହା ଶାନ୍ତ, ନଶ୍ୱର, ବିକାଶଶୀଳ, ଏସବୁ ଜାଣି ମଧ୍ୟ ନିଜକୁ ନିଜର ପରିଚୟ ପାଏନାହିଁ । ଅର୍ଥାତ୍ ନିଜର ପରିଚୟ ନିଜ ପାଖରେ ଅଜଣା ଥାଏ । ଏକଥା ସତ୍ୟ ଯେ ଅନନ୍ତ, ଅବିନଶ୍ୱର, ଅଦୃଶ୍ୟ, ଯାହା ସଙ୍ଗରେ ତା’ ଞ୍ଗାନ ବୃର୍ତ୍ତିର ମିଳନ ଘଟେ । ଞ୍ଗାନବୃର୍ତ୍ତିରେ, ଭାବରେ, ଭାବନାରେ ଅନୁଭବ କରିହୁଏ ଓ ଞ୍ଗାନ ସାଧନାରେ ସିଦ୍ଧି ହୋଇଯାଏ । ଏହି ଅନନ୍ତ ଅଖଣ୍ତ ଅବିନାଶୀ ଅବିକାରୀ ଭୂମାର ଆକର୍ଷଣହିଁ ମାନବ ପ୍ରାଣକୁ ଞ୍ଗାନ-ତପସ୍ୟାରେ ନିୟୋଜିତ କରିଥାଏ । ସେ ଏହି ଭୂମାସହ ଯେ ପର୍ଯ୍ୟନ୍ତ ମିଳିତ ହୋଇନଥାଏ, ସେ ପର୍ଯ୍ୟନ୍ତ ତା’ ହୃଦୟରେ ଅସନ୍ତୋଷର କ୍ଷୁଧା, ଜ୍ଜାଳା ଏତେ ପ୍ରବଳ ହୁଏ, ତାହାହିଁ ତାର ଗୌରବ ପାଲଟେ, ତା’କୁ ଗୌରବାନିତ୍ୱ କରେ, ଯାହା ତା’କୁ ଉନ୍ନତ କରିବାର ନିଦର୍ଶନ ପାଲଟେ ।

ମନୁଷ୍ୟର ଜନ୍ମ ଏକ କ୍ଷୁଦ୍ର ଦୃର୍ବଳ, ପର ନିର୍ଭରଶୀଳ ଶରୀର (ଦେହ) ଓ ସୀମିତ ଇନ୍ଦ୍ରିୟ ଶକ୍ତିକୁ ନେଇ । କିନ୍ତୁ ତା’ଭିତରେ ଥିବା କର୍ମଶକ୍ତିର ଅନୁପ୍ରେରଣା ଏଭଳି ଲୁଚି ରହିଥାଏ ଯେ, ଯାହା ସଂସାର ଭିତରେ କୌଣସି ବିରାଟ କାର୍ଯ୍ୟ ତା’ପାଇଁ ଅସମ୍ଭବ ନୁହେଁ । ନିଜ କର୍ମଶକ୍ତିର ଉତ୍କର୍ଷ ସାଧନ ଦ୍ୱାରା ଅତି ସହଜରେ କାର୍ଯ୍ୟଟିର ସୁସଂପାଦନ କରି ସଂପୂର୍ଣ୍ଣ ପ୍ରକୃତି ରାଜ୍ୟରେ ଅବ୍ୟାହତ ପ୍ରଭୃତ୍ୱ ସ୍ଥାପନ କରିବାକୁ ସେ ପ୍ରୟାସ ଜାରି ରଖେ । କର୍ମ ପ୍ରବଣତା ତା’ହୃଦୟରେ ଦେଖାଦିଏ, ଫଳତଃ ପ୍ରତ୍ୟେକଟି କର୍ମରେ ସେ ଆଗୁସାର ହୁଏ । ଏହି ମର୍ମରେ ପୃଥିବୀ, ଜଳ, ବାୟୂ, ଅଗ୍ନି ତା’ର ଆଦେଶ ବାହକ ସେବକ ପାଲଟି ଯାଆନ୍ତି, ଦେବତା ମାନେ ଏହାର ଶ୍ରେଷ୍ଠତ୍ୱ ସ୍ୱୀକାର କରନ୍ତି । ମାନବ ନିଜର ପ୍ରୟୋଜନ ଅନୁସାରେ ପ୍ରାକୃତିକ ପଦାର୍ଥ ଓ ଶକ୍ତିକୁ ନିୟୋଜିତ କରି ପ୍ରାକୃତିକ ଜଗତ ଭିତରେ ଏକ ନୂତନ ଜଗତ ସୃଷ୍ଟି କରିବାରେ ସଫଳ ହୁଏ । ସକଳ ବାଧା ବିଘ୍ନକୁ ପଦଦଳିତ କରି ନିଜ ଅନ୍ତରର ଆଦର୍ଶକୁ ସ୍ଥାପିତ କରେ । ଏହି ପ୍ରେରିତ କର୍ମ ପ୍ରବଣତା ଦ୍ୱାରା ଏଭଳି ଘଟେ ଯେ, ସେ ନିଜର ଶକ୍ତିକୁ ବିକଶିତ କରି କର୍ମ କ୍ଷୁଧାରୁ କେବେ ବି ନିବୃତ୍ତ ହୁଏ ନାହିଁ । କାର୍ଯ୍ୟହିଁ ପାଲଟି ଯାଏ ତା’ପରାକାଷ୍ଠାର ଉପଯୁକ୍ତ ପରୀକ୍ଷାସ୍ଥଳ ।

ସଂସାରର ସମସ୍ତ ପ୍ରକାର ଉପକରଣର ବ୍ୟବହାର, ଜାଗତିକ ପ୍ରାକୃତିକ ଅବସ୍ଥା ଉପରେ ନିର୍ଭର କରିବା, ନାନାଦି ପ୍ରକାର ପୂଜାର ଆବିଷ୍କାର କରି ମଣିଷ ନିଜର କର୍ମ ଶକ୍ତିକୁ କିଭଳି ବିକଶିତ କରିପାରିବ ସେଲାଗି ଅହରହ ଚେଷ୍ଟା କରେ । ନୂଆ ନୂଆ ବୈଞ୍ଗାନିକ ସୃଷ୍ଟି ଦ୍ୱାରା ଜଗତକୁ ଯେତେ ଚମକୃତ କରି ସମୃଦ୍ଧ କରିବ ସମ ପରିମାଣରେ ସୁଖ୍ୟାତି ସେତେ ବଢିବ । କେବେ ବି ତା’ର ସୃଷ୍ଟି ବାସନା, ଅଭାବବୋଧ ଓ ଅକ୍ଷମତା’ର ଅନୁଭୂତି ତିରୋହିତ ହୁଏ ନାହିଁ । ନିଜର କର୍ମଶକ୍ତି ସାଧନାର ପରିପୂର୍ଣ୍ଣ ସିଦ୍ଧିକୁ ଅନୁଭବ କରିବାରେ ସର୍ମଥ ହୁଏ । ଅନ୍ୟପକ୍ଷରେ ପ୍ରତ୍ୟେକ କର୍ମବୀର ମଣିଷହିଁ ସଂସାରରେ ଉପକରଣ (ପଦାର୍ଥ)କୁ ଆୟତ୍ତ କରିବାକୁ ପ୍ରବଳ ଆଗ୍ରହ ରଖେ, ଅହରହ ସଂଗ୍ରାମ କରେ ।

ଅନ୍ୟପକ୍ଷରେ ପ୍ରତ୍ୟେକ କର୍ମବୀର ମଣିଷହିଁ ସଂସାର ରାଜ୍ୟରେ ନିଜ ନିଜର ପ୍ରଭୃତ୍ୱ ସ୍ଥାପନ କରିବାରେ, ଅନ୍ୟ ଉପରେ ନିଜର ପ୍ରଭାବ ପକାଇବାରେ, ପ୍ରଭାବ ବିସ୍ତାର କରିବାରେ ଆଗଭର ହୁଅନ୍ତି । ଫଳତଃ ଏସବୁ ମାନବ ସମାଜରେ ପ୍ରଚଣ୍ତ ପ୍ରତିଦ୍ୱନ୍ଦ୍ୱିତା ଓ ପରସ୍ପର ଭିତରେ ଶତୃତା ସୃଷ୍ଟି କରେ । ଯାହା ଫଳରେ ପରସ୍ସରଙ୍କ କର୍ମ ସାଧନାରେ ବହୁ ବ୍ୟାଘାତ ଘଟିଥାଏ । କର୍ମ ସିଦ୍ଧିର ମାର୍ଗରେ ଏହା ଅନେକ ଅନ୍ତରାଳ ସୃଷ୍ଟି କରେ, ବାଧା ବିଘ୍ନ ଦେଖା ଦେଇ କର୍ମପଥର ପ୍ରତିବନ୍ଧକ ପାଲଟେ । ଯେପର୍ଯ୍ୟନ୍ତ ଏମଣିଷ ପରସ୍ପର ମଧ୍ୟରେ ଲାଗିଥିବା ସଂର୍ଘଷରୁ ନିବୃତ୍ତ ହୋଇ ପାରିନାହିଁ, କର୍ମ ସାଧନରେ ପ୍ରତିକୂଳ ଅବସ୍ଥା ଦେଖା ଦେଇଛି, ସେପର୍ଯ୍ୟନ୍ତ କର୍ମଶକ୍ତିର ବିକାଶ ଘଟିନାହିଁ । ନିଜ ଅନ୍ତର ଭିତରେ ସ୍ୱରାଜ୍ୟ' ଓବିଶ୍ୱରାଜ୍ୟ’ର ଭାବନା ଅନୁଭବ କଲେ ପ୍ରକୃତିର ଜୟ ଘଟିବ, ସଚରାଚର ବିଶ୍ୱମାନବ କର୍ମପ୍ରବଣ ମୁଖର ହେବେ । ଏତେ ବଡ ବିଶ୍ୱର ବିଶାଳ କର୍ମକ୍ଷେତ୍ର ମନୁଷ୍ୟ ସାମନାରେ ବିଦ୍ୟମାନ ରହି ମଧ୍ୟ ଯେ ଏହି କର୍ମଶକ୍ତି ବୁଝି ପ୍ରତିଷ୍ଠା ଲାଭ କରେ, ତାହାହିଁ ମାନବୀୟ ଜୀବନର ଗୌରବର ନିଦର୍ଶନ ।

ଭୋଗାକାଂକ୍ଷା ମଧ୍ୟ ପ୍ରତ୍ୟେକ ଜୀବମାନଙ୍କ ପାଇଁ ସ୍ୱଭାବ ସିଦ୍ଧ ଅଟେ । କିନ୍ତୁ ପ୍ରାଣୀମାନଙ୍କ ପରି ଇନ୍ଦ୍ରିୟ ସେବାର ପ୍ରୟୋଜନ ସାଧନ ଓ ଅନିତ୍ୟ ସୁଖ ସାଧନରେ ମଣିଷର ଭୋଗାକାଂକ୍ଷା ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ପରିତୃପ୍ତି ହୁଏ ନାହିଁ । ଏହାର ଭୋଗ ଲାଳସା ଯେତେଯେତେ ବଢିବଢି ଚାଲେ, ଭୋଗ ବାସନା ମଧ୍ୟ ସେତେ ସେତେ କ୍ରମବୃଦ୍ଧି ଘଟେ ଓ ତା’ର ମନୋରାଜ୍ୟରେ ନୂଆ ନୂଆ ଭୋଗ ବାସନା ଉତ୍ପନ୍ନ ହୁଏ, ଭେଳିକି ଭେଳିକି ଅଭାବ ଓ ବେଦନାର ଅନୁଭୂତି ଦେଖାଦିଏ, ନୂତନ ଜାଗରଣ ଆକାଂକ୍ଷାର ସୃଷ୍ଟି ଘଟେ । ସଂସାରର ସବୁ ଭୋଗ ବାସନା ଯଦି ଗୋଟିଏ ମନୁଷ୍ୟର ସେବାରେ ଲଗାଇ ଦିଆଯାଏ, ତଥାପି ତାର ଭୋଗ ପିପାସା ତୃପ୍ତିର ଶେଷ ନାହିଁ । ଯଦିଅ ଦେହେନ୍ଦ୍ରିୟର ଭୋଗଶକ୍ତି ସୀମିତ, ତଥାପି ଏହାର ଅନ୍ତଃକରଣର ଭୋଗାକାଂକ୍ଷାର କୌଣସି ସୀମା ନାହିଁ । ଏହା ଅତୃପ୍ତ । ଶାସ୍ତ୍ର ସମ୍ମତ, ଏହାର ମରଣ ପରେ ଅନନ୍ତ ସ୍ୱର୍ଗର ଭରସା ଦେଇଛି । ଏହାହିଁ ଭୋଗର ଶକ୍ତି, ଭୋଗର ସାମଗ୍ରୀ, ଭୋଗର କାଳ ସବୁ ଅପରିମିତ ଅଟେ । କିନ୍ତ ବାସ୍ତବ ପକ୍ଷେ ଆମେ ସ୍ୱର୍ଗ ସୁଖର କଳ୍ପନା ଚାହୁଁଛେ । ଯଦିଓ କେହି କେବେ ସ୍ୱର୍ଗପୁର ଦର୍ଶନ କରିନାହିଁ , ତାହା କେବଳ ଉଦ୍ଭଟ କଳ୍ପନା ହୋଇ ରହିଯାଇଛି । ତଥାପି ଯେତେ ବିଶାଳ ରୂପ ହେଲେବି, ମଣିଷର ପ୍ରାଣ ଯେଉଁ ଆନନ୍ଦର ଅଧିକାରୀ ଅଟେ, ଏହାର କୌଣସି ଅଂଶକୁ ସ୍ୱର୍ଗ ମଧ୍ୟ ପୂରଣ କରି ପାରିବ ନାହିଁ । ମାନବ ପ୍ରାଣର ବୁଦ୍ଧି ସମ୍ମୁଖରେ ଏହି ସମସ୍ୟାକୁ ଉପସ୍ଥାପନ କରି, କୌଣସି ଏଭଳି ବସ୍ତୁ, ଯାହାକୁ ସେ ପାଇବା ପରେ, ସମଗ୍ର ଜୀବନ ତାର ଆସ୍ୱାଦନମୟ ହୋଇ ଯାଏ । ତଥାପି ସର୍ବଦା ତାର ଏ ସମସ୍ତ ପ୍ରକାର ଅଭାବବୋଧ ଅଭାବର ଶୀର୍ଷରେ ବିରାଜମାନ କରି ରହେ ।

ସାଧାରଣ ମନୁଷ୍ୟର ସୁପ୍ତ ଚେତନା କ୍ଷେତ୍ରରେ ମାନବ ପ୍ରାଣର ଏହି ଅର୍ନ୍ତଃନିହିତ ସୁମହାନ ଅଧିକାର ସମୋଜ୍ଜଳ ରୂପରେ ପ୍ରତିହତ ହୁଏ ନାହିଁ । ଏହାର ଚରମ ସମସ୍ୟା କେବେ ରୂପାୟିତ ହେବାର ଦୃଷ୍ଟି ଗୋଚର ହୁଏ ନାହିଁ । ଅଧିକାଂଶ ବ୍ୟକ୍ତି ସାଧାରଣ ପ୍ରାଣୀମାନଙ୍କ ଜୀବନ ଯାପନ କରିଥାନ୍ତି । ଏପରିକି ବହୁ ଦୁଃଖ, କଷ୍ଟରେ ଜୀବନ ବିତାଇବା ସହ ଅକଥନୀୟ ବେଦନା ପାଇଥାନ୍ତି । ସେମାନଙ୍କ ଅତୃପ୍ତ ଆଶା, ଆକାଂଙକ୍ଷା ସବୁ ଯନ୍ତ୍ରଣା ଜର୍ଜରିତ ହୋଇ ଉଠେ, ଛାତି ଭିତରେ ଶୋକ, ତାପର ଜ୍ଜାଳା ଦଗ୍ଧ ହୁଏ ।

ହୃଦୟ ତଳର ଅକୁହା କୋହ ଦେଖାଇ ହୁଏନି କି କାହାକୁ କହିହୁଏ ନାହିଁ । ଅନିଶ୍ଚିତ ଭୟଦାୟକ ମୃତ୍ୟୁ ବିବଶ ରୂପେ ଅଗ୍ରସର ହୋଇଥାଏ । ଦେହେନ୍ଦ୍ରିୟ ମନର, ଦୈନଦିନ ପ୍ରୟୋଜନର ତାଡନାରେ ହେଊ ଅବା ପାରିବାରିକ, ସାମାଜିକ ଓ ରାଷ୍ଟ୍ରିୟ ଆବଷ୍ଠନୀର କୋଳାହଳରେ କିବା ଛୋଟ ଛୋଟ ବିଷୟାସକ୍ତ ଲୋଲୁପ ବର୍ହିମୂଖୀ ପ୍ରବୃର୍ତ୍ତିର ଉନ୍ମାଦନାରେ ପଡି ମନୁଷ୍ୟର ବୁଦ୍ଧି ନିଜ ହୃଦୟର ଗଭୀରତମ ପ୍ରଦେଶରେ ଆଶା, ଆକାଂଙକ୍ଷା ସମ୍ବନ୍ଧରେ ସଜାଗ ରହେ ନାହିଁ । ଏହାର ପରିସ୍ଫୁଟ ଚେତନା ଭିତରେ ଏହା କେବେ ପ୍ରକଟ ହୋଇପାରେ ନାହିଁ ଯେ, ବସ୍ତୁତଃ ସେ କଣ ଚାହେଁ ? କେଉଁ ଉପାୟରେ ସେ ଞ୍ଗାନ, କର୍ମ ଓ ଭୋଗର ସମ୍ୟକ୍ ରୂପେ କୃତାର୍ଥ ହୋଇପାରିବ ??

ଏସବୁ ପ୍ରାପ୍ତ କରିବାରେ ଥିବା ସମସ୍ୟାର ସଠିକ୍ ମାର୍ଗ ଯଥୋଚିତ ରୂପେ ତା’ ହୃଦୟରେ ଉଦୟ ହୋଇପାରେ ନାହିଁ । ଏହାର ଅର୍ଥ ଏହାହିଁଯେ, ଏହାର ମନୁଷ୍ୟତା ପଶୁତାର ଆବରଣ ମଧ୍ୟରୁ ମୁକ୍ତ ନୁହେଁ । ଫଳସୂରୂପ ତା’ର ହୃଦୟ, ମନ ଓ ବୁଦ୍ଧି ସମୋଜ୍ଜଳ ରୂପେ ପ୍ରକାଶିତ ହୋଇପାରି ନାହିଁ । ଏ ବିଚିତ୍ର ଞ୍ଗାନ, କର୍ମ ଓ ଭୋଗ ମଧ୍ୟରେ ସ୍ୱଅଭିଞ୍ଗତାକୁ ସଂଚୟ କରି ମନୁଷ୍ୟ ଯେବେ ଅତୃପ୍ତିର ବେଦନା ତ୍ରୀବ ରୂପେ ଅନୁଭବ କରିପାରେ, ଏବଂ ତା’ର ହୃଦୟ, ମନ ଓ ବୁଦ୍ଧିରେ ଯଥେଷ୍ଟ ପରିମାର୍ଜିତ ହୋଇ ପାରିବ, ତେବେ ସେ ଅତୃପ୍ତିର ମୂଳ କାରଣର ଅନୁସନ୍ଧାନରେ ତା’ର ଅଧିକ ଆଗ୍ରହ ଓ ପ୍ରବୃର୍ତ୍ତି ଆସି ପାରିବ । ଏପରିକି ତା’ର ମନରେ ଚରମ ଶ୍ରେୟ, ଚରମ କାର୍ଯ୍ୟ ଓ ଚରମ ଭୋଗର ସମ୍ବନ୍ଧରେ ପ୍ରଶ୍ନ ଉଦିତ ହୋଇପାରିବ । ଫଳ ସୂରୂପ ପରମ ସତ୍ୟକୁ ଜାଣିବା ପାଇଁ , ଆନନ୍ଦର ସଂଭୋଗ କରିବା ପାଇଁ, ନିରଙ୍କୁଶ ସ୍ୱରାଜ୍ୟ ତଥା ବିଶ୍ୱ ରାଜ୍ୟରେ ପ୍ରତିଷ୍ଠା ପାଇଁ ଏକ ଐକାନ୍ତିକ ପ୍ରଚଣ୍ତ ଆଗ୍ରହ ତା’ର ମନ, ବୁଦ୍ଧି ଓ ହୃଦୟକୁ ନିୟନ୍ତ୍ରିତ କରିଥାଏ ।

ଜିନ ମନୁଷ୍ୟ ଚିତ୍ତରେ ଏସବୁ ଚରମ ସମସ୍ୟାକୁ ପରିପୃଷ୍ଠ କରେ । ହୃଦୟ ଭିତରେ ଛପି ରହିଥିବା ଅସୀମ କ୍ଷୁଧାର ତ୍ରୀବ ରୂପ ଯେଉଁ ବ୍ୟକ୍ତି ଅନୁଭବ କରିପାରେ, ତାର ପରିତୃପ୍ତି ଲାଗି ପ୍ରଯତ୍ନ ପ୍ରୟାସ କରେ, ସାଧନା ପରାୟଣ ହୁଏ । ଏପରିକି ଞ୍ଗାନ, କର୍ମ ଓ ଭୋଗର ସମକ୍ୟ କୃତାର୍ଥତା ପ୍ରାପ୍ତ କରିବା ପାଇଁ ନିଜର ସକଳ ଶକ୍ତିକୁ ପ୍ରୟୋଗ କରିଥାଏ । ଯାହା କେବଳ ତା’ ଜୀବନର ମହାବ୍ରତ, ମହାମନ୍ତ୍ର ପାଲଟିଯାଏ । ଫଳତଃ ସେହି ବ୍ୟକ୍ତିହିଁ ମାନବ ଜୀବନର ଗୌରବୋଜ୍ଜଳ ଅଧିକାରର ଅଧିକାରୀ ହୋଇଥାନ୍ତି । ତାଙ୍କ ନିକଟରେ ମନୁଷ୍ୟତ୍ୱ (ମଣିଷ ପଣିଆ) ସୁବିକଶିତ ହୁଏ । ସେ’ହିଁ ବିଚାରଶୀଳ ମାନବରେ ଚିରନ୍ତନ ଆଦର୍ଶ ପାଲଟନ୍ତି । ଯେ’କେହି ଏଭଳି ସାଧନାରେ ସିଦ୍ଧି ଲାଭ କରେ, ମାନବ ହୃଦୟର ଚରମ ଆକାଂକ୍ଷାଣୀୟ, କରଣୀୟ କଲ୍ୟାଣରେ ସୁଦୃଢ ସ୍ଥିତି ପ୍ରାପ୍ତ ହୋଇ ମାନବ ଜୀବନକୁ କୃତାର୍ଥ କରନ୍ତି, ସେଇ ମହାନ୍ ବ୍ୟକ୍ତିହିଁ ସମାଜରେ ମହାଯୋଗୀ ରୂପେ ପୂଜା ପାଆନ୍ତି । ସେହିଁ ମାନବ ଜଗତରେ ଗୁରୁ, ଋଷି ଭାବରେ ଚିହ୍ନିତ ହୁଅନ୍ତି । ସେହି ସଦ୍ ଗୁରୁଙ୍କ ଶରଣାଗତ ହୋଇ, ତାଙ୍କ ଆଚରଣ, ଉଂଚାରଣ ଓ ଆଦର୍ଶକୁ ଅନୁସରଣ କଲେ, ସାଧାରଣ ମାନବ ଅସାଧାରଣ ମାନବରେ ପାଲଟି ଯିବ, ଜୀବନ ଗୌରମୟ ଗାରିମାରେ ପରିପୂର୍ଣ୍ଣ ହୋଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ ।


ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ମନ୍ତବ୍ୟ ରଖନ୍ତୁ..