ବଣମଲ୍ଲୀର-ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଯୁଗୋପଯୋଗୀ ପ୍ରୟାସ । ବିଜ୍ଞାନର ଦ୍ରୁତ ପ୍ରଗତିରେ ଆଦର ଅଭ୍ୟର୍ଥନାର ସହ ସାହିତ୍ୟ ଓ ସଂସ୍କୃତିକୁ କିଛି ପାଦ ଆଗେଇ ନେବାରେ ଅଣ୍ଟା ଭିଡିଛି ବଣମଲ୍ଲୀର ମହକ । ତ୍ରୟମାସିକ ଇ-ପତ୍ରିକାର ଶୁଭାରମ୍ଭ କରି ଅସଂଖ୍ୟ ବଣମଲ୍ଲୀ ମାନଙ୍କ ଲେଖାର ଉତ୍କର୍ଷତା ଜନମାନସରେ ପ୍ରତିପାଦିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ତ୍ରୟମାସିକ ଡିଜିଟାଲ ପତ୍ରିକା ମାଧ୍ୟମରେ ଅସଂଖ୍ୟ କ୍ଷୁଦ୍ରଗଳ୍ପ, କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ ଓ ବ୍ୟଙ୍ଗ ସାହିତ୍ୟ ଆଦି ଲେଖା ଗୁଡିକୁ ସ୍ଥାନିତ କରି ବେଶ ଜନାଦୃତ ହୋଇ ପାରିଛି । ଏହାର ସହଯୋଗୀ ଅନୁଷ୍ଠାନ “କବିରଘର” ଦ୍ଵାରା ପ୍ରସ୍ତୁତ “ହ୍ଵାଟସଆପ କବିତା ସଂକଳନ” ର ପ୍ରସାରଣ ଦିଗରେ ସ୍ଵତନ୍ତ୍ର ପଦକ୍ଷେପ ନେଇ ଓଡିଆ ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ନିଜକୁ ସର୍ବଦା ନିୟୋଜିତ ରଖି ଆସୁଛି ।

ଏହି ଡିଜିଟାଲ ପତ୍ରିକା ଗୁଡିକ World Wide Web ମାଧ୍ୟମରେ ଉପଲବ୍ଧ ହୋଇଥାଏ । ଓଡିଆ ଭାଷା-ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରିଆସୁଥିବା ସମସ୍ତ ଲେଖକ ଲେଖିକା ମାନଙ୍କ ଲେଖା ଗୁଡିକୁ ଏହାର ତ୍ରୟମାସିକ ଡିଜିଟାଲ ପତ୍ରିକାରେ ସ୍ଥାନିତ କରିବା ନିମନ୍ତେ କିଛି ନୀତି ନିୟମ ଗୁଡିକୁ ଅନୁସରଣ କରିବାକୁ ପଡିଥାଏ ।

“ବଣମଲ୍ଲୀର-ମହକ” ହେଉଛି ଏକ ଭିନ୍ନ ସ୍ଵାଦର ତ୍ରୟମାସିକ ଓଡିଆ ଇ-ପତ୍ରିକା । ଇଣ୍ଟରନେଟ ମାଧ୍ୟମରେ ପ୍ରତି ମାସରେ ବିଭିନ୍ନ ଲେଖକ ଲେଖିକା ମାନଙ୍କ ଲେଖା ଗୁଡିକୁ ଲେଖକ ଲେଖିକାଙ୍କ ଏହି ୱେବ-ପୋର୍ଟାଲରେ ସ୍ଥାନିତ କରିବା ସହିତ ପ୍ରତି ତିନିମାସରେ ଥରେ ସମ୍ପାଦନା ମଣ୍ଡଳୀ ଦ୍ଵାରା ନିର୍ବାଚିତ ବିଷୟ ଗୁଡିକୁ “ବଣମଲ୍ଲୀର ମହକ ଇ-ପତ୍ରିକା ପିଡିଏଫ ସଂକଳନ” ଆକାରରେ ବାର୍ଷିକ ଚାରିଗୋଟି ସଂସ୍କରଣ ପ୍ରକାଶିତ କରାଯାଇଥାଏ, ଯଥା – ଜାନୁଆରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ମାସର ୧୦ ତାରିଖ ସୁଧା ଏହି ଇ-ପତ୍ରିକାଟିର ତ୍ରୟମାସିକ ଇ-ସଂସ୍କରଣ ପ୍ରକାଶିତ ହୋଇଥାଏ । ଏବଂ “କବିର-ଘର ହ୍ଵାଟସଆପ କବିତା ସଂକଳନ” ହେଉଛି ଏକ ସ୍ଵତନ୍ତ୍ର ତ୍ରୟମାସିକ କବିତା ସଂକଳନ । ବଣମଲ୍ଲୀର ମହକ ୱେବସାଇଟରେ ବିଭିନ୍ନ ଲେଖକ ଲେଖିକା ମାନଙ୍କ ଦ୍ଵାରା ଦୈନଦିନ ସମ୍ପାଦିତ ହେଉଥିବା ଲେଖା ଗୁଡିକ ମଧ୍ୟରୁ ବଛା ବଛା ଲେଖା ଗୁଡିକୁ ନେଇ ଏହି ସଦ୍ୟ ଲେଖା ଗୁଡିକ ମଧ୍ୟରୁ ବଛା ବଛା ଲେଖାଗୁଡ଼ିକୁ ନେଇ ଏହି ଡିଜିଟାଲ ପତ୍ରିକା ପ୍ରସ୍ତୁତ ହୋଇଥାଏ ।

“ବଣମଲ୍ଲୀର-ମହକ” ରେ ଏକାଧିକ ବିଭାଗ ରହିଥାଏ । ତେଣୁ କୌଣସି ବିଭାଗରେ ଜଣେ ଲେଖକ କିମ୍ବା ଲେଖିକାଙ୍କର ଏକାଧିକ ଲେଖା ପ୍ରକାଶିତ କରିବାର ନିୟମ ନାହିଁ । ପ୍ରତ୍ୟେକ ବିଭାଗ ନିମନ୍ତେ ଗୋଟିଏ ଲେଖାଏଁ ଲେଖା ବଛା ଯାଇଥାଏ ଏବଂ ଏକାଧିକ ଲେଖା ଗୁଡିକୁ କ୍ରମାନ୍ଵୟରେ ପରବର୍ତ୍ତୀ ସଂଖ୍ୟା ଗୁଡିକରେ ପ୍ରକାଶିତ କରାଯାଏ । କିନ୍ତୁ ୱେବ-ପୋର୍ଟାଲରେ ସବୁ ଲେଖା ଗୁଡିକୁ ସଙ୍ଗେ ସଙ୍ଗେ ସ୍ଥାନିତ କରାଯାଇଥାଏ । “କବିର-ଘର” ପ୍ରତି ପିଡିଏଫ ସଙ୍କଳନରେ କେବଳ କବିତା ବିଭାଗ ରହିଥିବାରୁ, ଏଥିରେ କେବଳ ଜଣେ କବିଙ୍କର ଗୋଟିଏ ଲେଖା ହିଁ ପ୍ରକାଶ କରାଯାଇଥାଏ । ଏକାଧିକ ଶ୍ରେଷ୍ଠ ଲେଖା ଗୁଡିକୁ କ୍ରମାନ୍ଵୟରେ ପରବର୍ତ୍ତୀ ସଂଖ୍ୟା ମାନଙ୍କରେ ପ୍ରକାଶିତ କରାଯାଏ ।

ପୂର୍ବ ପ୍ରକାଶିତ କୌଣସି ପତ୍ର-ପତ୍ରିକାରେ ସ୍ଥାନିତ ହୋଇଥିବା ଲେଖା ଗୁଡିକ ଯଦି କୌଣସି ଲେଖକ ଲେଖିକା ଏହି ଇ-ପତ୍ରିକା ଗୁଡିକରେ ପୁନଃ ପ୍ରକାଶନ ନିମନ୍ତେ ପଠାଉଥାନ୍ତି, ତେବେ ପୂର୍ବ ପ୍ରକାଶିତ ପତ୍ର-ପତ୍ରିକାର ବିବରଣୀ ପ୍ରଦାନ କରନ୍ତୁ, ଯାହାର ସବିଶେଷ ସୂଚନା ସଂପୃକ୍ତ ଲେଖାଟି ସହିତ ପ୍ରଦାନ କରାଯାଇଥାଏ । ପ୍ରକାଶ ଥାଉକି, କୌଣସି ପତ୍ର ପତ୍ରିକାରେ ଆଗରୁ ପ୍ରକାଶିତ ହୋଇ ନଥିବା ଲେଖା ଗୁଡିକୁ ଆମେ ଅଧିକ ପ୍ରାଧାନ୍ୟ ଦେଇଥାଉ ।

ଆମ ନିକଟରେ ଇ-ମେଲ କିମ୍ବା ବଣମଲ୍ଲୀର ମହକ ୱେବ-ପୋର୍ଟାଲ ମାଧ୍ୟମରେ ପହଞ୍ଚୁଥିବା ଡିଟିପି ଲେଖା ଗୁଡିକୁ ପ୍ରକାଶ କରିବା ସହଜସାଧ୍ୟ ହୋଇଥାଏ । କୌଣସି ଲେଖାର ଫଟୋକପି, ଇମେଜ କିମ୍ବା ପଡିଏଫ ଫର୍ମାଟ ଗ୍ରହଣୀୟ ନୁହେଁ । କାରଣ ଆମ ନିକଟରେ ଡିଟିପି କରିବା ନିମନ୍ତେ ପର୍ଯ୍ୟାପ୍ତ ସମୟ ନଥିବାରୁ ଏହି ପଦ୍ଧତିରେ ଆସୁଥିବା ଲେଖାଗୁଡ଼ିକୁ ପ୍ରକାଶିତ କରିବା ସମ୍ଭବ ହୋଇନଥାଏ । ଯେ କୌଣସି ଓଡିଆ ଲିପି ସଫ୍ଟୱେର ଦ୍ଵାରା ଲିଖିତ ଲେଖାଗୁଡିକ ସର୍ବଦା ଗ୍ରହଣୀୟ । ବଣମଲ୍ଲୀର ମହକ ନିମନ୍ତେ ଅନଲାଇନରେ ଲେଖା ପଠାଇବାକୁ ଚାହୁଁଥିଲେ ଏହି “ଲେଖାଟିଏ ଯୋଗ କରନ୍ତୁ” ଲିଙ୍କ ରେ କ୍ଲିକ କରନ୍ତୁ ।

ସମସ୍ତ ଲେଖକ ଲେଖିକା ଏବଂ ପାଠକ ପାଠିକା ତଥା ଲେଖକ ଲେଖିକା ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛିଯେ, ଏହା ସଂପୂର୍ଣ୍ଣ ନିଃଶୁଳ୍କ କାର୍ଯ୍ୟକ୍ରମ ଅଟେ, ଏଥିପାଇଁ ଲେଖକ ଲେଖକ। ମାନଙ୍କୁ କୌଣସି ଆର୍ଥିକ ମୂଲ୍ୟ ପ୍ରଦାନ କରାଯାଏ ନାହିଁ କି ଗ୍ରହଣ କରାଯାଏ ନାହିଁ । ଏହାଛଡା, ଯଦି କୌଣସି ଲେଖାରେ କିଛି ଆଇନିଗତ ସମସ୍ୟା ସୃଷ୍ଟି ହୁଏ, ସେଥିପାଇଁ ସମ୍ପୃକ୍ତ ଲେଖକ ଲେଖିକା ହିଁ ଦାୟୀ ରହିବେ । ଆମ କର୍ତ୍ତୁପକ୍ଷ ଏଥି ନିମନ୍ତେ ଦାୟୀ ନୁହଁନ୍ତି । କୌଣସି ଲେଖା ପ୍ରକାଶ କରିବା କିମ୍ବା ନକରିବା ହେଉଛି ବଣମଲ୍ଲୀର ମହକର ଇଚ୍ଛାଧୀନ କାରବାର ।


BANAMALLIRA MAHAK has been verified in terms of the provision to Section 6 of the PRB ACT 1867. The RNI code ODIODI07894 in favour of BANAMALLIRA MAHAK has been issued by Ministry of Information Science and Broadcasting (Government of India) The publication through BANAMALLIRA MAHAK should primarily contain news/views/articles etc. in Odia language.