ସମର୍ପଣ – ଡକ୍ଟର ଲକ୍ଷ୍ମଣ ସାହୁ

ତୋ’ ଆଖିରେ ପ୍ରଚୁର ନିର୍ଭୟତା
ସକଳ ଶାନ୍ତି ମିଳିଯାଏ ବୋଲି
ଯେତେବାର ଧାଇଁ ଆସିଛି
ନିରାଶା’ରେ ଠେଲି ଦେଉଛୁ’ ମୋତେ ।

ଆଖି’ ମୋର ଛଳଛଳ, ଛାତି ତଳେ
ତୋ’ ପାଇଁ ବରଷାର ଛନଛନ କୋହ
କେତେଦିନ ଆଉ ଏମିତି ସହିବି କୁହ ?
ଯେତେଥର ଆଖି’ ମୁଦିଲେ ତୁ’
ଖୋଲିଲେ`ବି’ ତୁ’
ତୋରି ଛାଇ, ତୋରି’ ରୂପ ଓ ଅଭିନ୍ନ
ଆଖି କୋଣେ, ନାଚି ଯାଉଛି ବୋଲି
ତନୁ, ମନ ମୋର ପୁଲକରେ’ ଉଲୁସି ଉଠିଛି,
ମୁକତି ଲଭୁଛି
ଯୁଗଯୁଗରୁ ଅନନ୍ତ ପ୍ରତୀକ୍ଷାରେ ।

ଆସନ୍ତୁ ତୁ’ ରାମ/କୃଷ୍ଣ/ଜଗନ୍ନାଥ ହୋଇ
ମୋ’ ମହାର୍ଘ ନୈବଦ୍ୟର ଘୂର୍ଣ୍ଣ ପାଇଁ,
ଶବରୀ’ର ଉଛ୍ଛିଷ୍ଟ କୋଳି,
ବିଦୂର ପତ୍ନୀର ପ୍ରଦତ୍ତ କଦଳୀ ଚୋପା /
ଦାସିଆର ହାତ ଟେକା ନଡିଆ ନେବାପରି
ଆସୁନାହିଁ ଥରେ, କି ‘ ଦୋଷ
କରିଛି ଏମିତି ଯେ ( ? ) ରୋଷରେ
କିବା’ ଅଭିମାନରେ ( ?? ) ରହୁଛୁ ତୁ’ ଦୂରେ
ସମର୍ପଣ’ କରିଛି ନିଜକୁ ପରା
‘ତୋରି’ ପାଖରେ ।


ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ,
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ,
ଦୂରଭାଷ: 943740280

ମନ୍ତବ୍ୟ ରଖନ୍ତୁ..