ଶବ୍ଦ ଭିଡର ରାଧାରାଣୀ – ସିମାଞ୍ଚଳ ରଣା

ଖୁବ୍ ବିସ୍ତାରିତ ମୋ ହୃଦୟ ସାମ୍ରାଜ୍ୟ,
କାଶ୍ମୀର ରୁ କନ୍ୟାକୁମାରୀ ପରି ।
ଆତ୍ମୀୟତାରୁ ଛଳନାର ଆକ୍ରମଣେ,
ମୁଁ ବେଳେବେଳେ ପରାଜିତ ହୋଇ,
ହୃଦୟ ବିଭାଜିତ ଦେଖେ ।
କବିତାର ଶବ୍ଦ ଭିଡରେ ସଲଖି ଉଠେ,
ମୋ ସୃଜନୀର ମୁକୁଟ ।
ଆହତ ପରେ ଆହତ ହୋଇବି,
ପୁଣି ଖୋଜେ ସେନେହଁ ସାମ୍ରାଜ୍ୟ ।
ହାରିଯିବାର ନିଷ୍ପତି ଆଗରେ କିନ୍ତୁ,
କେହିଜଣେ ଦେଖାହୁଏ ଅପରିଚିତ ।
ଥାପୁଡା ପିଠିର ଆଶ୍ୱାସନା ପରି,
ସେ ବି କହିଯାଏ ତୁମେ ଜିତିବ ।
ତେବେ ସେ କିଏ ତୁମେ ନୁଁହତ?
ମୁଁ ଆଖିଭରି ଦେଖେ ତୁମକୁ,
ତୁମେତ ବିଜୟୀନୀ ବିରଙ୍ଗନା ।
ତେବେ କଣ ତୁମେ ଦେଇପାରିବ?
ସେନେହଁ ସାମ୍ରାଜ୍ୟ କୁ ମୋତେ ।
ଯୋଡ଼ିଦେଇ ପାରିବ ମୋ ହୃଦୟର ଚିତ୍ର?
ଯାହା ଜରାଜୀର୍ଣ୍ଣ ପରି ଟୁକୁଡ଼ା ଟୁକୁଡ଼ା ।
ଡ଼ରଲାଗେ ମୋ ଦରଦ ଛାତି କୁ,
କାଳେ ପୁଣି ହାରିଯିବ ତୁମଠାରୁ ।
ମୁଠାଏ ସ୍ୱପ୍ନ ବଦଳରେ ଯଦି କେବେ,
ଅପବାଦ ର ମଧୁର୍ଯ୍ୟତା ପାଇ,
ତେଣୁ ତ ନୀରବ ପରେ ନୀରବ ମୁଁ ।
ଭଲ ହେବ ବରଂ ଶବ୍ଦ ସହ ଶତ୍ରୁତା କରିବା,
ତୁମେ ଜିତିବନୀ କି ମୁଁ ବି ଜିତିବିନି ।
ବାସ୍ କିଛି କିଛିର ଆତ୍ମୀୟତାରେ,
ବଂଚିଯିବା ଯୁଗଯୁଗକୁ ।
ମୁଁ କାବ୍ୟକୁଞ୍ଜର କଳାମାଣିକ ହୋଇ,
କବିତାରେ ଦେଖୁଥିବି ଶବ୍ଦର ରାଧାରାଣୀ କୁ ।


ସୀମାଞ୍ଚଳ ରଣା
କୁର୍ତ୍ତମଗଡ଼, କନ୍ଧମାଳ

ମନ୍ତବ୍ୟ ରଖନ୍ତୁ