ସାଥୀ – ସତ୍ୟ ରଞ୍ଜନ ଦାସ

ସାଥୀ କେବେ ଚାହିଁ ପାରି
ମୋ ଜୀବନେ ଆ…
ଦୀପଶୀଖା ଟିଏ ହୋଇ
ଅନ୍ଧାରରେ ମତେ
ଦେଖେଇ ବାକୁ ରାହା !

କେବେ ପୁଣି ସାଜି ତୁହି
ବାରିଧର ଜଳବିନ୍ଦୁ
ମୋ ଆତ୍ମାର ମରୁଦେଶେ
ବରଷି ଯା…

ଲୁହ ପୋଛି ହସିବି ମୁଁ
ପୁଣି ବାଟ ଚାଲିବି ମୁଁ,
ଯିବାକୁ ଅଛି ପଥ ବହୁ ଦୂର
ଦୁର୍ଗମ, କାନନ ଓ କାନ୍ତର |

ନାହିଁକେହି ସାଥେ ଚାଲିବାକୁ
ଯାହାକୁ କହିବି ସାଥୀ ମୋର…
ସାଥୀ କେବେ ଆସିବୁ
ତୁ ଥରେ କହିଯା,
ଅଶାନ୍ତ ଝଡ ହେବ ଶାନ୍ତ
କୂଳେ ଲାଗିବ ମୋ ଜୀବନ ନାଁ !!!


ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ, ଲାଠିକଟା, ସୁନ୍ଦରଗଡ
ମୋ: 9090740501

ମନ୍ତବ୍ୟ ରଖନ୍ତୁ