ସମୟ – ଧ୍ରୁବ ଚରଣ ବେହେରା

ସମୟଟା ବଡ କଠିନ ଅଟଇ
ଜାଣିହୁଏ ନାହିଁ ସାଥି
କେତେବେଳେ କେଉଁ ମୋଡ ପାର କରି
ବଦଳାଇ ଦିଏ ସ୍ଥିତି ।।

କାଲି ଯାହା ମୋର ଥିଲା ଯେ ବୈଭବ
ଆଜି ଜଳିଗଲା କ୍ଷଣେ
ସୁଖ ଶାନ୍ତି ସବୁ ସପନ ହୋଇଲା
ଲାଭା ପରି ମୁହିଁ ମଣେ ।।

ଶିଖା ର ଉତାପ ଏତେ ଯେ ଉତ୍ତପ୍ତ
ସହିବା ଅତି କୋଠର
ଭସାଏ ଉଜାଣି ଯମୁନାର ସମ
ଯନ୍ତ୍ରଣାର କୋହ ଧାର ।।

ଦିନ ବିତିଯାଏ ରାତି ସରିଯାଏ
ଏତେ ସିଏ ଭୟଙ୍କର
ନିସ୍ତବ୍ଧ କରାଏ ମୁକ କରିଦିଏ
ମୁହଁରେ ନଥାଏ ଗୀର ।।

ଧନ ଜନ ସବୁ ଲାଗେ ମୁଲ୍ୟହିନ
ମନ ଖୋଜେ ଟିକେ ଶାନ୍ତି
ବହିଗଲା ପାଣି ଫେରେନି ଫଛକୁ
ସଂସାରେ ରହେ ବିଭ୍ରାନ୍ତି ।।

କେତେ ବୈଶାଖ ଖରା ତାତି ଏଠି
ମାଟି ଛୁଇଁ ଚାଲିଯାଏ
କେତେ ଶ୍ରାବଣର ଜଳ ବାରିଧାର
ଶୀତଳତା ଭରିଦିଏ ।।

ରୁତୁ ଚକ୍ରପରି ଜୀବନ ଖେଳଇ
ଛାଇ ଆଲୁଅର ଖେଳ
କାହା ସାଥେ କେବେ ଘଟେ ଅଘଟଣ
ସମୟତ ମହାବଳ ।।

ହାର ମାନିବାକୁ ପଡେ ତା ପାଖରେ
କିଛି ସିଏ ଶୁଣେନାହିଁ
ଗର୍ବ ଅହଂଙ୍କାର କ୍ଷୂର୍ଣ୍ଣ କରିଦିଏ
ଜରା ବ୍ୟାଧି ଭରିଦେଇ ।।

ଏହି ସେ ସମୟ ବିଶାଳ ରାକ୍ଷସ
ଅଟ ହାସ୍ୟ କରୁଅଛି
କରାଳ କାୟାରେ ଧରଣୀ ବକ୍ଷରେ
ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ଛି ।।


ଧ୍ରୁବ ଚରଣ ବେହେରା,ଅଠରବାଟିଆ, ବାଲୁଗାଁ, ଖୋରଧା

ମନ୍ତବ୍ୟ ରଖନ୍ତୁ