ରଜ – ଅନାମ ଚରଣ ସାହୁ

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଅାସିଛି ରଜ
ଅାସିଛି ରଜଲୋ
ନିଜ ସଂସ୍କୁତିକୁ ହେଜ ।
ଜଙ୍ଘଲ ହେଲାଣି ଧ୍ବଂସ
ଦୋଳି ଖେଳିବାକୁ ନାହିଁ ବାଉଁଶ
ନାହିଁ ବାଉଁଶଲୋ
ମୁଖେ ନାହିଁ ଅାଉ ହସ ।
ପଣସ ପତର ଚେକା
ନବରଙ୍ଗପୁରେ ହୁଅଇ ମକା
ହୁଅଇ ମକାଲୋ
ବରଷକେ ସଖୀ ଦେଖା ।
ବାଉଁଶ ପତର ସରୁ
ରଜକଥା ତୁହି କେତେ ପଚାରୁ
କେତେ ପଚାରୁଲୋ
ଅାମ ପ୍ରଭୁ ପରା ଦାରୁ ।
କିଏସେ ହୋଇବ ସାହା
ଅାଉ ଶୁଭୁନାହିଁ ବାଗୁଡି ରାହା
ବାଗୁଡି ରାହାଲୋ
ନାଉରୀ ବିହୁନେ ନାହା ।
ରଜଦୋଳି ଗୀତ ଗାଇ
ଖୁସି ହେଉନାହିଁ କିଶୋରୀ ‘ଜାଇ’
କିଶୋରୀ ଜାଇଲୋ
ମୋବାଇଲି କଲା ବାଇ ।
ଅାରିଷା କାକରା ମଣ୍ତା
ମାଅା କରିଲେଣି ଗଣ୍ତାକୁ ଗଣ୍ତା
ଗଣ୍ତାକୁ ଗଣ୍ତାଲୋ
ଅାଶ ନ କରଇ ଭେଣ୍ତା ।
ଗଛରେ ପାଚିଲା ତାଳ
ବାର ପଡିଥିଲେ ମାଂଉସ ଝୋଳ
ମାଂଉଁସ ଝୋଳଲୋ
ଜୀବଙ୍କୁ ଘୋଟଇ କାଳ ।
ନ ରୁଚଇ ଗୋ’ ରସ
ମହମହ ବାସେ ପେଁ ପଣସ
ପେଁ’ ପଣସଲୋ
ମଧୁରସେ ରହେ ଅାସ ।
କି ଲେଖିବି ଅାଉ କୁହ
ନୟନ କୋଣରୁ ବହୁଛି ଲୁହ
ବହୁଛି ଲୁହଲୋ
ଛାତିରେ ଉଠେ ମୋ କୋହ ।


ବିଭୁତିପୁର, କାକଟପୁର,ପୁରୀ,
ମୋ- ୯୯୩୭୨୧୦୨୬୦

4 thoughts on “ରଜ – ଅନାମ ଚରଣ ସାହୁ”

ମନ୍ତବ୍ୟ ରଖନ୍ତୁ