କ୍ଷୁଦ୍ରଗଳ୍ପ – ଜାତି ନିରୁପଣ – ନରେଶ କୁମାର ବେହେରା

ନରେଶ କୁମାର ବେହେରା (ଗଞ୍ଜାମର କବିତାଘର)
ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ : ୭୮୦୯୮୭୨୪୮୩

ଯେତିକି ମୁଁ ଖୁସି ଥିଲି ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତା’ଠାରୁ ଅଧିକ ଦୁଃଖୀ ଓ ଚିନ୍ତିତ ଅଛି ମୋର ସ୍କୁଲରେ ନାମାଙ୍କନକୁ ନେଇ । ଆଜିକୁ ପନ୍ଦର ଦିନ ତଳେ ସେଇ ସ୍କୁଲ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିଥିଲା, ତା’ପରେ ନାମାଙ୍କନର ନିୟମାନୁସାରେ ମୋ ବାପା ଖୁବ୍ ଦୌଡା-ଦୌଡି କରି ଆବାସିକ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଆଣିଲେ । କିନ୍ତୁ କଥାଟା ଏବେ ଅଟକିଛି ମୋର ଜାତି ପ୍ରମାଣପତ୍ର ପାଇଁ । ଆର୍.ଆଇ. ଓ ତହସିଲଦାର୍ ସମସ୍ତେ କହୁଛନ୍ତି ମୋତେ ଜାତି ପ୍ରମାଣପତ୍ର ମିଳିବନି । କାହିଁକି ନା’ ମୁଁ ଏ ଗାଁ’ର ଝିଅ ନୁହେଁ ବୋଲି । ମୁଁ ଜାଣେ ଏ ସବୁ ତାଙ୍କର ଚାଲ୍ ।

ବାପା ଦିନେ ବୌଉଙ୍କୁ କହୁଥିଲେ ମୁଁ ଯଦି ଶତକଡା ୯୫ ରୁ ଅଧିକ ମାର୍କ ଆଣିବି, ତେବେ ଯାଇ ମୋତେ ସ୍କୁଲରେ ସିଟ୍ ମିଳିବ । ନଚେତ୍, ଜାତିକୋଟାରେ ମିଳିପାରେ ଯଦି ୯୦ ରୁ ୯୫ ଭିତରେ ଆସେ । କିନ୍ତୁ ଏଠି ଏହା ଅସମ୍ଭବ । କାହିଁକିନା, ଆଜି ପର୍ଯ୍ୟନ୍ତ ସବୁ କିଛି ଏଠି ପଇସା ଦେଇ କାରବାର । ଯାହାର ବାପା ମା’ ଅଧିକ ପଇସା ବା ଲାଞ୍ଚ ଦେବେ, ତାଙ୍କ ପିଲାଙ୍କୁ ସ୍କୁଲରେ ସିଟ୍ ମିଳିବ । ବାସ୍ । କାରଣ କେବଳ ଥରେ ପ୍ରବେଶ ବା ନାମାଙ୍କନ ହୋଇଗଲେ, ମୋର ଭବିଷ୍ୟତ ଉଜ୍ଜଳ ହୋଇଯିବ । ଏଇଟା ହେଲା ଭାରତ ସରକାରଙ୍କ ଏକମାତ୍ର ଆବାସିକ ବିଦ୍ୟାଳୟ ଆମ ଜିଲ୍ଲାରେ । ଏଠି ଶିକ୍ଷା, ବ୍ୟବସ୍ଥା, ରହଣୀ, ଖାଦ୍ୟପେୟ ସବୁକିଛି ଭଲ ଓ ମାଗଣା । ଜିଲ୍ଲାରେ ବଛା ବଛା କେବଳ ୮୦ଟି ପିଲାଙ୍କୁ ହିଁ ସ୍ଥାନ ମିଳିଥାଏ । ଯୋଉଥିପାଇଁ ଏକ ପ୍ରବେଶିକା ପରୀକ୍ଷା ବି ହୁଏ ।

ସେ ଦିନର ବାପାଙ୍କ କଥାଟା ଏବେ ସମ୍ପୁର୍ଣ୍ଣ ରୁପେ ସତ୍ୟ ଲାଗୁଛି । କାରଣ, ପ୍ରମାଣପତ୍ର ପାଇଁ ଯୋଉପ୍ରକାର ଅଯଥା ହଇରାଣ କଲେଣି, ଏହା ପଛରେ କିଛି ନା କିଛି ଷଡଯନ୍ତ୍ର ନିଶ୍ଚୟ ଥିବ । କାହିଁକି ନା, ୨୦ହଜାରରୁ ଅଧିକ ପିଲା ପ୍ରବେଶିକା-ପରୀକ୍ଷା ଦେଇଥିଲେ, ସେଥି ମଧ୍ୟରୁ ୧୧୫୦ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସିଟ୍ ସଂଖ୍ୟା ମାତ୍ର ୮୦ଟି । ରାଙ୍କ ବା ଗ୍ରେଡ୍ ଅନୁସାରେ ପ୍ରଥମ ୮୦ ଜଣଙ୍କୁହିଁ ପ୍ରବେଶ ମିଳିବ । ଯଦି କେହି ବଡଲୋକ ଭିତରେ ଭିତରେ ଧରାଧରି କରି ପଇସାପତ୍ର ଦିଏ, ତେବେ ସେ ୮୦ ଜଣଙ୍କ ମଧ୍ୟରୁ କାହାକୁ ହେଲେ, କିଛି ନା କିଛି କାରଣ ଦର୍ଶାଇ ବାହାର କରିଦେବେ । ଏଠି ଯଦି ମୋର ନାମାଙ୍କନ ନହୁଏ, ତେବେ ସାଧାରଣ ଓଡ଼ିଆ ସ୍କୁଲରେ ମୋତେ ପଢିବାକୁ ହେବ । ଯୋଉଠିକି ପଠାପଢା ଭଲ ହୁଏନା ବୋଲି ବାପା କହନ୍ତି । ଆଉ, ଟିକେ ଭଲ ସ୍କୁଲରେ ପଢ଼ିବାପାଇଁ ହେଲେ, ବହୁତ ପଇସା ଦରକାର । ବାପାଙ୍କର ଦେହ ଖରାପ ଯୋଗୁଁ ସେ ଚାକିରୀ ଛାଡ଼ିବା ୫ ବର୍ଷ ହେଲାଣି । ବାପା ମା’ ଦୁହେଁ ଟିଉସନ୍ କରି ଘର ଚଳାଉଛନ୍ତି । ଦୁହେଁ ମୋ ପାଇଁ ଭାରି ବ୍ୟସ୍ତ ଅଛନ୍ତି । ମୋ ମାମୁଁ ବି ଭାରି ଚିନ୍ତାରେ ଅଛନ୍ତି । ଯେହେତୁ ସେ ଦୂରଦେଶରେ ଅଛନ୍ତି, ଆସିପାରିଲେନି । ନଚେତ୍ ସେ ସବୁ ଠିକ୍ କରି ଦେଇଥାନ୍ତେ । କାରଣ, ସେ ଏହି ସ୍କୁଲରେ ଜଣେ ପୁରୁଣା ଛାତ୍ର । ପ୍ରାୟ ୨୫ବର୍ଷ ତଳେ ଏ ସ୍କୁଲରେ ସେ ପଢୁଥିଲେ, ତା’ପରେ ଆମ ପରିବାରରେ ମୁଁ ଜଣେ ହିଁ ଏହାର ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛି ।

କାଲିତ, ସେ ଫୋନ୍ କରି ବାପାଙ୍କ ଉପରେ ଖୁବ ବିରକ୍ତ ହେଉଥିଲେ, କାହିଁକି ମୋର ଜନ୍ମ ପ୍ରମାଣପତ୍ର କି ଜାତି ପ୍ରମାଣପତ୍ର ଆଦି କରି ନାହାନ୍ତି ବୋଲି । ସେ କହୁଥିଲେ, ଯଦି ତହସିଲଦାର୍ ଆବାସିକ ଓ ଆୟ ପ୍ରମାଣପତ୍ର ଦେଲେ ତେବେ ଜାତି ପ୍ରମାଣପତ୍ର କାହିଁକି ଦେଉନାହାନ୍ତି ? ହଁ, ଏହା ସତ ଯେ ଆମେ ଅନ୍ୟ ଗାଁରୁ ଆସି, ଏଠି ଆଈଙ୍କ ଘରେ ରହୁଛୁ । ଆଉ ସରକାରଙ୍କ ନିୟମାନୁସାରେ ଯୋଉ ଘରେ କିମ୍ବା ଗାଁରେ ୧୫ ବର୍ଷରୁ ଅଧିକ ରହିଲେ ଆବାସିକ ପ୍ରମାଣପତ୍ର ମିଳେ । ଯାହାକି ମିଳିଛି । କିନ୍ତୁ ଜାତି ପ୍ରମାଣପତ୍ରରେ କି ତନଖି ? ମୁଁ ତ ମୋ ବାପାର ଝିଅ ! ମୁଁ ମୋ ମା’ ପେଟରୁ ହିଁ ତ ଜନ୍ମ ହୋଇଛି, ମୋତେ କୋଉ ଅନାଥାଶ୍ରମରୁ ତ ଆଣି ନାହାନ୍ତି ! ତେବେ ଜାତି କେମିତି ବଦଳିବ ? ମୋର ବାପା ମା’ ଦୁହିଙ୍କ ଯଦି ଜାତି ପ୍ରମାଣପତ୍ର ଅଛି, ମୋର କାହିଁକି ବା’ ନ ହେବ ? ଯଦି ପ୍ରମାଣ ଦରକାର ତେବେ ରକ୍ତ ପରୀକ୍ଷା କରି ଦେଖୁ ନାହାନ୍ତି ! ମୋର ଜନ୍ମ ପରେ ବାପା ମୋ ଜନ୍ମ ପ୍ରମାଣପତ୍ର କରିନାହାନ୍ତି, ତା’ ଅର୍ଥ କ’ଣ ମୁଁ ବଂଚିନି ? ସ୍କୁଲ୍ ହେଡ଼ସାର୍ ଯଦି ମୋ ଜନ୍ମ ତାରିଖ ଲେଖିନଥାନ୍ତେ, ତା ହେଲେ କ’ଣ ମୁଁ ମଲା ସଦୃଶ୍ୟ ? ପ୍ରବେଶିକା ଫର୍ମରେ ପୁରୁଷ/ସ୍ତ୍ରୀ ଚିହ୍ନଟ କଲାବେଳେ ତ ଲଂଗଳା କରି କି ଦେଖୁ ନାହାନ୍ତି, ଇଏ ପୁରୁଷ ନା ସ୍ତ୍ରୀ ବୋଲି ? ମୋ ମତରେ ସେଇୟା ବି କରିବା କଥା । ଯଦି କେହି ପୁଅ ନିଜକୁ ସ୍ତ୍ରୀ କହେ, ତାକୁ ତ ପୁଣି ଲିଙ୍ଗକୋଟାରେ ସିଟ୍ ମିଳିଯିବ ! ସେଥିପାଇଁ ତ କେହି ପ୍ରତିରୋଧ କରୁନାହାନ୍ତି ? ତେବେ ମୋ ଜାତି ପାଇଁ କାହିଁକି ଏତେ ତନଖି ? ଘର, ଗାଁ, ଆଦି ବଦଳିପାରେ ନିଜ-ନିଜର ଚାକିରୀ ବା ବ୍ୟବସାୟ ଦ୍ଵାରା । କିନ୍ତୁ, ଜାତି ତ କେବେ ମୋର ବଦଳିନି ଆଜି ପର୍ଯ୍ୟନ୍ତ । ନା’ ତ ମୋର ବାବା ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି, ନା’ ଅନ୍ୟ ଧର୍ମ / ଜାତିର ମୋ ମା’! ତାଙ୍କରି ରକ୍ତରେ ଯଦି ମୁଁ ଗଢା, ତେବେ ମୁଁ ବି ତ ସେଇ ଜାତିର ହିଁ ହେବି ନା ଅନ୍ୟ ଜାତିର ??

ଏତେ ସବୁ କଥା ମାମୁଁ ମୋ ବାପାଙ୍କୁ କହି ବୁଝାଇଲା ପରେ, ସେ ପୁଣି ଯାଇଛନ୍ତି ଆର୍.ଆଇ ଓ ତହସିଲଦାରଙ୍କ ପାଖକୁ । କାଲି ମୁଁ ସ୍କୁଲକୁ ଯାଇଥିଲି । ବହୁତ ବଡ ସ୍କୁଲ । ମୋର ଫର୍ମ୍ ପୁରଣ ସବୁ ସରିଲା, କିନ୍ତୁ ୭ଦିନ ଭିତରେ ଜାତି ପ୍ରମାଣପତ୍ର ଦେବା ପାଇଁ କହିଛନ୍ତି । ଯଦି ନହୁଏ, ତେବେ ଏଠି ପଢ଼ିବାର ସମ୍ଭାବନା ନୁହେଁ । ହେ ପ୍ରଭୁ ! ମୋତେ କାହିଁକି ଏ ନିଚ୍ଚ ଜାତିରେ ଜନ୍ମ କଲ ? ଯଦି ବା ଜନ୍ମ କଲ, ତେବେ କାହିଁକି ଏ ଦେଶରେ ଏ ସବୁ ଜାତିକୋଟା, ଓ ଧର୍ମ/ଜାତିର ଭେଦଭାବ ! ଧିକ୍ ଏ ଜୀବନ…

16 thoughts on “କ୍ଷୁଦ୍ରଗଳ୍ପ – ଜାତି ନିରୁପଣ – ନରେଶ କୁମାର ବେହେରା”

  1. ଏହା କଳୁଷିତ ଶାସନ ବ୍ୟବସ୍ଥାର ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି । ପ୍ରକୃତ ମେଧାବୀ ତଥା ଦେଶ ଓ ଜାତିର ଭବିଷ୍ୟତକୁ ଚରମ ଉପେକ୍ଷା କରାଯାଉଛି, ଯାହା ଏହି ଗଳ୍ପରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ଖୁବ ସୁନ୍ଦର ବାର୍ତ୍ତା ସମାଜକୁ ସଚେତନ ହେବା ନିମନ୍ତେ ।

  2. There are many such cases for which the Govt of Odisha has taken step to issue caste certificate to the students reading in different schools through the Head Master. The Tahsildar is bound to comply to the list of such students reading in a school as per indent given by the H.M.
    Now I know a case where the Govt fails to issue such certificate where the Father has no homestead land. The daughters don’t get any SC benefit.

    1. Thanks Sir for valuable and so informative message to the society through this article. As you said there are thousands of cases rising every year, and many scheduled tribes and scheduled caste as well as below poverty lined candidates are failed to getting a little hope (support) from the government. Please share this article so that more readers can get through such kind of social underprivileged issues. Thanks again!

  3. ଅତି ସୁନ୍ଦର ଭାବେ ବାସ୍ତବିକତାକୁ ବର୍ଣ୍ଣନା।କରିଛନ୍ତି । ଏ ଗଳ୍ପ ସହ ମୋ କାହାଣୀ ବି ରଚନା କରିଛନ୍ତି । କିଛି ବର୍ଷ ତଳେ ମୁଁ ଆଉ ମୋ ଭାଇ ଭଉଣୀ ଏ ଦୁର୍ଦ୍ଦଶା ଭୋଗିଥିଲୁ ।
    ଉଚ୍ଚଶିଖ୍ଯା ନିମନ୍ତେ ।

  4. Really… a true story…. I mean to say… A story…. but based on the events occuring in the society…… Thats why it is said…. Literature is the mirror of society…. I pray God… to empower u to eradicate corruption from the society…. All the best….??????

  5. Really… a true story…. I mean to say… A story…. but based on the events occuring in the society…… Thats why it is said…. Literature is the mirror of society…. I pray God… to empower u to eradicate corruption from the society…. All the best….??????

  6. ଜେବେ ପର୍ଜ୍ଯନ୍ତ ସମାଜରେ ଜାତି ର ଭେଦ୍ ଭାବ୍ ଲାଗି ରେହିଥିବ ,ସେ ପର୍ଜ୍ଯନ୍ତ୍ ସମାଜ୍ ଅସାମାଜିକ ରହିବ,
    ସିସ୍ଟମ୍ ତିଆରି କରିବା ଲୋକ ହି ସିସ୍ଟମ୍ କୁ ଚଲାଇବା ର ଅଧିକାର ଜାହିର୍ କରୁଚନ୍ତି ..
    ସେଥିପାଇ ଭାଂଗି ପାରୁଛନ୍ତି…
    ଏହି ଗଲ୍ପ ମାଧ୍ଯମରେ ସମାଜର ସତ୍ଯତା ର ମାର୍ଗ ଦର୍ଶନ କରାଉଛି

ମନ୍ତବ୍ୟ ରଖନ୍ତୁ