ସୁପ୍ରଭାତ – ନିରଞ୍ଜନ ପଣ୍ଡା

ଉଇଁଲେଣି ଭାନୁ ସିନ୍ଦୁରା ଫଟାଇ
ଚତୁର୍ଦିଗେ ସୋର୍ଣ୍ଣ ବିଛଣା
ପୂରୁବ ଉହାଡ଼ୁ ବାଳ ନିରଞ୍ଜନ
ଧରା ପଦେ କରେ ମାଜଣା |
କାକଳି ର ରାବେ ପଲ୍ଲୀ ନିଦ ଭାଙ୍ଗେ
ପ୍ରସମିତ ଉଷା କିରଣେ
ବିହଙ୍ଗ ଭାଷନ୍ତି ତରୁ କୁହାଡ଼ରୁ
ସ୍ବୟଂ ମାର୍ଗେ ଖାଦ୍ୟ ଆଘ୍ରାଣେ |
ସୂର୍ଯ୍ୟମୁଖୀ ହସେ ରବି ଆଭା ରସେ
ଉର୍ଧମୁଖୀ ଭଙ୍ଗ ଚାହାଣୀ
ଉଦ୍ୟାନେ ଭ୍ରମର ରସ ପାନ କରେ
ପୁଷ୍ପ ବକ୍ଷେ କିରିଟାନୀ |
ଢ଼ଳ ଢ଼ଳ ହୁଏ କାକରର ବିନ୍ଦୁ
ଗୁଳ୍ମ ଗୁଳ୍ମେ ହୋଇ ନେସି
ହୀରକ ମୋତିର ଭ୍ରମ ଯାତ କରେ
ଚମକି ଅରୁଣ ରାଜି ||


ପୁରଣ ପଧାନ, ଶିଶିଲୋ, ବାଳକାଟି, ଖୋର୍ଦ୍ଧା,
ଦୂରଭାଷ : ୮୦୯୩୮୯୮୯୮୪

ମନ୍ତବ୍ୟ ରଖନ୍ତୁ