ଧାରାବାହିକ ଗଳ୍ପ – ଶାଗୁଣାର ହସ (ଦ୍ଵିତୀୟ ଭାଗ) – ପ୍ରଶାନ୍ତ କୁମାର ସାହୁ

ପୂର୍ବବର୍ତ୍ତୀ ଭାଗ

ପବିନ୍ ବୋଉ ଧାଇଁଯାଇ ଢାଳଟେ ପାଣି ଆଣି ପିଙ୍କୁ ବୋଉ ମୁଁହରେ ଛାଟିଦେଲା ।ହେଲେ ଚେତା ଆସିଲାନି ।କାନ ମୁହଁ ଫୁଙ୍କିଲେ ।ମୁଣ୍ଡରେ ପାଣି ଛାଟିଲେ । ପିଙ୍କୁ ବୋଉ ଏତେ ସବୁ କଥାପରେ ଜୁଳୁଜୁଳୁ କରି ଅନାଉଥାଏ ଶତାବ୍ଦୀର ବୋକୀଭଳି ! ଏ ଭିତରେ ରାମାୟଣ ,ମହାଭାରତ ଭଳି ଶାସ୍ତ୍ର ର ମହତ୍ତ୍ବ କିଛି ବୁଝି ହଉ ନଥିଲା ।ତର୍କର ନୂତନ ତତ୍ତ୍ବ ଅବା ଆଶା କରିବା ବୃଥା ।ହେଲେ ,ସମସ୍ତେ ଧୀରେଧୀରେ ଜମା ହେଇ ସାରିଥିଲେ ।ନିଜନିଜର ଉପସ୍ଥିତି ଜାହିର କରିବାରେ ବ୍ୟସ୍ତଥିଲେ ।କିଏ ଅବା କାହା କଥା ବୁଝୁଛି ।ବିଶେଷ କରି ପିଙ୍କୁ ବୋଉ ପାଇଁ ଏ ସବୁ କଥାର ମାନେ କ’ଣ?

ପବିନ୍ ବୋଉ କହିଚାଲିଥିଲା … ,,”ମଲା ,ମୂରୁଖ ରାଇଜରେ ମୂରୁଖ ବିଚାର !କିଏ ପଢିକି କହୁଛି କି ? କଳା ଭିତରେ ଧଳା ଦେଖେଉଥିବା ମଣିଷର କଥାରେ ପରା ବିଚାର ଚାଲିଛି ! ସାକ୍ଷୀରେ କୁଆଡେ ନ୍ୟାୟ ଚାଲିଛି ।ଆଲୋ କେଞ୍ଚୁ ବୋଉ !ସେଠି କୁଆଡେ ସତ ମିଛର ସ୍ଥାନ ନାଇ ।ଯାହା ସାକ୍ଷୀ କହିବ !ହଇଲୋ !ସେ ବାଡିପଶା ସାକ୍ଷୀ କୋଉ ଗାଁର ?ପବିନ ବାପା ସବୁ ସତ କଥା କହିଲେ । ଅନେକ ଲୋକ ଦେଖିଛନ୍ତି ,ହେଲେ ଓକିଲ ଗୀତା ରଖିକହିଲେ ଛୁଇଁ କି ସତ କହ ?ହଇଲୋ ,ଆମେ ମିଛ କହୁଛେ ?ପବିନ୍ ବାପା ପା ମୋ ଠୁଁ ସବୁ ଶୁଣି କି ଯାଇଥିଲେ ।ସବୁଠୁଁ ବଡ କଥା ହେଲା ,ପିଙ୍କୁ ବାପାଟା ପଥର ଭଳି କାଠଗଡା ଭିତରେ ଠିଆ ହେଇଥାଏ ।”ମାହାଲି ବୋଉ (ଗନ୍ଧେଇ) କହିଲା ,”ଅପା ,ଜରଜଟା କୁଆଡେ ଗୋଡରୁ ମୁଣ୍ଡଯାଏଁ ଦେଖିବାକୁ ଏକା ପରି !””ଆଲୋ ,ଜରଜମାନେ ଦଇବ ,ସେମାନେ କାହାର ନୁହଁ!ଯୁଆଡୁ ଦେଖିବୁ ସିଆଡୁ ଏକାପରି ।” ଗନ୍ଧେଇ କ’ଣ ବୁଝିଲା କେଜାଣି ପିଙ୍କୁ ବାପା ଭଳି ଚୁପ୍ ହେଇଗଲା । କ୍ରମଶଃ ଆଗକୁ ପଢନ୍ତୁ


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା

ମନ୍ତବ୍ୟ ରଖନ୍ତୁ..